ETV Bharat / state

ସ୍ଵତନ୍ତ୍ର ଶିକ୍ଷକଙ୍କୁ ଅଣଦେଖା, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ପ୍ରତିବାଦ

author img

By

Published : Nov 1, 2022, 10:22 AM IST

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହେଲେ ସ୍ବତନ୍ତ୍ର ଶିକ୍ଷକ । ଆଗାମୀ ଦିନରେ ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରି ସେମାନଙ୍କୁ ରେଗୁଲାର କରି ଦରମା ମଧ୍ୟ ସେହି ଅନୁସାରେ ଦେବା ପାଇଁ ଦାବି । ଅଧିକ ପଢନ୍ତୁ

ସ୍ଵତନ୍ତ୍ର ଶିକ୍ଷକଙ୍କୁ ଅଣଦେଖା, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହେଲେ ସ୍ୱତନ୍ତ୍ର ଶିକ୍ଷକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହେଲେ ସ୍ବତନ୍ତ୍ର ଶିକ୍ଷକ । ଅନେକ ଶିକ୍ଷକ ଶିକ୍ଷୟତ୍ରୀଙ୍କ କଣ୍ଟ୍ରାକଚୁଆଲ ଉଚ୍ଛେଦ ହୋଇଛି ଏହା ସହ ଅନେକ ବିଭାଗର କର୍ମଚାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୀପାବଳି ଭେଟି ସ୍ବରୂପ ଠିକା ନିଯୁକ୍ତି ଉଚ୍ଛେଦ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଆମ ଭଳି କିଛି ଶିକ୍ଷକଙ୍କୁ କାହିଁକି ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଥିଲେ ସ୍ବତନ୍ତ୍ର ଶିକ୍ଷକ । ଆଗାମୀ ଦିନରେ ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରି ସେମାନଙ୍କୁ ରେଗୁଲାର କରି ଦରମା ମଧ୍ୟ ସେହି ଅନୁସାରେ ଦିଅନ୍ତୁ ବୋଲି ଦାବି କରିଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟରେ ଉଠିଲା ଚୁକ୍ତି ଭିତ୍ତିକ ଚାକିରି । ଏହାକୁ ଅନେକ ଅନେକ ଏବେ ଅସନ୍ତୋଷରେ ରହି ଆସୁଛନ୍ତି । ବର୍ଷ ବର୍ଷ ଧରି ସ୍ଵତନ୍ତ୍ର ଶିକ୍ଷକମାନେ ଦିବ୍ୟାଙ୍ଗ ପିଲାଙ୍କୁ ପଢ଼ାଇ ଆସୁଛନ୍ତି । ହେଲେ ସେମାନଙ୍କ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଏପର୍ଯ୍ୟନ୍ତ ସେମାନେ କଣ୍ଟ୍ରାକଚୁଆଲ ଭାବରେ କାମ କରୁଛନ୍ତି ।

ଏନେଇ ସ୍ଵତନ୍ତ୍ର ଶିକ୍ଷକ ସଙ୍ଘର ସାଧାରଣ ସମ୍ପାଦକ ସୂର୍ଯ୍ୟ କୁମାର ସେଣ୍ଡି କହିଛନ୍ତି, "ଆଜି ଆମେ 300 ଷ୍ଟାପ ଏଠାକୁ ମିଶିକି ଆସିଛୁ । ଏଠାରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛୁ ଯେମିତି ଶିକ୍ଷୟତ୍ରୀଙ୍କ କଣ୍ଟ୍ରାକଚୁଆଲ ଉଚ୍ଛେଦ ହୋଇଛି । ସେହିପରି ଆମର ମଧ୍ୟ କଣ୍ଟ୍ରାକଚୁଆଲ ଉଚ୍ଛେଦ ହୋଇ ସରକାରୀ ମାନ୍ୟତା ଦିଆଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.