ETV Bharat / state

ହକି ବିଶ୍ୱକପ୍ ଉଦଘାଟନ ବେଳେ ଅଘଟଣ, ଭୁବନେଶ୍ୱର ମୁକୁଳା ଡ୍ରେନରେ ଖସିପଡ଼ିଲେ ବିଦେଶୀ ସାମ୍ବାଦିକ

author img

By

Published : Jan 12, 2023, 5:24 PM IST

ହକି ବିଶ୍ବକପ ଉଦଘାଟନୀ ଉତ୍ସବ ଦିନ ଘଟିଲା ଅଘଟଣ । BMC ମୁକୁଳା ଡ୍ରେନରେ ପଡ଼ିଲେ ବିଦେଶୀ ସାମ୍ବାଦିକ । ହକି ଉଦଘାଟନୀ ଉତ୍ସବ କଭରେଜ ପାଇଁ ଆସିଥିବା ସୂଚନା । ଅଧିକ ପଢନ୍ତୁ

open drain
open drain

ଭୁବନେଶ୍ବର: ବିଏମସି ଡ୍ରେନରେ ଖସିପଡ଼ିଲେ ବିଦେଶୀ ସାମ୍ବାଦିକ । ହକି ଉଦଘାଟନୀ ଉତ୍ସବ କଭରେଜ ପାଇଁ ଓଡ଼ିଶା ଆସିଥିବା ବେଳେ ଡ୍ରେନରେ ସାଉଥ କୋରିଆର ଜଣେ ଫଟୋ ସାମ୍ବାଦିକ ଖସି ପଡ଼ିଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର ବାରବାଟୀ ଷ୍ଟାଡିୟମରେ ହକି ଉଦଘାଟନୀ ଉତ୍ସବର ଭବ୍ୟ ଆୟୋଜନ କରି ବେଶ ପ୍ରଶଂସା ସାଉଣ୍ଟିଥିବା ବେଳେ ଏପଟେ ଅପବାଦ ମଧ୍ୟ ଉଠାଇଛନ୍ତି । ହକି ମହାକୁମ୍ଭ ପାଇଁ ରାଜଧାନୀକୁ ନୂଆବୋହୂ ଭାବେ ସୁସଜ୍ଜିତ କରିଥିବା ବେଳେ ମୁକୁଳା ଡ୍ରେନ ଯୋଗୁଁ ଏବେ ସରକାର ସମାଲୋଚନାର କାରଣ ପାଲଟିଛନ୍ତି ।

ଗତକାଲି ରାତି ୯ଟା ସମୟରେ ସାଉଥ କୋରିଆ ଟିମର ଫଟୋ ଗ୍ରାଫର ଡ୍ରେନରେ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ଵର ସ୍ଥିତ ଆଇଗିଣିଆ ଛକରେ ଥିବା ITC ହୋଟେଲ ୱେଲକମ ସାମ୍ନା ରାସ୍ତାରେ ଯାଇଥିବା ଡ୍ରେନ ମୁକୁଳା ପଡ଼ିଥିଲେ । ଦକ୍ଷିଣ କୋରିଆ ଫଟୋଗ୍ରାଫର ଏଠାରେ ପଡ଼ି ତାଙ୍କ ଗୋଡ ଭାଙ୍ଗିଯାଇଥିବା ଜଣାପଡ଼ିଛି । ସବୁଠାରୁ ବଡ କଥା ହେଲା ଦୀର୍ଘ ଦେଢ ଘଣ୍ଟା ଅପେକ୍ଷା କରିବା ପରେ ବି ଆମ୍ବୁଲାନ୍ସ ଆସିପାରିଲା ନାହିଁ । ପୋଲିସ ବି ଥିଲା ହେଲେ ଗୋଟେ ପ୍ରାଇଭେଟ ଗାଡିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।

