ETV Bharat / state

କନିଷ୍ଠଙ୍କୁ ବରିଷ୍ଠଙ୍କ ପରାମର୍ଶ: ଉତ୍ତମ ବ୍ୟବହାର ଓ ନିଷ୍ଠାର ସହ କାର୍ଯ୍ୟ କର - OAS officers Dikshyant Samaroha

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୧୯ ବ୍ୟାଚ ଓଡ଼ିଶା ପ୍ରଶାସନିକ ସେବାର ୩୬ ଜଣ ଶିକ୍ଷାନବିଶଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ । ଅଧିକ ପଢନ୍ତୁ

୨୦୧୯ ବ୍ୟାଚ ଓଏଏସ ଶିକ୍ଷାନବିଶଙ୍କ ଦୀକ୍ଷାନ୍ତ ସମାରୋହ

author img

By

Published : May 27, 2023, 7:51 AM IST

୨୦୧୯ ବ୍ୟାଚ ଓଏଏସ ଶିକ୍ଷାନବିଶଙ୍କ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ବର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୧୯ ବ୍ୟାଚ ଓଡ଼ିଶା ପ୍ରଶାସନିକ ସେବାର ୩୬ ଜଣ ପ୍ରୋବେସନରଙ୍କ ପ୍ରଶିକ୍ଷଣ ସମାପ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଏକ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗ ଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଉତ୍ତମ ଆଚରଣ ପ୍ରଦର୍ଶନ କରି ନିଷ୍ଠାର ସହ ଓ ନ୍ୟାୟ ସଙ୍ଗତ ଭାବେ କାର୍ଯ୍ୟ ସଂପାଦନ କରିବା, ସୁବ୍ୟବହାର ପୂର୍ବକ ନିଜର ଭାବମୂର୍ତ୍ତି ଓ ସୁନାମ ବଜାୟ ରଖିବାକୁ କହିଛନ୍ତି ।

ଓଏଏସ ଅଧିକାରୀଙ୍କ ଦୀକ୍ଷାନ୍ତ ସମାରୋହ
ଓଏଏସ ଅଧିକାରୀଙ୍କ ଦୀକ୍ଷାନ୍ତ ସମାରୋହ

ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଓ ନୂତନ ସମୃଦ୍ଧ ଓଡିଶା ଗଠନରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆଗାମୀ ଦିନରେ ନିଜକୁ କିପରି ଲୋକମାନଙ୍କ ସେବାରେ ନିୟୋଜିତ କରିପାରିବେ ସେ ସମ୍ପର୍କରେ ପରାମର୍ଶ ଦେଇ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏହି ସମାବେଶରେ ନୂତନ ଭାବେ ଯୋଗ ଦେଇଥିବା ୬ ଜଣ ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବିଶ ଓ ଭାରତୀୟ ଅର୍ଥ ସେବାର ୫ ଜଣ ଶିକ୍ଷାନବିଶ ଉପସ୍ଥିତ ଥିଲେ ।

ଓଏଏସ ଅଧିକାରୀଙ୍କ ଦୀକ୍ଷାନ୍ତ ସମାରୋହ
ଓଏଏସ ଅଧିକାରୀଙ୍କ ଦୀକ୍ଷାନ୍ତ ସମାରୋହ

ଓଡ଼ିଶା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଛନ୍ତି । ପ୍ରୋବେସନରମାନଙ୍କୁ ସାଧୁତା ଓ ଏକାଗ୍ରତାର ସହ କାର୍ଯ୍ୟ କରିବା ନେଇ ଶପଥ ପାଠ କରାଇଛନ୍ତି । ସେ କହିଛନ୍ତି ଯେ, ଜଣେ ଅଧିକାରୀ ସ୍ବେଚ୍ଛାଚାରିତା ମନୋଭାବାପନ୍ନ ନହୋଇ କିପରି ଭଲ ଲୋକସେବକ ହୋଇପାରିବ ଏହି ପ୍ରଶିକ୍ଷଣ ସେଥିପାଇଁ ଉଦ୍ଦିଷ୍ଟ । ରାଜ୍ୟ ସରକାରଙ୍କ ‘୫-ଟି’ ଆଧାରରେ କାର୍ଯ୍ୟ ସଂପାଦନକୁ ଗୁରୁତ୍ବ ଦେବା ସହ ଗାନ୍ଧିଜୀଙ୍କର ଟାଲିସମାନର ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଅଧିକାଂଶ ଅଧିକାରୀ ବୈଷୟିକ ଜ୍ଞାନକୌଶଳର ବିଷୟର ଛାତ୍ରଛାତ୍ରୀ ହୋଇଥିବା ଯୋଗୁଁ ସେମାନେ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଭଲ କାମ କରିପାରିବେ ବୋଲି ସେ କହିଛନ୍ତି ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ ଓ ପରିବେଶ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଶିକ୍ଷାନବିଶଙ୍କୁ ରାଜସ୍ବ ଆଇନ ଅନୁପାଳନ ସଂପର୍କିତ ପରାମର୍ଶ ଦେଇଛନ୍ତି । ସେବା ପ୍ରଦାନ ବେଳେ ଲୋକମାନେ ଯେପରି ହଇରାଣ ନହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ସେ କହିଛନ୍ତି । ନିଜ ଭିତରେ ଥିବା ସାହିତ୍ୟ, ସଂଗୀତ, ନୃତ୍ୟ, କ୍ରୀଡା ଆଦି ସୃଜନଶୀଳତାକୁ ଜାରି ରଖିବାକୁ ମଧ୍ୟ ପରାମର୍ଶ କହିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଯୋଗ ଦେଇ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାର ମେରୁଦଣ୍ଡ ବୋଲି ଅଭିହିତ କରିଛନ୍ତି ଓ ଦୁର୍ନୀତିମୁକ୍ତ ରହି ସ୍ବଚ୍ଛତା ବଜାୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ପ୍ରଶିକ୍ଷଣରେ ସହଯୋଗ କରିଥିବା ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀ ଦିଲୀପ ରାଉତରାଏ, ଉଦୟ ନାରାୟଣ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରେଷ୍ଠ ପ୍ରଶିକ୍ଷକ, ଶ୍ରେଷ୍ଠ ପ୍ରୋବେସନର, ମେଣ୍ଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଉକୃର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଡଃ. ଶଶାଙ୍କ ଗ୍ରହାଚାର୍ଯ୍ୟ ପ୍ରଶିକ୍ଷଣରେ ଦିଆଯାଇଥିବା ବିଭିନ୍ନ ପାଠ୍ୟକ୍ରମ ସଂପର୍କରେ ଅବଗତ କରିଛନ୍ତି । ପ୍ରଶିକ୍ଷଣ ନେଇଥିବା ଅଧିକାରୀମାନେ ଟ୍ରେନିଂରୁ କିପରି ଉପକୃତ ହୋଇଛନ୍ତି ନିଜ ନିଜର ଅନୁଭୁତି କହିଛନ୍ତି । ପ୍ରଶିକ୍ଷଣରେ ସମସ୍ତ ପ୍ରୋବେସନରମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.