ଖୋର୍ଦ୍ଧା: ସାପ କାମୁଡ଼ାରେ ଛାତ୍ର ମୃତ । ବୋଲଗଡ ବ୍ଲକ ଦଳେଇସାହି ପଞ୍ଚାୟତ ହାଟସାହି ଗ୍ରାମରେ ସାପ କାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ। ସେ ପରମାନନ୍ଦ ମହାବିଦ୍ୟାଳୟର +୩ କଳା ଶେଷ ବର୍ଷର ଛାତ୍ର ଥିଲେ ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଦଳେଇସାହି ପଞ୍ଚାୟତ ହାଟସାହି ଗ୍ରାମର ଜନାର୍ଦ୍ଦନ ମହାପାତ୍ରଙ୍କ ପୁଅ ଦୀପକ କୁମାର ମହାପାତ୍ର ଘର ବାହାର ବୁଲିଥିବାବେଳେ ଏକ ବିଷଧର ସାପ ତାଙ୍କୁ କାମୁଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୀପକଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାର ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମର ଲୋକମାନେ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