ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ୨୦୨୪ ପୂର୍ବରୁ ନିର୍ବାଚନ ନେଇ ଚର୍ଚ୍ଚା, କାହାକୁ ମିଳିିବ ଫାଇଦା ?

ନିର୍ଦ୍ଧାରିତ ସମୟ ଅର୍ଥାତ ୨୦୨୪ ପୂର୍ବରୁ ନିର୍ବାଚନ ହେବା ନେଇ ଜୋର ଧରିଛି ଚର୍ଚ୍ଚା । ଏନେଇ ସମସ୍ତ ରାଜନୈତିକ ଦଳ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଥିବାବେଳେ ଆଗୁଆ ନିର୍ବାଚନ ଶାସକ ବିଜେଡିକୁ ସୁହାଇବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

author img

By

Published : Dec 12, 2022, 10:46 PM IST

କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ୨୦୨୪ ପୂର୍ବରୁ ନିର୍ବାଚନ ହେବା ନେଇ ଚର୍ଚ୍ଚା, କାହାକୁ ମିଳିିବ ଫାଇଦା ?

ଭୁବନେଶ୍ବର: ୨୦୨୪ ପୂର୍ବରୁ ଅର୍ଥାତ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ ହେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏନେଇ ଶୁଣିବାକୁ ପାଉଥିବା କହି ସଙ୍କେତ ଦେଇଥିଲେ । ତେବେ ଏନେଇ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ସହ ରାଜନୈତିକ ସମୀକ୍ଷକ ପ୍ରତିକ୍ରିୟା ରଖିଛନ୍ତି । ସମସ୍ତେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଥିବାବେଳେ ଆଗୁଆ ନିର୍ବାଚନ ଶାସକ ବିଜେଡିକୁ ସୁହାଇବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

'ଆଗୁଆ ବିଧାନସଭା ନିର୍ବାଚନ ନବୀନ ଓ ଲୋକସଭା ନିର୍ବାଚନ ମୋଦିଙ୍କୁ ଫାଇଦା'

ରାଜନୀତି ସମୀକ୍ଷକ ରବି ଦାସଙ୍କ ମତରେ, ଓଡିଶାରେ ବିଧାନସଭା ନିର୍ବାଚନ ଆଗୁଆ ହେବାର ପ୍ରଶ୍ନ ହିଁ ଉଠୁନାହିଁ । ସେ କହିଛନ୍ତି, "ଯଦି ଆଗୁଆ ନିର୍ବାଚନ ହୁଏ, ଏହା ନବୀନଙ୍କ ସପକ୍ଷରେ ଯିବ । କାରଣ କ୍ଷମତା, ସରକାରୀ କଳ ସବୁ ବିଜେଡି କବଜାରେ ରହିଛି । ତେଣୁ ଅଧିକ ଲାଭ ବିଜେଡି ହିଁ ଉଠାଇ ପାରିବ । କିନ୍ତୁ ଯଦି ଲୋକସଭା ନିର୍ବାଚନ ଆଗୁଆ ହୁଏ, ତେବେ ମୋଦିଙ୍କୁ ଫାଇଦା ମିଳିବ । କାରଣ କେନ୍ଦ୍ରର ସମସ୍ତ ନେତା ମନ୍ତ୍ରୀ ଓଡିଶାରେ ଏକାଠି ହେବେ । ଯାହାକୁ ଚ୍ୟାଲେଞ୍ଜ କରିବା ବିଜେଡି ପାଇଁ ଏତେଟା ସହଜ ହେବ ନାହିଁ ।

'ଆଗୁଆ ନିର୍ବାଚନ ବାଇପୋଲାର ହେବ'

ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ଯଦି ଆଗୁଆ ନିର୍ବାଚନ ହେଉଛି ତେବେ ଏହା ବାଇପୋଲାର ଲଢେଇ ହେବ । ଯଦି କଂଗ୍ରେସ ନିଜ ଭୋଟକୁ ପାଖରେ ରଖିଲା ତେବେ ଜୋରଦାର ଲଢେଇ ବିଜେଡି ଓ ବିଜେପି ମଧ୍ୟରେ ହେବ । କିଏ ଜିତିବ କହିବା ମୁସ୍‌କିଲ । କିନ୍ତୁ ଯଦି କଂଗ୍ରେସ ଭୋଟ ବିଜେଡି ହାତକୁ ଚାଲିଗଲା ତେବେ ପଦ୍ମପୁର ପରି ସ୍ଥିତି ହେବ । କିମ୍ବା ଧାମନଗର ପରି ଯଦି ରାଜୁ ଦାସଙ୍କ ପରି ବିଦ୍ରୋହୀ ପ୍ରାର୍ଥୀ ବାହାରନ୍ତି ତେବେ ବିଜେଡି ପାଇଁ ଅଡୁଆ ପରିସ୍ଥିତି ହେବ । କିନ୍ତୁ ରାଜ୍ୟରେ ଶାସକ ଦଳରେ ବିଦ୍ରୋଦ ବିଜେପିକୁ ସୁହାଇବ ।"

'ନବୀନ ବିଚାର କରିବେ'

ପଦ୍ମପୁର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ପରେ ଦଳର ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି । ବିଜେଡି ବିଧାୟକ ସୁଶାନ୍ତ ସିଂହ କହିଛନ୍ତି, "ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେଲେ ୫ ରାଜ୍ୟରେ ବିଜେପି ହାରିବ । ତେଣୁ ଆଗୁଆ ନିର୍ବାଚନ ପାଇଁ ବିଜେପି ଚାହୁଁଛି । ଆମକୁ ଲୋକେ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି । ସେଭଳି ସ୍ଥିତି ଆସିଲେ ନବୀନ ପଟ୍ଟନାୟକ ବିଚାର କରିବେ ।"

'କଂଗ୍ରେସ ପ୍ରସ୍ତୁତ ଅଛି'

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଆଗୁଆ ନିର୍ବାଚନ ହେଲେ କଂଗ୍ରେସ ପ୍ରସ୍ତୁତ ଅଛି । ଦଳ ୭୦ରୁ ୮୦ ପ୍ରତିଶତ ଯୁବପୀଢିଙ୍କୁ ପ୍ରାଧାନ୍ୟ ଦେବ ।" ଆଗୁଆ ନିର୍ବାଚନ ହେଲେ ଦଳ ଭଲ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

'ଯେକୌଣସି ସମୟରେ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ'

ସେପଟେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, "ବିଜେପିର ଗ୍ରୋଥ ହେଉଛି ଏବଂ ବିଜେଡି ପ୍ରତି ଲୋକ ସମର୍ଥନ କମି କମି ଯାଉଛି । ସେଥିପାଇଁ ଆଗୁଆ ନିର୍ବାଚନ କରି ପୁଣି ୫ ବର୍ଷ ପାର କରିନେବାକୁ ନବୀନ ପଟ୍ଟନାୟକ ଚେଷ୍ଟା କରୁଛନ୍ତି ।" ତେବେ ଯେକୌଣସି ସମୟରେ ନିର୍ବାଚନ ହେଲେ ବିଜେପି ପ୍ରସ୍ତୁତ ରହିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଆଗୁଆ ନିର୍ବାଚନ ନେଇ ଶୁଣିବାକୁ ମିଳୁଛି । ଏଥିରୁ ଯାହା ଜଣାପଡୁଛି ଧାମନଗର ବିଜୟ ଏବଂ ପଦ୍ମପୁରରେ ବିଜେପି ନିଜ ଭୋଟକୁ ନେଇ ଉତ୍ସାହିତ ଅଛି । ୨୦୨୪ ନିର୍ବାଚନ ପାଇଁ ଦଳ ଏବେ ଠାରୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ଏବେ ଦେଖିବାର କଥା ଯଦି ଆଗୁଆ ନିର୍ବାଚନ ହେଉଛି, ତେବେ କେଉଁ ଦଳକୁ ଜନ ସମର୍ଥନ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.