ETV Bharat / state

ଖ୍ରୀଷ୍ଟମାସ ପାଇଁ ଉତ୍ସବମୁଖର ରାଜଧାନୀ, ଘୋଡ଼ାଗାଡ଼ିରେ ସହର ପରିକ୍ରମା କଲା ସାଣ୍ଟା

author img

By ETV Bharat Odisha Team

Published : Dec 24, 2023, 7:18 PM IST

Updated : Dec 25, 2023, 10:22 AM IST

Christmas Celebration: ଖ୍ରୀଷ୍ଟମାସ ପାଇଁ ଚଳଚଞ୍ଚଳ ରାଜଧାନୀ । ବଡ଼ଦିନକୁ ଧୁମଧାମରେ ପାଳନ କରିବେ ରାଜଧାନୀବାସୀ । ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ଅଧିକ ପଢନ୍ତୁ

special arrangement in bhubaneswar
ଖ୍ରୀଷ୍ଟମାସ ସେଲିବ୍ରେସନ

ଖ୍ରୀଷ୍ଟମାସ ସେଲିବ୍ରେସନ

ଭୁବନେଶ୍ବର: ଆଜି ଅର୍ଦ୍ଧ ରାତିରୁ ପାଳନ ହେବ ବଡ଼ଦିନ ବା ଖ୍ରୀଷ୍ଟମାସ । ଧରାବତରଣ କରିବେ ପ୍ରଭୁ ଯୀଶୁ। ଆଉ ଏହି ଦିନକୁ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜଧାନୀର ରାଜରାସ୍ତାଠୁ ଆରମ୍ଭ କରି ଦୋକାନ ସବୁଠି ଖ୍ରୀଷ୍ଟମାସ ସାମଗ୍ରୀର ସମ୍ଭାର ଦେଖିବାକୁ ମିଳିଛି । ଯୀଶୁଙ୍କ ଆଗମନକୁ ନେଇ ଚର୍ଚ୍ଚ ଓ ପ୍ରାର୍ଥନା ଗୃହ ସଜେଇ ହୋଇଥିବାବେଳେ ୟୁନିଟ-1 ମାର୍କେଟଠୁ ଆରମ୍ଭ କରି ରାସ୍ତାକଡ଼ରେ ଦେଖିବାକୁ ମିଳିଛି ଭଳିକି ଭଳି ଶାନ୍ତା, ଜିଙ୍ଗଲ ବେଲ, ଷ୍ଟାର ଲାଇଟ ଓ କୋନ୍ ଟୋପିର ପସରା ।

ଏହି ଖ୍ରୀଷ୍ଟମାସ ସାମଗ୍ରୀକୁ ଭିତରେ ସାନ୍ତାଡ୍ରେସର ବେଶ ଚାହିଦା ରହିଛି । ୧୦ ଟଙ୍କାରୁ ଆରମ୍ଭ କରି ୨୧ ପର୍ଯ୍ୟନ୍ତ ରହିଛି ଏହାର ଦାମ୍‌ । କାରଣ ଛୋଟ ପିଲାମାନେ ସାନ୍ତା ଡ୍ରେସ୍‌, ଟୋପି ପିନ୍ଧି ଫଟୋ ଉଠାଇବା ସହ ଘରେ ସେଲିବ୍ରେସନ କରିବାର ପ୍ଲାନ୍ ରଖିଥାନ୍ତି । ସେପଟେ ଏହି ସାମଗ୍ରୀ ସବୁ ବିକ୍ରି କରି ଲାଭବାନ ହେଉଛନ୍ତି ବ୍ୟବସାୟୀ ।

ଅନ୍ୟପଟେ ବଡ଼ଦିନ ପାଳନ ପାଇଁ ସଜେଇ ହେଉଛି ରାଜଧାନୀର ହୋଟେଲ । ରାଜଧାନୀବାସୀଙ୍କ ଉତ୍ସବ ପାଇଁ ଫୁଲ ଦମରେ ଲାଗି ପଡ଼ିଛନ୍ତି ହୋଟେଲର ସଦସ୍ୟ । ହୋଟେଲକୁ ଅତି ସୁନ୍ଦର ଭବେ ସାଣ୍ଟା ବେଲୁନ, ଚକୋଲେଟ୍‌ ଓ ଖେଳନା ତଥା ଭଳିକି ଭଳି ଆଲୋକରେ ସଜାଇଛନ୍ତି । ଏହାସହ ଦିନର ଖୁସିକୁ ଆଉ ଦ୍ବିଗୁଣିତ କରିବା ପାଇଁ ହୋଟେଲ ତରଫରୁ ସ୍ୱତନ୍ତ୍ର ଘୋଡ଼ା ଗାଡ଼ି ବା ରଥ ପ୍ରସ୍ତୁତ କରାଯାଇଛି । "ସାଣ୍ଟା ସୁସଜ୍ଜିତ ରଥରେ ବସି ଗିଫ୍ଟ ହାତରେ ଧରି ନାଚି ନାଚି ସହର ପରିକ୍ରମା କରିବ । ଆଉ ଏହି ରଥକୁ ଟାଣିବ ଘୋଡ଼ା । ଏହା ସମଗ୍ର ସହର ପରିକ୍ରମା କରିବା ସହ ସହରବାସୀଙ୍କୁ ଏକ ନିଆରା ଅନୁଭୂତି ଦେବ" ବୋଲି କହିଛନ୍ତି ହୋଟେଲ ମ୍ୟାନେଜର ।

ଏହା ମଧ୍ୟ ପଢନ୍ତୁ...ବଡଦିନ ଛୁଟି ପାଇଁ ପୁରୀରେ ପ୍ରବଳ ଭିଡ, ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଏହାସହ ୨୫ତାରିଖରେ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମନୋରଞ୍ଜନ ପାଇଁ ନାଚ ଗୀତର ଆସର ଜମିବାକୁ ଥିବାବେଳେ ମୁଖ୍ୟ ଆକର୍ଷଣ ସାଜିବେ ଇଣ୍ଡିଆନ ଆଇଡିଆଲ ସିଙ୍ଗର । ଯେଉଁଠି ଖାଇବା ସହ ଖେଳ ଆଉ ଅନେକ ପ୍ରକାରର ମନୋରଞ୍ଜନର ସୁବିଧା ରହିଛି । "ଡିସେମ୍ବର ମାସଟି ପିକ୍‌ନିକ୍‌ ମାସ ସହ ବଡ଼ଦିନ ପଡୁଥିବାରୁ ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀକୁ ନେଇ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଫୁଡ଼ ଫେଷ୍ଟିଭାଲ ଚାଲିଛି । ୨୬ ପ୍ରକାରର ଆଇଟମ୍ ରାଜଧାନୀବାସୀ ଓ ପର୍ଯ୍ୟଟକଙ୍କୁ ଭେଟି ଦିଆଯିବ" ବୋଲି କହିଛନ୍ତି ହୋଟେଲର ସଦସ୍ୟ । ଚଳିତ ବର୍ଷ ଏପରି ଆୟୋଜନ ରାଜଧାନୀବାସୀଙ୍କୁ ଏକ ନିଆରା ଅନୁଭୂତି ଦେବ ବୋଲି ଆଶା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 25, 2023, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.