ETV Bharat / state

ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀଙ୍କ ବି ଇସ୍ତଫା

author img

By

Published : May 12, 2023, 6:50 PM IST

Updated : May 25, 2023, 2:40 PM IST

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ସୂଚନା । ଆଉ ଦୁଇ ମନ୍ତ୍ରୀଙ୍କର ମଧ୍ୟ ଇସ୍ତଫା ପ୍ରଦାନ । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ
ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ
ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀଙ୍କ ବି ଇସ୍ତଫା

ଭୁବନେଶ୍ବର: ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ପୂର୍ବରୁ ସେ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଦାୟିତ୍ବରେ ଥିଲେ । ବର୍ତ୍ତମାନ ସେ ଗଞ୍ଜାମ ଜିଲ୍ଲାର ବିଜେଡି ସଂଗଠନର ଦାୟିତ୍ବ ନେଇପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଏହାକୁ ନେଇ ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।

ଏହାବି ପଢନ୍ତୁ- Karnataka Election: ଜୟରାମଙ୍କ ଦୃଢୋକ୍ତି, 'ସରକାର ଗଢିବ କଂଗ୍ରେସ, ମୋଦିଙ୍କ ହେବ ବଡ଼ ହାର'

ସେହିପରି ଗଞ୍ଜାମ ଜିଲ୍ଲାରୁ ମନ୍ତ୍ରୀ ଥିବା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୁରୀ ଜିଲ୍ଲାରୁ ମନ୍ତ୍ରୀ ଥିବା ସମୀର ରଞ୍ଜନ ଦାସ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଉଭୟ ମନ୍ତ୍ରୀ ଗତ କିଛି ଦିନ ହେଲା ଭିନ୍ନ ଭିନ୍ନ ମାମଲାରେ ବିବାଦରେ ଥିଲେ ।

ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ବର୍ତ୍ତମାନ କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାହାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ସେହିପରି ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ନୂଆ ଚେହେରା ଭାବେ କିଏ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।

କୁହାଯାଉଛି ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ପୁଣି ଥରେ ସଂଗଠନକୁ ଫେରିପାରନ୍ତି । ତାଙ୍କୁ ଗଞ୍ଜାମ ଜିଲ୍ଲା ସଂଗଠନ ସମେତ ପ୍ରତ୍ୟକ୍ଷ ରାଜନୀତିକୁ ଫେରାଇ ଅଣାଯିବ । କାରଣ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ ଥିବା ବେଳେ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହୋଇଛନ୍ତି । ଏପରି ସ୍ଥିତିରେ ଜିଲ୍ଲାରେ ଦଳ ଜଣେ ବରିଷ୍ଠ ନେତାଙ୍କ ଆବଶ୍ୟକତା ଅନୁଭବ କରୁଥିଲା । ତେଣୁ ବରିଷ୍ଠ ନେତା ବିକ୍ରମ ଆରୁଖଙ୍କୁ ପୁଣି ଥରେ ପ୍ରତ୍ୟକ୍ଷ ରାଜନୀତିକୁ ଫେରାଇ ଆଣିବା ପାଇଁ ଦଳ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏହାବି ପଢନ୍ତୁ- Ram Mandir: ମନ୍ଦିର ରୂପ ନେଲେଣି ଶ୍ରୀରାମ ଜନ୍ମଭୂମି, ଦେଖନ୍ତୁ ଫଟୋ

ଅନ୍ୟପଟେ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସିଧା ସଳଖ ବିବାଦକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେହି ଦିନ ଠାରୁ ବିବାଦରେ ଥିଲେ ସମୀର ଦାସ । ଏହାସହ ନିକଟରେ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପରେ ନିକଟରେ ହୋଇଥିବା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ପରାସ୍ତ ହୋଇଛି । ଯାହାକୁ ନେଇ ସମୀର ଦାସଙ୍କ ପାଇଁ ଅଡୁଆ ବଢିଥିଲା । ଏତତ ବ୍ୟତୀତ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବିରୋଧରେ ଦଳୀୟ ମହିଳା ନେତ୍ରୀ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିବା ପରେ ବିବାଦକୁ ଆସିଥିଲେ ଶ୍ରୀକାନ୍ତ । ଉଭୟ ମନ୍ତ୍ରୀଙ୍କ ପାଇଁ ବିଜେଡି ବଦନାମ ହେଉଥିବା ଦଳ ଅନୁଭବ କରିଥିଲା । ଯାହାକୁ ନେଇ ଏବେ ପରିବର୍ତ୍ତନ କରାଯାଉଛି ।

ବିଧାନସଭା ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଖୁବଶୀଘ୍ର ରାଜ୍ୟମନ୍ତ୍ରୀ ମଣ୍ଡଳରେ ଛୋଟ ଧରଣର ଅଦଳ ବଦଳ ହେବାକୁ ଯାଉଛି । କାରଣ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଏବେ ଅତିରିକ୍ତ ଭାବେ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଅଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସମ୍ଭବତଃ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି । କାରଣ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଥିବାବେଳେ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ରାଜ୍ୟ ବାହାରେ ଅଛନ୍ତି । ସେହି ଦୃଷ୍ଟିରୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଆସନ୍ତା ସପ୍ତାହରେ ହୋଇପାରେ ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଜୁନ 5 ରେ ମୁଖ୍ୟମନ୍ତ୍ରୀ ପୁରା ମନ୍ତ୍ରୀ ମଣ୍ଡଳର ଅଦଳ ବଦଳ କରିଥିଲେ । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା କରାଇ ନୂଆ ଭାବେ ମନ୍ତ୍ରୀ ମଣ୍ଡଳ ଗଠନ କରିଥିଲେ । ସେତେବେଳେ ନୂଆ ମନ୍ତ୍ରୀ ଭାବେ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶ୍ବିନୀ ପାତ୍ର, ଶ୍ରୀକାନ୍ତ ସାହୁ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡାଇ, ରାଜେନ୍ଦ୍ର ଢୋଲକିଆ, ରୀତା ସାହୁ, ବାସନ୍ତୀ ହେମ୍ବ୍ରମ ଓ ଉଷା ଦେବୀ ନୂଆ ମନ୍ତ୍ରୀ ହୋଇଥିଲେ । ଅବଶିଷ୍ଟ ମନ୍ତ୍ରୀ ପୁରୁଣା ମନ୍ତ୍ରୀ ମଣ୍ଡଳରୁ ରିପିଟ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 25, 2023, 2:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.