ETV Bharat / state

ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ସେଲ

ଶୈକ୍ଷିକ ଉନ୍ନତି ପାଇଁ ପରୀକ୍ଷା କେବଳ ଏକ ପ୍ରକ୍ରିୟା । ଏଥିପାଇଁ ଛାତ୍ରଛାତ୍ରୀମାନେ ମାନସିକ ଭାବରେ ଚାପଗ୍ରସ୍ତ ହେବା ଉଚିତ ନୁହେଁ। ଓସେପାରରେ ଆୟୋଜିତ ଏକ କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ବଥୀ ଏସ. ଯୋଗଦେଇ କହିଛନ୍ତି। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 8, 2023, 10:45 PM IST

ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ପାଇଁ  ଆରମ୍ଭ ହେବ ସ୍ବତନ୍ତ୍ର ସେଲ
ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ସେଲ

ଭୁବନେଶ୍ବର: ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ପାଇଁ ସ୍ବତନ୍ତ୍ର ପଦକ୍ଷେପ । ବିଭିନ୍ନ ସଙ୍ଗଠନର ସହଭାଗିତାରେ ଆରମ୍ଭ ହେବ ସ୍ବତନ୍ତ୍ର ସେଲ । ଆସନ୍ତା ଫେବୃଆରୀରୁ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ପାଇଁ ଦିଆଯିବ ପରାମର୍ଶ ।

ଶୈକ୍ଷିକ ଉନ୍ନତି ପାଇଁ ପରୀକ୍ଷା କେବଳ ଏକ ପ୍ରକ୍ରିୟା । ଏଥିପାଇଁ ଛାତ୍ରଛାତ୍ରୀମାନେ ମାନସିକ ଭାବରେ ଚାପଗ୍ରସ୍ତ ହେବା ଉଚିତ ନୁହେଁ । ଏ ଦିଗରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ସେମାନଙ୍କ ଆତ୍ମବିଶ୍ବାସକୁ ଦୃଢ କରିବା ସହ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ଦରକାର । ଏନେଇ ଓସେପାରରେ ଆୟୋଜିତ ଏକ କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ବଥୀ ଏସ. ଯୋଗଦେଇ କହିଛନ୍ତି । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ପିଲାମାନେ କିଭଳି ଚାପମୁକ୍ତ ରହି ପରୀକ୍ଷା ପ୍ରସ୍ତୁତି କରିବେ ସେ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଛି । କର୍ମଶାଳାରେ ଅଧ୍ୟକ୍ଷତା କରି ବିଭାଗୀୟ ଶାସନ ସଚିବ ଅଶ୍ବଥୀ ଏସ. ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ- ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ୪୩୩ ପାସ୍‌

ସଚିବ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ଚାପକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ବତନ୍ତ୍ର ସେଲ ଓସେପାର ବିଦ୍ୟା ସମୀକ୍ଷା କେନ୍ଦ୍ରରେ ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ତରଫରୁ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବ ବୋଲି କହିଛନ୍ତି । ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ପ୍ରତି ଥିବା ଚିନ୍ତା ଦୂର କରିବା ପାଇଁ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଅଭିଭାବକମାନେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ଚାପ ଦେବା ଉଚିତ ନୁହେଁ । ସେମାନଙ୍କ ସମସ୍ୟାକୁ ବୁଝି ସେମାନଙ୍କ ମନରେ ଥିବା ଚିନ୍ତାକୁ ଦୂର କରିବା ପାଇଁ ପ୍ରୟାସ କରିବା ଦରକାର ।

ସେହିଭଳି ବିଦ୍ୟାଳୟରେ ଶିକ୍ଷକମାନେ ନିର୍ଦ୍ଦିଷ୍ଟ ସମୟରେ ପାଠ୍ୟକ୍ରମ ସମାପ୍ତ କରି ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରତି ଦୃଷ୍ଟି ଦେବା ଦରକାର । ଛାତ୍ରଛାତ୍ରୀମାନେ ମଧ୍ୟ ମନରେ କୌଣସି ଭୟ ନରଖି ନିଜ ସମସ୍ୟାକୁ ଅଭିଭାବକ କିମ୍ବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରିବା ଉଚିତ୍‌ । ଏହାଦ୍ବାରା ସେମାନେ ଚାପମୁକ୍ତ ରହିପାରିବେ ବୋଲି ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି । ଏହି ଆଲୋଚନାକୁ ଭିତ୍ତିକରି ଏକ କାର୍ଯ୍ୟପନ୍ଥା ତିଆରି ହେବ । ଏହି କାର୍ଯ୍ୟପନ୍ଥା ଅନୁସାରେ ଆସନ୍ତା ଫେବୃଆରୀ ମାସରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସ୍ବତନ୍ତ୍ର ସେଲ ସକ୍ରିୟ ରହିବା ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.