ETV Bharat / state

ଫୋକସରେ ହକି ବିଶ୍ବକପ, ଭୁବନେଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ସ୍ବତନ୍ତ୍ର ଟିମ ଗଠିତ - ୨୦୨୩ ହକି ବିଶ୍ବକପ

ଫୋକସରେ ହକି ବିଶ୍ବକପ । ୨୦୨୩ ହକି ବିଶ୍ବକପ ଓଡ଼ିଶାରେ ଆୟୋଜିତ ହେବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସୌନ୍ଦର୍ଯ୍ୟକରଣ ଲାଗି ସ୍ବତନ୍ତ୍ର ଟିମ ଗଠିତ ହୋଇଛି । ଅଧିକ ପଢନ୍ତୁ

ଫୋକସରେ ହକି ବିଶ୍ବକପ, ଭୁବନେଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ସ୍ବତନ୍ତ୍ର ଟିମ ଗଠିତ

author img

By

Published : Nov 29, 2022, 9:30 PM IST

ଭୁବନେଶ୍ବର: ଫୋକସରେ ହକି ବିଶ୍ବକପ । ଆସନ୍ତା ବର୍ଷ ପୁଣି ଓଡ଼ିଶାରେ ଆୟୋଜିତ ହେବ ହକି ବିଶ୍ବକପ । ବିଶ୍ବକପ୍ ହକି ପୂର୍ବରୁ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ପାଇଁ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍ । ଟିମରେ ସାମିଲ ହୋଇଛନ୍ତି ବିଡିଏ, ବିଏମସି, ସ୍ମାର୍ଟସିଟି ଓ କମିଶନରେଟ ପୋଲିସ । ସୌନ୍ଦର୍ଯ୍ୟକରଣ ପରେ ରାଜଧାନୀର ଶୋଭା ବର୍ଦ୍ଧିତ ହେବା ସହ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଭୁବନେଶ୍ବର ପ୍ରତି ଦୃଷ୍ଟି ଆକର୍ଷଣ କରିବ ବୋଲି କହିଛନ୍ତି ବିଡିଏ (Bhubaneswar Development Authority)ର ଅତିରିକ୍ତ କମିଶନର ହରିଶ ଚନ୍ଦ୍ର ନାୟକ ।

ଫୋକସରେ ହକି ବିଶ୍ବକପ, ଭୁବନେଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ସ୍ବତନ୍ତ୍ର ଟିମ ଗଠିତ

ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ଲାଗି ଏନଫୋର୍ସମେଣ୍ଟ ଉପରେ ପ୍ରାଥମିକତା ଦିଆଯିବା ସହ ଜାରି ରହିଛି ରାସ୍ତାର ଉଭୟ ପାର୍ଶ୍ବର ଉଚ୍ଛେଦ ଅଭିଯାନ । ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଯାଇ ପୁଣି ଗଠିତ ହୋଇଛି ୧୭ଟି ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । ବିଡିଏ ଅଧୀନରେ ୪ଟି ସ୍ମାର୍ଟସିଟିର ଗୋଟିଏ ଓ ବିଏମସି ଅଧୀନରେ ରହିଛି ୧୨ଟି ସ୍କ୍ବାର୍ଡ । ରାସ୍ତାକଡରୁ ଜବରଦଖଲ ଉଚ୍ଛେଦ ସହିତ ରାସ୍ତାକଡରୁ ଭିକାରୀଙ୍କୁ ମଧ୍ୟ ହଟାଇ ଆଶ୍ରୟ ସ୍ଥଳୀରେ ଥଇଥାନ କରିବ ସ୍କ୍ବାର୍ଡ । ସମସ୍ତ ଟିମରେ ସାମିଲ ହେବେ କମିଶନରେଟ ପୋଲିସ କର୍ମଚାରୀ । ରାସ୍ତାକଡ଼ରୁ ଜବରଦଖଲ ଉଚ୍ଛେଦ ପରେ ତୁରନ୍ତ ସମ୍ପୃକ୍ତ ସ୍ଥାନକୁ କରାଯିବ ବିକଶିତ । ସହରକୁ ସୌନ୍ଦର୍ଯ୍ୟ କରି ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରହିଛି ଲକ୍ଷ୍ୟ ।

ଏହା ବି ପଢନ୍ତୁ- ହକି ବିଶ୍ବକପ ୨୦୨୩: କଟକରେ ହେବ ଉଦ୍‌ଘାଟନୀ ଉତ୍ସବ, ପ୍ରସ୍ତୁତି ଆରମ୍ଭ କଲା ସିଏମସି

ଏହା ବ୍ୟତୀତ ସେଣ୍ଟ୍ରାଲ ମନିଟରିଂ କମିଟି ବା ସିଏମସି ପକ୍ଷରୁ ଜାରି ରହିଥିବା ନିୟମିତ ଉଚ୍ଛେଦ ଅଭିଯାନ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ବିଡିଏ ଅତିରିକ୍ତ କମିଶନର । ଅନ୍ୟପଟେ ବିଶ୍ବକପ ହକି ଶେଷ ହେବ ପର୍ଯ୍ୟନ୍ତ ସହରର ସୌନ୍ଦର୍ଯ୍ୟକରଣ ଟ୍ରାଫିକ ନିୟନ୍ତ୍ରଣ ଭଳି କାର୍ଯ୍ୟକୁ ତ୍ଵରାନିତ୍ଵ କରିବା ପାଇଁ ଅନବରତ ନିଜର କାର୍ଯ୍ୟ ସମ୍ପାଦନ କରିବ ଏହି ସ୍ବତନ୍ତ୍ର ଦଳ । ତେଣୁ ବିଶ୍ବକପ ହକି ସରିବା ପର୍ଯ୍ୟନ୍ତ ଏହି ଟିମ ସ୍ବତନ୍ତ୍ର ଭାବେ ସହରର ବିଭିନ୍ନ ପ୍ରକାରେ ସ୍ବଚ୍ଛତା ଓ ଶୃଙ୍ଖଳାର ଦାୟିତ୍ବ ନେବ । ଏହି ଟିମ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଭୁବନେଶ୍ବର ପ୍ରତି ଦୃଷ୍ଟି ଆକର୍ଷଣ କରିବ ବୋଲି କହିଛନ୍ତି ବିଡିଏ ର ଅତିରିକ୍ତ କମିଶନର ହରିଶଚନ୍ଦ୍ର ନାୟକ ।

ସୂଚନା ଥାଉ କି ୨୦୨୩ ମସିହାରେ ଓଡ଼ିଶା ପୁଣି ଥରେ ବିଶ୍ବକପ ହକିର ଆୟୋଜନ କରିବାକୁ ଯାଉଛି । ଏହି ମ୍ୟାଚ କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ବିଶେଷ କରି ରାଜଧାନୀ ଭୁବନେଶ୍ଵରରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ କଳିଙ୍ଗ ଷ୍ଟାଡିୟମରେ ବିଶ୍ଵକପ ହକି ଆୟୋଜନ କରି ରାଜ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା । ଚଳିତ ଥର ମଧ୍ୟ ଏହି ଆଶା ନେଇ ଓଡ଼ିଶା କ୍ରୀଡା ମହାକୁମ୍ଭର ଆୟୋଜନ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.