ETV Bharat / state

ସ୍କିଲ ଇନ ଓଡ଼ିଶା ଦକ୍ଷତା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣିବ: ସୁବ୍ରତ ବାଗଚି

author img

By

Published : Apr 22, 2023, 7:44 AM IST

ରାଜ୍ୟ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ । ସ୍କିଲ ଇନ ଓଡ଼ିଶା ଗୋଟିଏ ବୈପ୍ଳବିକ ପରିବର୍ତ୍ତନ ଅଣିବ କହିବେ ସୁବ୍ରତ ବାଗଚି । ଅଧିକ ପଢ଼ନ୍ତୁ

‘ସ୍କିଲ ଇନ ଓଡ଼ିଶା’ ଦକ୍ଷତା କ୍ଷେତ୍ରରେ ଅଣିବ ବୈପ୍ଳବିକ ପରିବର୍ତ୍ତନ

ଦକ୍ଷତା ବିକାଶ କ୍ଷେତ୍ରରେ ଅଗ୍ରୀମ ହେବ ଓଡିଶା

ଭୁବନେଶ୍ବର: ଦକ୍ଷତା ବିକାଶ କ୍ଷେତ୍ରରେ ଅଗ୍ରୀମ ହେବ ଓଡ଼ିଶା । ରାଜ୍ୟରେ ସମସ୍ତ ଯୁବପିଢିଙ୍କୁ ନିଜ ଦକ୍ଷତା ଅନୁଯାୟୀ କାର୍ଯ୍ୟ ମିଳିବ । ସରକାର ଯୁବପିଢିଙ୍କୁ ଦକ୍ଷ କରିବା ପାଇଁ ଦକ୍ଷତା କାର୍ଯ୍ୟକ୍ରମ କରୁଛନ୍ତି । ସ୍କିଲ ଇନ ଓଡ଼ିଶା ଗୋଟିଏ ବୈପ୍ଳବିକ ପରିବର୍ତ୍ତନ ଅଣିବ । ଭୁବନେଶ୍ବରରେ ଆୟୋଜିତ ଓଡି଼ଶା ସ୍କିଲ କନକ୍ଲେଭରେ ଏହା କହିଛନ୍ତି ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ।

ସୁବ୍ରତ ବାଗଚି କହିଛନ୍ତି, ‘‘ରାଜ୍ୟ ନୁହେଁ ସାରା ଭାରତ ବର୍ଷ କିଭଳି ଦକ୍ଷତା ବିକାଶ କ୍ଷେତ୍ରରେ ଆଗକୁ ଯାଇପାରିବ ଏହା ଆମର ଲକ୍ଷ୍ୟ । ସିଙ୍ଗାପୁର, ଦୁବାଇରୁ ମଧ୍ୟ ଅନେକ ପ୍ରତିନିଧି ଏହି ସ୍କିଲ୍ଡ କାର୍ଯ୍ୟକ୍ରମରେ ଯୋଗଦେବେ । ଏନେଇ ବ୍ଲୁପ୍ରିଣ୍ଟ ଓ ଉପଯୁକ୍ତ ପ୍ଲାନିଂ ସହ ପ୍ୟାନେଲ ଆଲୋଚନା ହେଉଛି । ବିଭିନ୍ନ ଜାଗାରୁ ବିଶେଷଜ୍ଞ ଆସିଛନ୍ତି ସେମାନେ ତାଙ୍କ ମତାମତ ରଖିଛନ୍ତି । ସେମାନଙ୍କ ମତାମତକୁ ପାଥେୟ କରି ନୀତିଗତ ନିଷ୍ପତ୍ତି ନିଆଯିବ ।’’

ଏହାସହ ବାଗଚି କହିଛନ୍ତି, ରାଜ୍ୟ ବାହାରକୁ ଯେଉଁମାନେ ଯାଉଛନ୍ତି ସେମାନେ ଅନ-ସ୍କିଲଡ ନୁହଁନ୍ତି ସ୍କିଲଡ । କିନ୍ତୁ ପ୍ରକୃତ ସ୍କିଲଡକୁ ସାମାଜିକ ସ୍ବୀକୃତି ମିଳୁନାହିଁ । ଯେଉଁ ଲୋକ ଗୋଟିଏ ଇଟା ତିଆରି କରୁଛି ସେହି ଇଟା ଆମେମାନେ କରିପାରିବା ନାହିଁ । ତାର ଏହା ଏକ ସ୍କିଲଡ । ଯେତେବେଳେ ଆମମାନଙ୍କୁ ସାମାଜିକ ସମ୍ମାନ ମିଳିବ ସାମାଜିକ ସ୍ବୀକୃତି ମିଳିବ ତେବେ ଆଉ ଲୋକମାନେ ବାହାର ରାଜ୍ୟକୁ କାମ କରିବାକୁ ଯିବେ ନାହିଁ । ଓଡ଼ିଆ ଲୋକ ଯେଉଁମାନେ ମଧ୍ୟବିତ୍ତ ଶ୍ରେଣୀର ରହିଛନ୍ତି ସେମାନେ ଚାକିରି ପଛରେ ନଯାଇ ନିଜେ ଛୋଟ ଛୋଟ ବ୍ୟବସାୟ କରିବେ । ରିକ୍ସ ନେବେ ସେ ନିଜେ ରୋଜଗାର କରିବା ସହ ଅନ୍ୟଙ୍କୁ ମଧ୍ୟ ରୋଜଗାରର ସୁଯୋଗ ଦେଇପାରିବ । ଗୋଟିଏ ରାତିରେ ଏହାକୁ ପରିବର୍ତ୍ତନ କରିପାରିବା ନାହିଁ । ଧିରେ ଧିରେ ଓଡ଼ିଶାରେ ଉଦ୍ୟୋଗୀମାନଙ୍କର ବିକାଶ କରିବାକୁ ପଡ଼ିବ । ସମସ୍ତଙ୍କୁ ସ୍ବାବଲମ୍ବୀ ହେବାକୁ ପଡିବ । ଗୋଟିଏ କାମ କରିବାକୁ ହେଲେ କିଛି ବର୍ଷ ସମୟ ଲାଗିଥାଏ । ସେ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ ।

ସେ ଆହୁରି କହିଛନ୍ତି ଯେ, କାର୍ଯ୍ୟ ଓ ଦରମାକୁ ଅଣଦେଖା କଲେ ଜୀବନ ତୁମକୁ ଅଣଦେଖା କରିବ । ପାଠପଢା ସରିଲା ପରେ ଯେବେ ଚାକିରି କରିବି ତାହା ଏକ ନଦୀର ଧାର ସଦୃଶ୍ୟ । ଆଗକୁ ଏହି ଧାର ଧୀରେ ଧୀରେ ବଢିବ । ଆଜି ଦକ୍ଷତା ବିକାଶ ବିଭାଗ ଯେଉଁ ସ୍ତରରେ ପହଞ୍ଚି ପାରୁଛି ତାହା ଶିକ୍ଷକ ଓ ଅଧିକାରୀମାନଙ୍କ ସାହାଯ୍ୟରେ ହୋଇପାରିଛି । ତେଣୁ ନିଜେ ଦକ୍ଷ ହୁଅନ୍ତୁ ଅନ୍ୟକୁ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.