ETV Bharat / state

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ଭୁବନେଶ୍ୱରରୁ ବାରାଣାସୀ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌

author img

By

Published : Dec 30, 2022, 3:07 PM IST

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆସନ୍ତା ୨୭ରେ ଭୁବନେଶ୍ୱରରୁ ବାରାଣାସୀ ଓ ପ୍ରୟାଗରାଜ ଯାତ୍ରା କରିବ ଏକ ସ୍ବତନ୍ତ୍ର ଟ୍ରେନ । ଅଧିକ ପଢନ୍ତୁ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (Senior Citizen Pilgrimage Scheme)। ୨୦୧୯-୨୦ ମସିହାରେ ଚୟନ ହୋଇଥିବା ବରିଷ୍ଠ ନାଗରିକ ଏହି ଯାତ୍ରାରେ ସାମିଲ ହେବେ । ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ ଓ ଢେଙ୍କାନାଳ ଜିଲ୍ଲାରୁ ଚୟନ ହୋଇଛନ୍ତି ୯୭୦ ଜଣ ବରିଷ୍ଠ ନାଗରିକ । ତୀର୍ଥଯାତ୍ରା ଆଗାମୀ ୨୦୨୩ ନୂଆବର୍ଷ ଜାନୁଆରୀ ୨୭ରେ ଶୁଭାରମ୍ଭ ହେବ ।

ପୂର୍ବ ନିର୍ଦ୍ଧାରିତ ଅନୁସାରେ ସାଥିରେ ୩୦ ଜଣ ଏସ୍କର୍ଟ ଅଫିସରଙ୍କ ସହିତ ମୋଟ ୧୦୦୦ ଯାତ୍ରୀଙ୍କୁ ନେଇ ବାରାଣାସୀ ଓ ପ୍ରୟାଗରାଜ ଦର୍ଶନ ପାଇଁ ଯାତ୍ରା କରିବ ଏକ ସ୍ୱତନ୍ତ୍ର ଟ୍ରେନ୍ । ପୂର୍ବରୁ ମନୋନୀତ ହୋଇଥିବା ଏହି ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ସ୍ଥିର କରାଯାଇଥିବା ବେଳେ କୋଭିଡ କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିନଥିଲା । ଏବେ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ତୀର୍ଥଯାତ୍ରାକୁ ସୂଚାରୁରୂପେ ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏହି ଅନୁଷ୍ଠିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Russian Tourists Death: ଖୋଳତାଡ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍

ତୀର୍ଥଯାତ୍ରା ପାଇଁ ମନୋନୀତ ବରିଷ୍ଠ ନାଗରିକ ସ୍ୱତନ୍ତ୍ର ବସ ଯୋଗେ ନିଜନିଜ ଜିଲ୍ଲାରୁ ଭୁବନେଶ୍ୱର ଆସିବେ । ସେଠାରୁ ଟ୍ରେନ୍‌ ଯୋଗେ ଯାତ୍ରା କରିବେ । ବସ୍‌ ବ୍ୟବସ୍ଥା, ଭୁବନେଶ୍ୱରରେ ଅସ୍ଥାୟୀ ରହଣି, ଖାଦ୍ୟପେୟ, ପଞ୍ଜୀକରଣ, ସୂଚନା ପ୍ରଦାନ, ଆଇନ ଶୃଙ୍ଖଳା ପାଇଁ ପୋଲିସ ମୁତୟନ, ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରାଯିବ । ଏହାସହ ଯାତ୍ରା ସମୟରୁ ଆରମ୍ଭ କରି ଯାତ୍ରାରୁ ଫେରି ଘରେ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସୁବିଧା କରାଯିବା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କ ସହିତ ବିଶଦ ଭାବେ ଆଲୋଚନା କରିଛନ୍ତି । ସେହିପରି ୨୦୨୨-୨୩ ବର୍ଷ ପାଇଁ ମନୋନୀତ ହୋଇଥିବା ୯୭୦ ଜଣ ତୀର୍ଥଯାତ୍ରୀଙ୍କ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ଆଗାମୀ ମାର୍ଚ୍ଚ ୪ ତାରିଖରୁ ଯାତ୍ରା ଆରମ୍ଭ ହେବା ପାଇଁ ଆପାତତଃ ସ୍ଥିର ହୋଇଥିବା ଜଣାପଡ଼ିଛି ।

ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକମାନେ ଯାତ୍ରା କରୁଥିବାରୁ ସେମାନଙ୍କର ଅସ୍ଥାୟୀ ରହଣୀ ଓ ଯାତାୟତରେ ଯେପରି କୌଣସି ପ୍ରକାର ତ୍ରୁଟି ନହୁଏ, ସେଥିପ୍ରତି ଯତ୍ନବାନ ରହିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବିଡିଓ ସମ୍ପଦ କୁମାର ଦଳାଇ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଭୁବନେଶ୍ୱର, ଜିଲ୍ଲା ସଂସ୍କୃତି ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ, ଭୁବନେଶ୍ୱର ଏବଂ ବିଏମସିର ଡେପୁଟୀ କମିଶନର ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସଂପୃକ୍ତ ଅନ୍ୟ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ ନେଇ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.