ETV Bharat / state

ଧରାପଡ଼ିଲା କଲିଜାଖିଆ ଦୁର୍ଦ୍ଦାନ୍ତ ଅପରାଧି, ଅତ୍ୟାଧୁନିକ ବନ୍ଧୁକ ଜବତ ସହ ୪ ଗିରଫ - ଭୁବନେଶ୍ବର ନ୍ୟୁଜ

ବନ୍ଧୁକ କାରବାର ଘଟଣାରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ କରିଛି ପୋଲିସ । ୨୦ ରାଉଣ୍ଡ ଗୁଳି ଓ ୩ଟି କାର ଜବତ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

illegal gun trafficking
illegal gun trafficking
author img

By

Published : Aug 7, 2023, 1:52 PM IST

Updated : Aug 7, 2023, 3:35 PM IST

ଧରାପଡ଼ିଲା କଲିଜାଖିଆ ଦୁର୍ଦ୍ଦାନ୍ତ ଅପରାଧି

ଭୁବନେଶ୍ବର: ପୋଲିସକୁ ବଡ଼ ସଫଳତା । ତମାଣ୍ଡୋ ପୋଲିସ ହାତରେ ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗ । ଗ୍ୟାଙ୍ଗର 4 ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ କରିଛି ପୋଲିସ । ଏଥି ସହ ସେମାନଙ୍କଠାରୁ ଅତ୍ୟାଧୁନିକ ବନ୍ଧୁକ ସହିତ ୨ଟି ପିସ୍ତଲ, ୨୦ରାଉଣ୍ଡ ଅଫୁଟା ଗୁଳି ଓ ୩ଟି କାର ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ସଞ୍ଜୟ ଖୁଣ୍ଟିଆ, ଗୋରୁ ବେପାରୀ ବଟୁ ପାଣି, ଶିବ ନାଲି ଓ ପ୍ରକାଶ ରାଉତରାୟ ବୋଲି ଜଣାପଡିଛି ।

ବିଭିନ୍ନ ଅପରାଧରେ ସାମିଲ ଥିଲେ ଏମାନେ: ମାଫିଆଙ୍କୁ ସହଯୋଗ ପାଇଁ ଏମାନେ ଚଳାଉଥିଲା ବନ୍ଧୁକ କାରବାର । ଖଣି ଅଞ୍ଚଳରେ ଅରାଜକତା ସୃଷ୍ଟି କରିବା ଓ ଖଣିରେ ଦାଦା ବଟି ଆଦାୟଠୁ ଆରମ୍ଭ କରି ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କିଛି ଦିନ ଭୁବନେଶ୍ଵର ଉପକଣ୍ଠ ଅଞ୍ଚଳରେ ରହିଥିବା ନେଇ ପୋଲିସ ଖବର ପାଇଥିଲା । ଏନେଇ ପୋଲିସ ସେମାନଙ୍କୁ ତମାଣ୍ଡୋ ଥାନା ଅଞ୍ଚଳରେ ଟ୍ରାକ କରି ସଞ୍ଜୟ ଖୁଣ୍ଟିଆ ସମେତ ଗୋରୁ ବେପାରୀ ପଟୁ ପାଣି ଗିରଫ କରିଥିଲା । ଏପରିକି ଗିରଫ ବେଳେ ପୋଲିସକୁ ବନ୍ଧୁକ ଦେଖାଇ ଭୟଭୀତ ସହ ବ୍ଲାଙ୍କ ଫାୟାର ପାଇଁ ମଧ୍ୟ ଚେଷ୍ଟା କରିଥିଲେ ଅଭିଯୁକ୍ତମାନେ । ତେବେ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଅନ୍ୟ ଦୁଇ ସହଯୋଗୀ ଶିବ ନାଲି ଓ ତାର ସହଯୋଗୀକୁ ମଧ୍ୟ କାବୁ କରିଛି ।

ସୋନୁ ହତ୍ୟାକାଣ୍ଡର ଅଭିଯୁକ୍ତ ସଞ୍ଜୟ: ପ୍ରକାଶ ଥାଉକି, ୨୦୧୪ ମସିହାରେ ସୋନୁ ହତ୍ୟାକାଣ୍ଡ ଗିରଫ ହୋଇଥିଲା ସଞ୍ଜୟ ଖୁଣ୍ଟିଆ । ଧଉଳିରେ ରୁମ୍‌କୁ ଡାକି ୮୦ ହଜାର ଟଙ୍କା ନ ଦେବାରୁ ତାକୁ ହତ୍ୟା କରିଥିଲା । ଏପରିକି ତାର କଲିଜା ଖାଇ ମୁଣ୍ଡକୁ ନେଇ ଦୟାନଦୀ କୁଳରେ ପୋତିଥିଲା । ନାଟକୀୟ ଢଙ୍ଗରେ ହତ୍ୟାକାରୀଙ୍କୁ ଧରିବା ପାଇଁ ନିଜେ ଆନ୍ଦୋଳନକାରୀ ସାଜି ଆନ୍ଦୋଳନ କରିଥିଲା । ପରେ ପୋଲିସ ତାକୁ ଗିରଫ କରିଥିଲା । ଏନେଇ ସଞ୍ଜୟ ପରେ ଜେଲରୁ ବାହାରି ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲା ।

ଏହା ମଧ୍ୟ ପଢନ୍ତୁ- ସମ୍ବଲପୁରରେ ଦେଶୀ ବନ୍ଧୁକ କାରବାର, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସେହିପରି ଟିଟୋର ସହଯୋଗୀ ବଟୁ ପାଣି ଯିଏକି ଗୋରୁ ଚାଲାଣ ମାମଲାରେ ସମ୍ପୃକ୍ତ ଅନେକ ଅପରାଧରେ ସାମିଲ ଥିଲା । ପଟୁ ପାଣି ଅନେକ ଖଣି କାରବାରରେ ମଧ୍ୟ ସାମିଲ ରହିଥିବା ସୂଚନା ମିଳିଛି । ତେବେ ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଅପରାଧ ତଥା ଅପରାଧୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ପଲିସି ଆପଣାଇଛି ପୋଲିସ । ଏନେଇ ଅପରାଧ ଘଟାଇବାକୁ ଥିବା ଅପରାଧୀଙ୍କୁ ଟ୍ରାକ୍‌ କରୁଛି ପୋଲିସ । ବିଭିନ୍ନ ସୋର୍ସ ଆଧାରରେ ବେଆଇନ ବନ୍ଧୁକ କାରବାର, ଗୋରୁ ଚାଲାଣ ଓ ମାଫିଆଙ୍କୁ ଦାଦାବଟି ଆଦି ଘଟଣାରେ ସାମିଲ ଥିବା ଏହି ଅପରାଧିମାନଙ୍କୁ ପୋଲିସ ଖୋଜି ଗିରଫ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 7, 2023, 3:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.