ଏହା ବି ପଢନ୍ତୁ- ଛକିଛି ମୃତ୍ୟୁଫାଶ ! ମଣିଷଖିଆ ଡ୍ରେନ ପାଇଁ ଆତଙ୍କିତ ରାଜଧାନୀବାସୀ

କିପରି ଡ୍ରେନରେ ପଡ଼ିଲେ ? କୋରିଆ ହକି ଟିମ୍ ସହ ଆସିଥିବା ଫଟୋ ସାମ୍ବାଦିକ ଚା' ପିଇବାକୁ ରାସ୍ତାକଡ଼ ଡ୍ରେନ ଉପରେ ଥିବା ଚା' ଦୋକାନୀଙ୍କ ନିକଟକୁ ଯାଇଥିଲେ। ସେ ଚା’ ଦୋକାନୀଙ୍କ ସହ କଥା ହୋଇ ତାଙ୍କ ଫଟୋ ଉଠାଉଥିବା ବେଳେ ବିଦେଶୀ ଫଟୋ ସାମ୍ବାଦିକ ଜଣକ ମୁକୁଳା ଡ୍ରେନରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଠାଇ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ହେଲେ ଦେଢ଼ ଘଣ୍ଟା ଧରି ଆମ୍ବୁଲାନ୍ସ ନ ଆସିବା ଫଳରେ ଜୈନକ ବ୍ୟକ୍ତି ଏକ କାରରେ ଲିଫ୍ଟ ଦେଇ ବିଦେଶୀ ସାମ୍ବାଦିକଙ୍କୁ ମେଡିକାଲକୁ ନେଇଥିଲେ।

ଏହି ଖବରଟି ଲୋକଲୋଚନକୁ ଆସିବା ପରେ ବିଏମସି ଓ ରାଜ୍ୟ ସରକାରଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଛି । ଗୋଟିଏ ପଟେ ରାଜ୍ୟ ସରକାର ଉଦଘାଟନୀ ଉତ୍ସବକୁ ନେଇ ଭବ୍ୟ ଆୟୋଜନ କରୁଥିବା ବେଳେ ଏପଟେ ମୁକୁଳା ଡ୍ରେନର ମରାମତି କରିନାହାନ୍ତି । ଯାହାଦ୍ବାରା ଜଣେ ବିଦେଶୀ ସାମ୍ବାଦିକ ଏଠାରେ ଅଘଟଣର ଶିକାର ହୋଇଛନ୍ତି । ରାଜଧାନୀ ଭୁବନେଶ୍ବରରେ ମୁକୁଳା ଡ୍ରେନରେ ପଡି ଆହତ ହେବା ନୂଆ ଘଟଣା ନୁହେଁ । ପୂର୍ବରୁ ଏପରି ଅନେକ ଘଟଣା ଘଟି ଅକାଳରେ ପ୍ରାଣହାନି ମଧ୍ୟ ଘଟିଛି । ହେଲେ ତଥାପି ଚେତିନି ବିଏମସି ।

ଗତବର୍ଷ ରାଜଧାନୀର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିଙ୍କର ମୁକୁଳା ଡ୍ରେନରେ ପଡ଼ି ମୃତ୍ୟୁ ଘଟିଥିଲା । ସେ ଟ୍ୟୁସନ ଯିବା ସମୟରେ ମୁକୁଳା ଡ୍ରେନରେ ପଡ଼ିଯିବାରୁ ଭାସି ଯାଇଥିଲେ । ଜ୍ୟୋତି ଘରର ବଡ଼ ପୁଅ ଥିବା ବେଳେ ମେଧାବୀ ମଧ୍ୟ ଥିଲେ । ଏହି ଘଟଣା ପରେ ମୁକୁଳା ଡ୍ରେନକୁ ନେଇ ରାଜ୍ୟ ସରକାର ଗଭୀର ମାତ୍ରାରେ ସମାଲୋଚିତ ହୋଇଥିଲେ । ବିରୋଧୀ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଥିଲେ । ୮ଗତ ୬ ବର୍ଷ ମଧ୍ୟରେ ମୁକୁଳା ଡ୍ରେନରେ ପଡ଼ି ୭ଜଣଙ୍କ ଜୀବନ ହାନି ମଧ୍ୟ ଘଟିଲାଣି । ଏବେ ବିଦେଶୀ ସାମ୍ବାଦିକ ମୁକୁଳା ଡ୍ରେନର ଶିକାର ହେବା ପରେ ସରକାର ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିଥିବା ମନେ ହେଉଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.