ETV Bharat / state

ଦିବ୍ୟାଙ୍ଗ ହେଲେ ବି ସକ୍ଷମ ବାହୁଡା, ମିଳୁନି ଟ୍ରାଏ ସାଇକେଲ - ଅସୁବିଧାରେ ଦିବ୍ୟାଙ୍ଗ

ବାରମ୍ବାର ଦରଖାସ୍ତ କରି ମଧ୍ୟ ଦିବ୍ୟାଙ୍ଗକୁ ଟ୍ରାଏ ସାଇକେଲଟି ମିଳିନାହିଁ କି ବ୍ୟବସାୟ ପାଇଁ ଆର୍ଥିକ ସହାୟତା ମଧ୍ୟ ମିଳିନାହିଁ । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାନରାଉତପଡା ଗ୍ରାମପଞ୍ଚାୟତ ମୂଳିଝର ଗ୍ରାମର ଦିବ୍ୟାଙ୍ଗ ଯୁବକ ବାହୁଡା ସାହୁଙ୍କ କଥା ।

ବାରମ୍ବାର ଦରଖାସ୍ତ ପରେ ଦିବ୍ୟାଙ୍ଗ ବାହୁଡାକୁ ମିଳୁନି ଟ୍ରାଏ ସାଇକେଲ

author img

By

Published : Nov 20, 2020, 12:45 PM IST

ଖୋର୍ଦ୍ଧା: ଗରିବ ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । ଏହି ସବୁ ଯୋଜନା କରି ରାଜ୍ୟ ସରକାର ବାହାବା ନେଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ ଯୋଜନା । ସରକାର ଯୋଜନା କହିଲେ କେବଳ ଚାଉଳ ଓ ଭିନ୍ନକ୍ଷମ ଭତ୍ତା ଦେଇ ନିଜର ଦାୟିତ୍ଵ ସାରି ଦେଇଛନ୍ତି ପ୍ରଶାସନ । ବାରମ୍ବାର ଦରଖାସ୍ତ କରି ମଧ୍ୟ ଦିବ୍ୟାଙ୍ଗକୁ ଟ୍ରାଏ ସାଇକେଲଟି ମିଳିନାହିଁ କି ବ୍ୟବସାୟ ପାଇଁ ଆର୍ଥିକ ସହାୟତା ମଧ୍ୟ ମିଳିନାହିଁ । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାନରାଉତପଡା ଗ୍ରାମପଞ୍ଚାୟତ ମୂଳିଝର ଗ୍ରାମର ଦିବ୍ୟାଙ୍ଗ ଯୁବକ ବାହୁଡା ସାହୁଙ୍କ କଥା ।

ବାରମ୍ବାର ଦରଖାସ୍ତ ପରେ ଦିବ୍ୟାଙ୍ଗ ବାହୁଡାକୁ ମିଳୁନି ଟ୍ରାଏ ସାଇକେଲ

ମୂଳିଝର ଗ୍ରାମର କାର୍ତ୍ତିକ ସାହୁ ଓ ରଜନୀ ସାହୁଙ୍କ ଏକ ମାତ୍ର ପୁଅ ବାହୁଡା ସାହୁ । ଜନ୍ମ ହେବା ଦିନ ଠାରୁ ସେ ଦିବ୍ୟାଙ୍ଗ । ତେବେ ବାହୁଡାକୁ ଏବେ ୨୩ବର୍ଷ । ସେ ରୋଜଗାର କରି ବାପା ମାଆଙ୍କୁ ପୋଷୁଛନ୍ତି । ଘର ନିକଟରେ ଦୋକାନ ଖୋଲିଛନ୍ତି । ଦୋକାନରେ ସେ ବସି ଲୋକମାନଙ୍କୁ ଜିନିଷପତ୍ର ଦେବା ସହିତ ପଇସା ମଧ୍ୟ ଦେଣନେଣ କରନ୍ତି । ଚଲାବୁଲା କରିପାରନ୍ତି ନାହିଁ ବାହୁଡା ଗୋଟିଏ ଯାଗାରୁ ଅନ୍ୟ ଗୋଟିଏ ଯାଗାକୁ ହେଲେ ଅନ୍ୟର ସହାୟତା ନିଅନ୍ତି । ବାହୁଡାକୁ ଟେକିକି ନେବାକୁ ପଡିଥାଏ । ହେଲେ ବାହୁଡା ଟ୍ରାଏ ସାଇକେଲଟେ ପାଇଁ ବାରମ୍ବାର ଦରଖାସ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାଇକେଲ ଖଣ୍ଡେ ମିଳିନି ।

ସେପଟେ ଋଣ ନେଇ ଦୋକାନ ବଢାଇବା ପାଇଁ ଆଶା କରିଥିବା ବେଳେ ତାକୁ କେହି ସହଯୋଗ କରିନାହାନ୍ତି କି ତାଙ୍କ ଗୁହାରି କେହି ଶୁଣି ନାହାନ୍ତି । ବାରମ୍ବାର ସରପଞ୍ଚ ବ୍ଲକ କାର୍ଯ୍ୟାଳୟ ଓ ବ୍ୟାଙ୍କ କୁ ଦୌଡି ଦୌଡି ନିରାଶ । ବାହୁଡା ଭିନ୍ନକ୍ଷମ ହୋଇ ମଧ୍ୟ ଭାଙ୍ଗି ନାହାନ୍ତି ମନୋବଳ ଦୃଢ କରି ସମାଜରେ ଅନ୍ୟମାନଙ୍କ ଭଳି ବଞ୍ଚିବା ପାଇଁ ଆଶା ରଖିଛନ୍ତି । ଆଗକୁ ସରକାରଙ୍କ ଠାରୁ କିଛି ସହାୟତା ମିଳିଲେ କିମ୍ବା ବ୍ୟାଙ୍କରୁ ଋଣ ମିଳିଲେ ଦୋକାନ ଦେଇ ନିଜର ବ୍ୟବସାୟକୁ ବଢାଇ ନିଜର ପରିବାର ପ୍ରତିପୋଷଣ କରିପାରିବ ।

ସେପଟେ ମାଆ ପୁଅ ବାହୁଡା ଚିନ୍ତାରେ ଭାଙ୍ଗିପଡିଲେଣି । ବାହୁଡା ସାହୁର ଆର୍ଥିକ ସ୍ଥିତି ଭଲ ନାହିଁ । ତାଙ୍କ ବାପା କାର୍ତ୍ତିକ ବୟସର ଅପରାହ୍ନରେ । ଫଳରେ ତାଙ୍କୁ ରୋଗ ମାଡିବସିଲାଣି କାମଧନ୍ଦା କରିପାରୁନାହାନ୍ତି । ପରିବାର ଚଳିବାପାଇଁ ବାଧ୍ୟରେ କୋଉଦିନ ମୂଲ ମିଳିଲେ ମୂଲ ଲାଗିବାକୁ ଯାଆନ୍ତି ନହେଲେ ନାହିଁ । ବାହୁଡାଙ୍କୁ ଖଣ୍ଡେ ଟ୍ରାଇ ସାଇକେଲ ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେଲେ ଭିନ୍ନକ୍ଷମ ଯୁବକ ଜଣଙ୍କ ଦୋକାନକୁ ବଢାଇ ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରିପାରିବ ସେଥିପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ଗ୍ରାମବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.