ETV Bharat / state

ଖୋର୍ଦ୍ଧାରୋଡ଼ ଷ୍ଟେସନରେ ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ସ୍ଵତନ୍ତ୍ର ଶିବିର

author img

By

Published : Apr 29, 2021, 11:01 PM IST

ଖୋର୍ଦ୍ଧାରୋଡ଼ ଷ୍ଟେସନରେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ଖୋଲାଯାଇଛି ସ୍ଵତନ୍ତ୍ର ଶିବିର । ରାଜ୍ୟରେ କରୋନା। ସଂକ୍ରମଣକୁ ରୋକା ଯାଇପାରିବା ନେଇ ପୂର୍ବତଟ ରେଳବାଇର ଅଭିନବ ପ୍ରୟାସ । ଅଧିକ ପଢନ୍ତୁ...

ଖୋର୍ଦ୍ଧାରୋଡ଼ ଷ୍ଟେସନରେ ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ସ୍ଵତନ୍ତ୍ର ଶିବିର
ଖୋର୍ଦ୍ଧାରୋଡ଼ ଷ୍ଟେସନରେ ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ସ୍ଵତନ୍ତ୍ର ଶିବିର

ଖୋର୍ଦ୍ଧା : ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ସମ୍ମୁଖରେ ବାହାର ରାଜ୍ୟରୁ ରାଜ୍ୟକୁ ରେଳ ଯୋଗେ ଫେରୁଥିବା ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ସ୍ଵତନ୍ତ୍ର ଶିବିର ଖୋଲାଯାଇଛି । ଖୋର୍ଦ୍ଧା ଜିଲା ପ୍ରଶାସନ ତରଫରୁ ଜଟଣୀ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲୀପ୍ କୁମାର ମହାନ୍ତି ଏବଂ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପ୍ରଶାସନ ପକ୍ଷରୁ ଆରପିଏଫ୍ ଇନ୍ସପେକ୍ଟର ବିଦ୍ୟାଧର ବାରିକ ଏବଂ ବାଣିଜ୍ୟ ବିଭାଗର ରେଳ ଅଧିକାରୀ ଯୋଗ ଦେଇଥିଲେ । ରେଳରୁ ଓହ୍ଲାଉଥିବା ଯାତ୍ରୀଙ୍କୁ ପ୍ରଥମେ ସଚେତନ କରାଯିବ ।

ସାମାଜିକ ଦୂରତା ରଖି ରେଳଯାତ୍ରୀ ପ୍ଲାଟଫର୍ମ ବାହାରକୁ ଆସିବେ। ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ଗଳାବାଟକୁ ବନ୍ଦ କରାଯିବ। ପ୍ରବେଶ ଓ ପ୍ରସ୍ଥାନ ଦ୍ଵାରରେ ରେଳଯାତ୍ରା ଷ୍ଟେସନ ବାହାରକୁ ଆସିବେ । ଏ ସମ୍ପର୍କରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ କଲ୍ୟାଣକୁମାର ପଟ୍ଟନାୟକଙ୍କ ସହ ଜଟଣୀ ପୌରପାଳିକାର କାର୍ଯ୍ୟ ନିର୍ବାହୀଧୂରୀ ଶ୍ରୀ ମହାନ୍ତି ଆଲୋଚନା କରିଥିଲେ।

ନିର୍ବାହୀ ଅଧିକାରୀଙ୍କ କହିବାନୁସାରେ ଦେଶର ବିଭିନ୍ନ ସ୍ଥାନରୁ ରାଜ୍ୟକୁ ଫେରୁଥିବା ରେଳଯାତ୍ରୀଙ୍କୁ ଚିହ୍ନଟ କରିବା ପାଇଁ ଶିବିର ପ୍ରତିଷ୍ଠା କରାଯାଇଛି। ଶିବିରରେ ବାହାରୁ ଆସୁଥିବା ରେଳଯାତ୍ରୀଙ୍କ ନାମ ପଞ୍ଜୀକରଣ କରାଯିବ। ସେମାନଙ୍କ ଠିକଣା ରଖାଯିବ । ସେମାନେ ଫେରୁଥିବା ପୌରପାଳିକା ଅଥବା ସେମାନଙ୍କ ପଞ୍ଚାୟତକୁ ସେମାନଙ୍କ ଆଗମନ ସମ୍ପର୍କରେ ସୂଚନା ଦିଆଯିବ। ସେମାନେ ସମ୍ପୃକ୍ତ ଅଞ୍ଚଳରେ ସଙ୍ଗରୋଧରେ ରହିବେ । ଯାହା ଫଳରେ ରାଜ୍ୟରେ କରୋନା ସଂକ୍ରମଣକୁ ରୋକାଯାଇପାରିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.