ETV Bharat / state

ବସ୍ତି ଭୋଟ ଉପରେ କଂଗ୍ରେସର ନଜର, 'ବସ୍ତି ବିକାଶ ଅଭିଯାନ'ର ଶୁଭାରମ୍ଭ କଲା ଦଳ - slum development in bhubaneswar

Slum Development Programme: 'ବସ୍ତି ବିକାଶ ଅଭିଯାନ'ର ଶୁଭାରମ୍ଭ କଲା କଂଗ୍ରେସ । ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ବସ୍ତିବାସିନ୍ଦାଙ୍କୁ ଭେଟିଛି ଦଳ । ଅଧିକ ପଢନ୍ତୁ

slum development programme
ବସ୍ତି ଭୋଟ ଉପରେ କଂଗ୍ରେସର ନଜର
author img

By ETV Bharat Odisha Team

Published : Dec 18, 2023, 6:50 AM IST

ବସ୍ତି ଭୋଟ ଉପରେ କଂଗ୍ରେସର ନଜର

ଭୁବନେଶ୍ବର: ବସ୍ତି ଭୋଟ ଉପରେ କଂଗ୍ରେସର ନଜର । ଭୁବନେଶ୍ୱରରେ ଜିଲ୍ଲା କଂଗ୍ରେସର 'ବସ୍ତି ବିକାଶ ଅଭିଯାନ'ର ଶୁଭାରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇଛି ପ୍ରଦେଶ କଂଗ୍ରେସ । ବସ୍ତି ଭୋଟ ଉପରେ କଂଗ୍ରେସ ଗୁରୁତ୍ୱ ଦେଇଛି । ଗତ ରବିବାରଠାରୁ ଭୁବନେଶ୍ୱରରେ 'ବସ୍ତି ଅଭିଯାନ' ଆରମ୍ଭ ହୋଇଛି । କଂଗ୍ରେସ ପକ୍ଷରୁ 'ଘରେ ଘରେ କଂଗ୍ରେସ ଘରେ ଘରେ ହାତ' କାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ବ୍ଲକଠୁ ଆରମ୍ଭ କରି ପ୍ରତ୍ୟେକ ଗାଁରେ ଜାରି ରହିଛି । ଏହି ଅବସରରେ ଭୁବନେଶ୍ୱରରେ କଂଗ୍ରେସ କମିଟି ପକ୍ଷରୁ 'ବସ୍ତି ବିକାଶ ଅଭିଯାନ'ର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଶୁଭାରମ୍ଭ କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ର ଓ କର୍ମୀମାନେ ଯୋଗ ଦେଇଥିଲେ ।

ଆଜି ପୂର୍ବାହ୍ନ ୧୧ଟା ସମୟରେ ୫୩ ନଂ ୱାର୍ଡ଼ର କୁକୁଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି କଂଗ୍ରେସ 'ବସ୍ତି ବିକାଶ' ଅଭିଯାନ ଶୁଭାରମ୍ଭ କରିଥିଲା । ପଳାଶପଲ୍ଲୀରୁ କାରଗିଲ୍ ବସ୍ତି ପର୍ଯ୍ୟନ୍ତ ଏବଂ ୫୬ ନଂ ୱାର୍ଡ଼ର ଗଧିଆଖାଲ ବସ୍ତିରୁ ମଇଁଷି ଖାଲ ବସ୍ତି ପର୍ଯ୍ୟନ୍ତ ବିକାଶ ଅଭିଯାନରେ ସାମିଲ ହୋଇଥିଲେ ଦଳୀୟ କର୍ମୀ । ଘରଘର ବୁଲି ଲୋକଙ୍କ ପାଖରେ ପହଞ୍ଚି ବସ୍ତି ବାସିନ୍ଦାଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହିତ କିଭଳି ବସ୍ତି ଲୋକମାନଙ୍କୁ ବିଜେଡ଼ି ସରକାର ପ୍ରତାରିତ କରୁଛନ୍ତି ତାହା କହିଥିଲେ ।

ଏନେଇ ପସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ଭୁବନେଶ୍ବର ସ୍ମାର୍ଟ ସିଟି ହେବା ପଛରେ ବସ୍ତିବାସିଙ୍କର ଅନେକ ଭୂମିକା ରହିଛି । କିନ୍ତୁ ବସ୍ତି ବାସିନ୍ଦାଙ୍କୁ ପ୍ରଗତିର ମୁଖ୍ୟ ସୋତ୍ରରେ ସାମିଲ କରିବା ପରିବର୍ତ୍ତେ ନବୀନ ସରକାର କେବଳ ବଡ଼ବଡ଼ ପ୍ରତିଶ୍ରୁତି ଦେବା ସହ ଜାଗା ମିଶନ ନାଁରେ ପ୍ରତାରଣା କରୁଛନ୍ତି । ବସ୍ତିର ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କାର ଏକ ଯୋଜନାର ଘୋଷଣା କରାଯାଇଛି ସତ କିନ୍ତୁ ବସ୍ତିବାସିନ୍ଦା ଯେଉଁ ବସ୍ତିରେ ରହୁଥିଲେ ଏବେ ମଧ୍ୟ ସେହି ବସ୍ତିରେ ରହୁଛନ୍ତି । ଯୋଜନା କେବଳ ତୃତୀୟ ମହଲା ଇଙ୍ଗିତରେ ଫାଇଲ୍‌ରେ ରହିଯାଇଛି ।"

ଏହା ବି ପଢନ୍ତୁ...ନବୀନଙ୍କ 'ଏଜେଣ୍ଡା' ବୟାନ ପରେ ବିରୋଧୀଙ୍କ ଶାଣିତ ଜବାବ, '୨୪ ପାଇଁ ରୂପାନ୍ତରୀକରଣ କାର୍ଡ ଖେଳୁଛି ବିଜେଡି'

ସେ ଆହୁରି ମଧ୍ୟ କହିଛନ୍ତି,"ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ କଂଗ୍ରେସ ବସ୍ତିବାସିନ୍ଦାଙ୍କ ପ୍ରକୃତ ବିକାଶ ପାଇଁ ଚିନ୍ତା କରୁଥିଲା । କଂଗ୍ରେସ ସରକାର ସମୟରେ 'ରାଜୀବ ଗାନ୍ଧୀ ଆବାସ ଯୋଜନା'ରେ ବସ୍ତି ବାସିନ୍ଦାଙ୍କୁ ପ୍ରକୃତ ହକ୍ ମିଳିଥିଲା । ତା’ ପରଠାରୁ ଆଜି ପର୍ଯ୍ୟନ୍ତ ବସ୍ତିବାସିନ୍ଦାଙ୍କ କ୍ଷେତ୍ରରେ କୌଣସି ପରିର୍ତ୍ତନ ଆସିନାହିଁ । କିପରି ତାଙ୍କର ପ୍ରକୃତ ହକ୍ ମିଳିପାରିବ ସେନେଇ କଂଗ୍ରେସ ପ୍ରୟାସଜାରି ରଖିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.