ETV Bharat / state

Largest Hockey Stadium: ସର୍ବବୃହତ ହକି ଷ୍ଟାଡିୟମ ନେଇ ରାଜ୍ୟ କ୍ରୀଡାମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

author img

By

Published : Jan 6, 2023, 10:35 PM IST

କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ, FIH ଆଗରୁ ସାର୍ଟିଫାଏଡ଼ କରିନଥିଲା, ଏବେ କରିଛି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପୂର୍ବରୁ ସାର୍ଟିଫାଏଡ଼ ହୋଇସାରିଛି । ସିଟିଂ କ୍ୟାପସିଟିକୁ ନେଇ FIH ସାର୍ଟିଫାଏଡ଼ କରିଛି । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସିଟିଂ କ୍ୟାପସିଟି 21 ହଜାର ରହିଛି । ଅଧିକ ପଢନ୍ତୁ

ସର୍ବବୃହତ ହକି ଷ୍ଟାଡିୟମକୁ ନେଇ ରାଜ୍ୟ କ୍ରୀଡାମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ବର: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ନା ନୁହେଁ ସେ ନେଇ ବିବାଦ ଲାଗି ରହିଛି । ଏହି ବାଦାନୁବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ ବୋଲି ଏକଥା ଆମେ କହୁନୁ ବରଂ ଏଫଆଇଏଚ ସାର୍ଟିଫାଏଡ କରିଛି । ଦର୍ଶକ କ୍ଷମତା ଅନୁସାରେ ଏହା ସର୍ବବୃହତ ବୋଲି FIH କହିଛି ବୋଲି ମନ୍ତ୍ରୀ କହିଛନ୍ତି ।

କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ, FIH ଆଗରୁ ସାର୍ଟିଫାଏଡ଼ କରିନଥିଲା, ଏବେ କରିଛି । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପୂର୍ବରୁ ସାର୍ଟିଫାଏଡ଼ ହୋଇସାରିଛି । ସିଟିଂ କ୍ୟାପସିଟିକୁ ନେଇ FIH ସାର୍ଟିଫାଏଡ଼ କରିଛି । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସିଟିଂ କ୍ୟାପସିଟି 21 ହଜାର ରହିଛି । ସିଟିଂ କ୍ୟାପସିଟିକୁ ବିଚାର କଲେ ଏହା ବିଶ୍ଵରେ ଲାରଜେଷ୍ଟ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ କେବଳ ହକି ଖେଳ ଲାଗି ନିର୍ମାଣ ହୋଇଛି । ଲହୋର, ୟୁଏସଏ ଓ ଚଣ୍ଡୀଗଡ଼ରେ ବଡ଼ ଷ୍ଟାଡିୟମ ଅଛି ବୋଲି ମିଡିଆ ଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି ।

କିନ୍ତୁ ଏଠାରେ ଅନ୍ୟ ଖେଳ ମଧ୍ୟ ହୁଏ । FIH ସିଟିଂ କ୍ୟାପାସିଟିକୁ ନେଇ ସାର୍ଟିଫାଏଡ଼ କରିଛି, ଆମେ ନିଜେ ସାର୍ଟିଫାଏଡ଼ କରୁନା । 2023 ହକି ବିଶ୍ୱକପକୁ ସଫଳ କରିବା ଲାଗି କ୍ରୀଡ଼ାମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପୂର୍ବରୁ ରାଉରକେଲା ହକି ଷ୍ଟାଡିୟମକୁ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ କୁହାଯାଉଥିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା । ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ଏହି ହକି ଷ୍ଟାଡିୟମ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ କହୁଥିବାବେଳେ ଏହା କେତେ ଦୂର ଠିକ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଥିଲା । ରାଉରକେଲାର ହକି ଷ୍ଟାଡିୟମକୁ ନେଇ ହେଉଥିବା ବାଦାନୁବାଦ ପ୍ରସଙ୍ଗ ଉପରେ ନିଜର ମତ ବ୍ୟକ୍ତ କରି ଏହା କହିଛନ୍ତି କ୍ରୀଡାମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.