ETV Bharat / state

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା; ଓଡିଶାରୁ କିଏ ଯିବ, କିଏ ଆସିବ ? - ମୋଦିଙ୍କ କ୍ୟାବିନେଟ୍‌ରେ ଅଦଳବଦଳ ନେଇ ଚର୍ଚ୍ଚା

୨୦୨୪ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଦରିଛି । ଯଦି ଓଡ଼ିଶାରୁ ୩ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତି, ତେବେ କାହାକୁ ମିଳିବ ମନ୍ତ୍ରୀପଦ ? ଅଧିକ ପଢ଼ନ୍ତୁ...

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ଚର୍ଚ୍ଚା
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ଚର୍ଚ୍ଚା
author img

By

Published : Jul 12, 2023, 7:10 PM IST

Updated : Jul 12, 2023, 7:15 PM IST

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ଚର୍ଚ୍ଚା

ଭୁବନେଶ୍ବର: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବିଜେପି ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି । କିଛି ବଡ଼ ନେତାଙ୍କୁ ମନ୍ତ୍ରୀ ପଦରୁ କାଢ଼ି ସଂଗଠନ ଦାୟିତ୍ବ ଦେବା ପାଇଁ ଉଦ୍ୟମ କରୁଛି ବିଜେପି । ବର୍ତ୍ତମାନ ଓଡ଼ିଶାରୁ ୩ ଜଣ କେନ୍ଦ୍ରମନ୍ତ୍ରୀ ରହିଥବା ବେଳେ ଯଦି ୩ ଜଣଙ୍କୁ ଦାୟିତ୍ବମୁକ୍ତ କରାଯାଏ, ତେବେ ଅନ୍ୟ ୩ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ନିର୍ବାଚନକୁ ଆଉ ଅଳ୍ପ ସମୟ ବାକି ଥିବାରୁ ମହିଳା କାର୍ଡ ଖେଳିପାରେ ବିଜେପି । ଏଥିପାଇଁ ପଶ୍ଚିମ ଓଡ଼ିଶାରୁ ସଙ୍ଗୀତା ସିଂହଦେଓ ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁକୁ ନେଇ ଆଲୋଚନା ହେଉଛି । ସେପଟେ ବିଶ୍ବେଶ୍ବର ଟୁଡୁଙ୍କ ସ୍ଥାନରେ ଜୁଏଲ ଓରାମଙ୍କୁ ପୁନର୍ବାର ଦାୟିତ୍ବ ମିଳିପାରେ ବୋଲି କୁହାଯାଉଛି ।

କିଏ ଯିବ, କିଏ ଆସିବ ?: ହେଉଥିବା ଚର୍ଚ୍ଚା ଅନୁସାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିପାରେ । ସେହିପରି ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ବେଶ୍ବର ଟୁଡୁଙ୍କୁ ମଧ୍ୟ ମନ୍ତ୍ରୀପଦ ହରାଇବାକୁ ପଡିପାରେ ବୋଲି କହିଛନ୍ତି ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ । ସେ କହିଛନ୍ତି, "ପଶ୍ଚିମ ଓଡିଶାକୁ ଦୃଷ୍ଟିରେ ରଖିବ ଦଳ । ମହିଳା କାର୍ଡ ଖେଳି ବିଜେପି ସଙ୍ଗୀତା ସିଂହଦେଓଙ୍କୁ ମନ୍ତ୍ରୀପଦରେ ବସାଇପାରେ । ସେହିପରି ଯଦି ବିଶ୍ବେଶ୍ବର ଟୁଡୁଙ୍କୁ ବାଦ ଦିଆଯାଉଛି, ତେବେ ତାଙ୍କ ସ୍ଥାନରେ ଜୁଏଲ ଓରାମଙ୍କୁ ମିଳିପାରେ ମନ୍ତ୍ରୀପଦ । କିନ୍ତୁ ସାଂଗଠନିକ ଦୃଷ୍ଟି କୋଣରୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ବ ରହୁଛି ।" ଯଦି ଧର୍ମେନ୍ଦ୍ରଙ୍କ ମନ୍ତ୍ରୀପଦ ଯାଏ, ତେବେ ସାଂଗଠନିକ ସ୍ତରରେ ଧର୍ମେନ୍ଦ୍ରଙ୍କୁ ବଡ଼ ପଦବୀ ମିଳିପାରେ ବୋଲି ଆକଳନ କରିଛନ୍ତି ରବି ଦାସ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ, କେନ୍ଦ୍ର କ୍ୟାବିନେଟ ଅଦଳବଦଳ ଚର୍ଚ୍ଚା

"ଠିକ୍‌ ସ୍ଥାନରେ ଠିକ୍‌ ଲୋକଙ୍କୁ ମିଳିବ ଦାୟିତ୍ବ": ଅନ୍ୟପଟେ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, "ଓଡ଼ିଶାରେ ପଶ୍ଚିମ ଓଡିଶା, ପୂର୍ବ ଓଡିଶା ବା ଉତ୍ତର ଓଡିଶା ଦେଖି ମନ୍ତ୍ରୀପଦ ଦିଆଯାଏ । ହେଲେ ଭାରତବର୍ଷରେ ସାମଗ୍ରିକ ଭାବେ ଓଡିଶାର ବିକାଶ ପାଇଁ ମନ୍ତ୍ରୀପଦ ଦେଇଥାଏ କେନ୍ଦ୍ର ନେତୃତ୍ବ । ତେବେ କିଏ ଯିବେ କିଏ ଆସିବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।" ହେଲେ ଠିକଣା ଲୋକଙ୍କୁ ଠିକଣା ସ୍ଥାନରେ ନିୟୋଜିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

ବିଜେପି ଫୋକସ୍‌ରେ ପୂର୍ବୋଦୟ: କର୍ଣ୍ଣାଟକରେ ବିଜେପିର ପରାଜୟ ପରେ ସଜାଗ ରହିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃବନ୍ଦ । ଆଗକୁ ଆସୁଛି ଆଉ କିଛି ରାଜ୍ୟର ନିର୍ବାଚନ । ବେଳ ଥାଉ ଥାଉ ଘର ସଜାଡିବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ଫୋକସରେ ପୂର୍ବଦୟ ରହୁଥିବାରୁ ଓଡିଶାରେ କିପରି ବିଜେପି ନିଜର ସଂଗଠନକୁ ସୁଦୃଢ କରିବ, ସେନେଇ ରଣନୀତି ପ୍ରସ୍ତୁତ କରୁଛି । ଏହି କ୍ରମରେ ଦେଖିବାକୁ ଗଲେ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି, ସେଥିପାଇଁ ଆଗୁଆ ମୈଦାନ ପ୍ରସ୍ତୁତ କରିବା ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 12, 2023, 7:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.