ETV Bharat / state

ରଣପୁରରେ ସାପ ଧରାଳିଙ୍କ ଚାଲାକି: ନାଗକୁ ରଙ୍ଗ ମାରି କହିଲେ ବିରଳ ଆଲବିନୋ !

author img

By

Published : May 31, 2023, 9:43 AM IST

ସାଧାରଣ ନାଗ ଦେହରେ ଧଳା ରଙ୍ଗ ମାରି ବିରଳ ଆଲବିନୋ କହିଲେ ସାପ ଧରାଳି । ପଦାରେ ପଡିଲା ମିଛ । ଅଧିକ ପଢନ୍ତୁ

ସାଧାରଣ ନାଗକୁ ରଙ୍ଗ ମାରି କହିଲେ ବିରଳ ଆଲବିନୋ

ଭୁବନେଶ୍ବର: ଗତ କିଛି ଦିନ ତଳେ ନୟାଗଡ ଜିଲ୍ଲା ରଣପୁରରୁ ଏକ ବିରଳ ଧଳା ରଙ୍ଗର ନାଗସାପ ଉଦ୍ଧାର କରାଯିବା ଘଟଣା ଚର୍ଚ୍ଚାରେ ରହିଛି । ଧଳା ରଙ୍ଗର ସାପଟିକୁ ଆଲବିନୋ କୋବ୍ରା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏହି ବିରଳ ସାପ ଉଦ୍ଧାର ଏକ ମିଛ ଘଟଣା ବୋଲି ଏବେ ଦାବି ହୋଇଛି । ସାପ ଦେହରେ ଏନମେଲ ପେଣ୍ଟ ବା ରଙ୍ଗ ବୋଳି ଜନସାଧାରଣଙ୍କୁ ଠକା ଯାଇଛି । ଏହି ଅଭିଯୋଗ କରିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ । ଧଳା ରଙ୍ଗ ଏନାମେଲ ରଙ୍ଗ ବୋଳା ଯାଇଥିବା ପ୍ରମାଣ କରି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ତଦନ୍ତ ପାଇଁ ଇମେଲ ମାଧ୍ୟମରେ ପତ୍ର ଲେଖିଛନ୍ତି ଶୁଭେନ୍ଦୁ । ଏହାସହିତ ଏହା ଏକ ନୂଆ ଧରଣର ବନ୍ୟପ୍ରାଣୀ ଅପରାଧ ହୋଇଥିବାରୁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଏବଂ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ମଧ୍ୟ ଏନେଇ ଅବଗତ କରାଇଛନ୍ତି ।

ଶୁଭେନ୍ଦୁ କହିଛନ୍ତି ଯେ, ରାସାୟନିକ ଏନାମେଲ ରଙ୍ଗ ବୋଳା ଯାଇଥିବାରୁ ସାପର ପେଟ ତଳ କାତି ଅଲଗା ଅଲଗା ନ ହୋଇ ମିଶିଗଲା ପରି ଦେଖାଯାଉଛି । ଏହା ଫଳରେ ସାପକୁ ଚାଲିବାରେ ମଧ୍ୟ ଅସୁବିଧା ହେଉଛି । ସାପକୁ ଛାଡିବା ପରେ ସେ ଗୋଟିଏ ଜାଗାରେ ପଡି ରହୁଛି । ସେହି ଭିଡିଓକୁ ମଧ୍ୟ ଶୁଭେନ୍ଦୁ ପ୍ରମାଣ ହିସାବରେ ଦେଇଛନ୍ତି । ଏଭଳି ଏକ ସାଧାରଣ ନାଗ ସାପକୁ ଧଳା ରଙ୍ଗ ବୋଳି ବିରଳ ଆଲବିନୋ ବୋଲି ଦେଖାଇବା ପାଇଁ ଚେଷ୍ଟା କରିବା ଦେଶରେ ସମ୍ଭବତଃ ପ୍ରଥମ ଘଟଣା । କୌଣସି ପ୍ରାଣୀ ଶରୀରରେ ମେଲାନିନ କଣିକା ଅଭାବ ଯୋଗୁଁ ତାହା ଆଲବିନୋ ହୋଇଥାଏ । ଯାହାକି ଏକ ଜେନେଟିକ ମ୍ୟୁଟେସନ । କିନ୍ତୁ, ରଣପୁରରେ ସାପ ଧରାଳି ଅଜୟ କୁମାର ଦାସ ନିଜେ ଜଣେ ଚିତ୍ରକର ଏବଂ ରଙ୍ଗ କାରିଗର ହୋଇଥିବାରୁ ଏଭଳି ଉଦ୍ଭଟ କାମ କରିଛନ୍ତି । ବିଜ୍ଞାନ ବା ଆଇନ ଏହିଭଳି ପାଗଳାମୀକୁ ଆଦୌ ପ୍ରଶୟ ଦିଏନାହିଁ ।

