ଖୋର୍ଦ୍ଧା: କାମ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ । ଘଟଣା ପ୍ରକାଶ କଲେ 7 ମାସର ଦିବ୍ୟାଙ୍ଗ ଗର୍ଭବତୀ ଯୁବତୀଙ୍କୁ ହତ୍ୟା ଧମକ । ଏପଟେ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏତଲା ରଖୁନି ପୋଲିସ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ।
ସ୍ଥାନୀୟ ଅଞ୍ଚଳର ତ୍ରିନାଥ ପ୍ରଧାନ ନାମକ ଅଭିଯୁକ୍ତ ପୀଡିତାଙ୍କୁ ତାଙ୍କ ଲୁଗା ଦୋକାନରେ କାମ ଦେବା ନାଁରେ ଦୁଷ୍କର୍ମ କରି 7 ମାସର ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି । ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ମିଳୁଛି ବୋଲି ପୀଡିତା ଅଭଯୋଗ କରିଛନ୍ତି । ତେବେ ନ୍ୟାୟ ପାଇଁ ଥାନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ତତ୍ପରତା ପ୍ରକାଶ କରୁନି ପୋଲିସ । ଏତଲା ରଖୁନଥିବା ଅଭିଯୋଗ ହୋଇଛି ।
ତେବେ ଆଜି (ଶୁକ୍ରବାର) ପୀଡିତା ଏନେଇ ଅନଲାଇନରେ ଅଭିଯୋଗ କରିଛନ୍ତି ।
ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ହେବାପରେ ବାଧ୍ୟ ହୋଇ ଅନଲାଇନରେ ଏତଲା ଦାଏର କରିଛନ୍ତି ପୀଡିତା । ଖାଲି ସେତିକି ନୁହେଁ ଯୁବତୀଙ୍କ ଠାରୁ ୨୪ ହଜାର ଭତ୍ତା ଟଙ୍କା ମଧ୍ୟ ଅଭିଯୁକ୍ତ ନେଇ ଯାଇଥିବା ଅଭିଯୋଗ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