ETV Bharat / state

ସ୍କୁଲରେ ଆଧ୍ୟାତ୍ମିକ ପରିବେଶ, ସାମୂହିକ ଯଜ୍ଞ ଓ ବେଦ ପାଠ କରୁଛନ୍ତି ଛାତ୍ରଛାତ୍ରୀ - ସ୍କୁଲରେ ଆଧ୍ୟାତ୍ମିକ ପରିବେଶ

Dayanand saraswati 200th birth anniversary: ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜୟନ୍ତୀ ଓ ନୂଆବର୍ଷ ଉପଲକ୍ଷେ ହୋଇଛି ହୋମଯଜ୍ଞ । ଭୁବନେଶ୍ୱରର ଏକ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲରେ ୮୫୦ରୁ ଅଧିକ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ କରୁଛନ୍ତି ଯଜ୍ଞ । ଅଧିକ ପଢନ୍ତୁ

ସ୍କୁଲରେ ଆଧ୍ୟାତ୍ମିକ ପରିବେଶ
ସ୍କୁଲରେ ଆଧ୍ୟାତ୍ମିକ ପରିବେଶ
author img

By ETV Bharat Odisha Team

Published : Jan 2, 2024, 2:55 PM IST

ସ୍କୁଲରେ ଆଧ୍ୟାତ୍ମିକ ପରିବେଶ

ଭୁବନେଶ୍ବର: ଛାତ୍ର ଛାତ୍ରୀଙ୍କ ମନରେ ସୃଷ୍ଠି ହେବ ଶାନ୍ତି ମୈତ୍ରୀ ଓ ସଦଭାବନା । ସେଥିପାଇଁ ବିଦ୍ୟାଳୟରେ କରାଯାଉଛି ହୋମ ଯଜ୍ଞ। ଏଠାରେ ନା ଅଛି ପଣ୍ଡିତଙ୍କ ବେଦ ପାଠ, ନା ଅଛି ମନ୍ତ୍ର ଉଚ୍ଚାରଣର ବିଧି। ନିଜେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ତାଳରେ ତାଳ ମିଳାଇ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ଛାତ୍ର ଛାତ୍ରୀ। ହାତରେ ରହିଛି ସଂସ୍କୃତର ଶ୍ଳୋକ ବହି। ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜୟନ୍ତୀ ଉପଲକ୍ଷେ ଚାଲିଛି ହୋମ ଯଜ୍ଞ । ଭୁବନେଶ୍ୱରର ଏକ ଘରୋଇ ଇଂରାଜୀ ମାଧ୍ୟମିକ ସ୍କୁଲରେ ୮୫୦ରୁ ଅଧିକ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ କରୁଛନ୍ତି ଯଜ୍ଞ କରିବା ସହ କରୁଛନ୍ତି ବେଦ ପାଠ।

ତେବେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମ ଜୟନ୍ତୀରେ ଚାଲିଛି ଏହି ବେଦ ପାଠ। ଆର୍ଯ୍ୟ ସମାଜର ପ୍ରତିଷ୍ଠାତାଙ୍କୁ ମନେ ପକାଇ ଏହି ବେଦପାଠ କରୁଛନ୍ତି ଛାତ୍ର ଛାତ୍ରୀ। ଭାରତୀୟ ସଂସ୍କୃତି ସହ ଜଡିତ ରହିବା ପାଇଁ ଦୟାନନ୍ଦ ସରସ୍ୱତୀଙ୍କ ପ୍ରେରଣାରେ ସ୍କୁଲ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେପଟେ ଆଗକୁ ପରୀକ୍ଷା ଆସୁଥିବାରୁ ଏଭଳି ସକାରତ୍ମକ ପରିବେଶ ଆମକୁ ଚାପମୁକ୍ତ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ଛାତ୍ର ଛାତ୍ରୀ।

ଏହା ମଧ୍ୟ ପଢନ୍ତୁ -ଦୟାନନ୍ଦ ସରସ୍ବତୀଙ୍କ ଜନ୍ମ ଜୟନ୍ତୀ ସମାରୋହ, ଗରିବଙ୍କ ସେବା ଦେଶର ପ୍ରଥମ ଯଜ୍ଞ କହିଲେ ପ୍ରଧାନମନ୍ତ୍ରୀ

ସେହିପରି ଗୋଟିଏ ଯଜ୍ଞ କୁଣ୍ଡରେ ୩ ଜଣ ଛାତ୍ର ଛାତ୍ରୀଙ୍କ ସମେତ ଜଣେ ଶିକ୍ଷକ ଶିକ୍ଷୟତ୍ରୀ ବେଦ ପାଠ କରୁଛନ୍ତି। ଏଭଳି ୨୦୨ ଟି ଯଜ୍ଞ କୁଣ୍ଡ କରାଯାଇ ବେଦ ପାଠ କରାଯାଉଛି। ଏନେଇ ସ୍କୁଲରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭାରତୀୟ ସଂସ୍କୃତି ସହ ଯୋଡ଼ି ରହିବା ପାଇଁ ସ୍କୁଲର ଏହି ପ୍ରୟାସ। ସ୍ଵାମୀ ଦୟାନନ୍ଦ ସରସ୍ଵତୀ ହିନ୍ଦୁତ୍ବ ଓ ଆର୍ଯ୍ୟ ସମାଜକୁ ଆଗକୁ ନେବା ପାଇଁ ଏକ ପ୍ରଚାର ପ୍ରସାର କରିଥିଲେ। ଏହି ଆଦର୍ଶରେ ସ୍କୁଲ ଅନୁପ୍ରାଣିତ ହୋଇଥିବାରୁ ଆଜିକା ଦିନରେ ଆରମ୍ଭ କରିଛନ୍ତି ହୋମ ଯଜ୍ଞ ।

ପ୍ରକାଶ ଥାଉକି, ମହିଳାଙ୍କୁ ନେଇ ସମାଜ ଯେଉଁ ଥିବା କୁପ୍ରଥା ବିରୋଧରେ ସ୍ବାମୀ ଦୟାନନ୍ଦ ସ୍ବର ଉଠାଇଥିଲେ । ସେ ମହିଳାଙ୍କ ବିରୋଧରେ ଭେଦଭାବର ଖଣ୍ଡନ କରିଥିଲେ । ମହିଳା ଶିକ୍ଷା ଅଭିଯାନ ଆରମ୍ଭ କରିଥିଲେ ସ୍ବାମୀ ଦୟାନନ୍ଦ ସରସ୍ବତୀ । ସେ ୧୮୭୫ ମସିହାରେ ସମାଜରୁ ଭେଦଭାବକୁ ଦୂର କରିବା ପାଇଁ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ସମାଜ ସଂସ୍କାର ଏବଂ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଦେଶର ସାଂସ୍କୃତିକ ତଥା ସାମାଜିକ ସଚେତନତା କ୍ଷେତ୍ରରେ ଆର୍ଯ୍ୟ ସମାଜ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.