ସାପ ଦେହରେ ଧଳା ରଙ୍ଗର ରାସାୟନିକ ଏନାମେଲ ରଙ୍ଗ ପ୍ରଲେପ ଦେଇ ଚାଲାକିରେ ଅଜୟ ଲୋକଙ୍କୁ ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଠକିବାରେ ସିନା ସକ୍ଷମ ହେଲେ, ମାତ୍ର ସାପ ଏବଂ ପରିବେଶକୁ ବିପଦ ମୁହଁକୁ ଠେଲି ଦେଲେ । କାରଣ ମୋଟା ରାସାୟନିକ ରଙ୍ଗ ପ୍ରଲେପ ଯୋଗୁଁ ସାପ ଦେହର ତାପମାତ୍ରା ଅଧିକ ରହିବ । ଯେମିତି ଆମେ କମ୍ବଳ ଘୋଡ଼େଇ ହେଲେ ହୋଇଥାଏ । ଏବେ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀରୁ ଅଧିକ ରହୁଥିବାରୁ ସାପ ଅକଥନୀୟ କଷ୍ଟ ପାଇବ । ସମ୍ଭବତଃ ଖୁବ କମ ଦିନରେ ମରି ମଧ୍ୟ ଯାଇପାରେ । ମୂଷା, ବେଙ୍ଗ, ଚଢେଇ ଆଦି ଶୀକାର କରିବା ପାଇଁ ସାପଟି ସକ୍ଷମ ହେବା କଷ୍ଟ । କାରଣ ଉଜ୍ଜଳ ଧଳା ରଙ୍ଗକୁ ସେମାନେ ଆଗୁଆ ଦେଖି ପଳେଇବେ । ଖାଲି ସେତିକି ନୁହେଁ, ଅନ୍ୟ ନାଗ, ତମ୍ପ, ରଣା, ଅହିରାଜ ଆଦି ସାପ ଏବଂ ଇଗଲ ଆଦି କିଛି ପକ୍ଷୀ ଓ ଯେଉଁ ସ୍ତନ୍ୟପାୟୀ ପ୍ରାଣୀ ରଣପୁରର ରଙ୍ଗ ବୋଳା ଧଳା ନାଗକୁ ଖାଇବେ, ସେମାନେ ରାସାୟନିକ ପ୍ରକ୍ରିୟା ହେତୁ ନିଶ୍ଚୟ ମୃତ୍ୟୁବରଣ କରିବେ । ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ଶୁଭେନ୍ଦୁ । ଯଦି ସେହି ରଙ୍ଗବୋଳା ନାଗ ସହିତ ତାର ବିପରୀତ ଲିଙ୍ଗର ନାଗ ମୈଥୁନ କରନ୍ତି, ସେମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି ।

ଦେଶ ବା ରାଜ୍ୟରେ ଏଭଳି ଏକ ସାଧାରଣ ସାପକୁ ରଙ୍ଗ ବୋଳି ବିରଳ ବୋଲି ଦେଖେଇବା ଘଟଣା କେବେ ଘଟି ନଥିଲା । ଆଜିକାଲି ଅନେକ ଯୁବକ/ଯୁବତୀ ସାପ ଧରି ବିଭିନ୍ନ ଡ୍ରାମା କରି ଫଟୋ ବା ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଅର୍ଥ ଉପାର୍ଜନର ମାଧ୍ୟମ କରିଛନ୍ତି । ରଣପୁରରେ ନାଗସାପ ଦେହରେ ରଙ୍ଗ ବୋଳିବା ସେହିଭଳି ପ୍ରଚେଷ୍ଟାର ଅଂଶ ବିଶେଷ । ସୋସିଆଲ ମିଡିଆରେ ଅଧିକ ଭିୟୁ ପାଇବା ପାଇଁ ଏବଂ ଗଣମାଧ୍ୟମରେ ଚର୍ଚ୍ଚା ସାଉଁଟିବା ପାଇଁ ଏ ରଙ୍ଗ ବୋଳା ହୋଇଛି । କିନ୍ତୁ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ର ଏହା ଖୋଲା ଉଲ୍ଲଂଘନ । ଗତ ୧ ଏପ୍ରିଲ ୨୦୨୩ ଠାରୁ ନାଗସାପ ବନ୍ୟ ପ୍ରାଣୀ ସଂରକ୍ଷଣ ତାଲିକାରେ ତଫସିଲ ୧ କୁ ଉନ୍ନୀତ ହୋଇଛି । ଯାହାଫଳରେ ଏ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ୭ ବର୍ଷ ଜେଲ କିମ୍ବା ୧ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି ।

ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶୁଭେନ୍ଦୁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଅନୁରୋଧ କରିଛନ୍ତି । ଯେଉଁ ଫଟୋ ସବୁ ଗଣମାଧ୍ୟମକୁ ଦିଆଯାଇଥିଲା, ସେଗୁଡିକର ଫୋରେନସିକ ଯାଞ୍ଚ କରିବା ସହିତ ଅଜୟଙ୍କୁ ଜେରା କଲେ ସତ ଘଟଣା ପଦାକୁ ଆସିବ । ସେହିପରି ଯେଉଁ ବ୍ୟାଗରେ ଧଳା ରଙ୍ଗ ବୋଳା ନାଗ ସାପକୁ ରଖା ଯାଇଥିଲା, ସେଇ ବ୍ୟାଗ କପଡ଼ାରେ ରାସାୟନିକ ରଙ୍ଗର କଣିକାର ଉପସ୍ଥିତି ଯାଞ୍ଚ ପାଇଁ ମଧ୍ୟ ଫୋରେନସିକ ଲାବୋରେଟୋରି ପଠେଇବା ପାଇଁ ଶୁଭେନ୍ଦୁ ଦାବି ଜଣେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.