ETV Bharat / state

SJTA affidavit to HC: ସତ୍ୟପାଠରୁ ଜଣାପଡୁଛି ସରକାର କିଛି ଲୁଚାଉଛନ୍ତି: ନରସିଂହ ମିଶ୍ର

author img

By

Published : Aug 1, 2023, 9:54 PM IST

ରତ୍ନଭଣ୍ଡାର ସୁରକ୍ଷିତ ରହିବା ନେଇ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷିତ ନା ନାହିଁ ତାହାର ବିଭିନ୍ନ ଦିଗ ଅଛି । ଏଏସଆଇ କହୁଛି ରତ୍ନଭଣ୍ଡାରର ମରାମତି ଦରକାର । ଅତଏବ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । ଅଧିକ ପଢନ୍ତୁ

ସତ୍ୟପାଠରୁ ଜଣାପଡୁଛି ସରକାର କିଛି ଲୁଚାଉଛନ୍ତି: ନରସିଂହ ମିଶ୍ର

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସୁରକ୍ଷିତ ରହିଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ସରକାର । ରତ୍ନଭଣ୍ଡାରରେ 149 କେଜି 460 ଗ୍ରାମର ସୁନା ଓ 183 କେଜି ରୂପା ଅଳଙ୍କାର ଥିବା ସତ୍ୟପାଠରେ ଦର୍ଶାଇଛନ୍ତି ସରକାର । ଏବେ ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ସତ୍ୟପାଠ ଦାଖଲ କରିଥିବାବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ସତ୍ୟପାଠ ନୁହେଁ ମିଥ୍ୟାପାଠ ସରକାର ଦାଖଲ କରିଥିବା ବିଜେପି କହିଛି । ସେପଟେ କଂଗ୍ରେସ କହିଛି ରତ୍ନଭଣ୍ଡାର ନଖୋଲି ସୁରକ୍ଷିତ ଥିବା କହିବା ସନ୍ଦେହ ସୃଷ୍ଟି କରୁଛି । ବିବାଦରେ ଏଏସଆଇ କୋର୍ଟକୁ ବଲ ଫିଙ୍ଗିଛି ବିଜେଡି ।

ଏହାବି ପଢନ୍ତୁ- SJTA Affidavit: ରାଜ୍ୟ ସରକାର ହାଇକୋର୍ଟରେ ମିଥ୍ୟାପାଠ ଦାଖଲ କରିଛନ୍ତି: ବିଜେପି

ରତ୍ନଭଣ୍ଡାର ସୁରକ୍ଷିତ ରହିବା ନେଇ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷିତ ନା ନାହିଁ ତାହାର ବିଭିନ୍ନ ଦିଗ ଅଛି । ଏଏସଆଇ କହୁଛି ରତ୍ନଭଣ୍ଡାରର ମରାମତି ଦରକାର । ଅତଏବ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । ମୁଖ୍ୟ ସେବକ ତଥା ଗଜପତି ମହାରାଜା କହୁଛନ୍ତି, ରତ୍ନଭଣ୍ଡାରର ମରାମତି ଦରକାର । ରତ୍ନଭଣ୍ଡାର ଯଦି ଖୋଲା ନଯିବ ତାହାର ମରାମତି ହେବ କେମିତି ? ରତ୍ନଭଣ୍ଡାର ସୁରକ୍ଷିତ ନେଇ ସରକାର କୋର୍ଟରେ ସତ୍ୟପାଠ ଦେଇଛନ୍ତି । ସୁରକ୍ଷିତ ଅଛି ବୋଲି ସରକାର ଜାଣିଲେ କେମିତି ? 1978 ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିଲା । ସେବେ ଯେଉଁ ତାଲିକା ହୋଇଥିଲା ତାହାର ଲିଷ୍ଟ କୋର୍ଟରେ ଦେଇଛନ୍ତି । ମଝିରେ ମଝିରେ ରତ୍ନଭଣ୍ଡାର ଖୋଲିବା ନେଇ ବ୍ୟବସ୍ଥା ରହିଛି । ରତ୍ନଭଣ୍ଡାର ଖୋଲି ଗଣତି କଲେ ଯାଇ ତାହା ସୁରକ୍ଷିତ ଅଛି ନା ନାହିଁ ଜଣାପଡିବ ।

ସେ ଆହୁରି ମଧ୍ୟ କହିଛନ୍ତି, ରତ୍ନଭଣ୍ଡାରରୁ ଚୋରି ହୋଇଛି ବୋଲି ମୁଁ ଅଭିଯୋଗ କରୁନାହିଁ । ଚାବି ହଜିଗଲା ବୋଲି ଯେତେବେଳେ ସରକାର କହିଲେ ସେତେବେଳେ ସନ୍ଦେହ ସୃଷ୍ଟି ହେଲା । ଆଜି ସେ ସମ୍ପର୍କରେ ସତ୍ୟପାଠରେ କିଛି କହିନାହାନ୍ତି । ରତ୍ନଭଣ୍ଡାର ଚାବି ହଜିବା ନେଇ ସରକାର ଏକ କମିଶନ ବସେଇଲେ । ତାହାର ରିପୋର୍ଟ କଣ ଆସିଲା କିଛି ଜଣେଇଲେ ନାହିଁ । ଯଦି ସରକାର ମାନୁଛନ୍ତି ଚାବି ହଜିଛି ତେବେ ସନ୍ଦେହ ଦୂର କରିବା ପାଇଁ ତୁରନ୍ତ ରତ୍ନଭଣ୍ଡାର ଖୋଲିବା କଥା । ପୁରୁଣା କଥା ଦୋହରାଇଛନ୍ତି । ଯେଉଁ କଥା ସନ୍ଦେହ ସୃଷ୍ଟି କରୁଥିଲା ସେ କଥାରେ ଚୁପ ରହି ସନ୍ଦେହକୁ ଆହୁରି ବଢ଼େଇ ଦେଇଛନ୍ତି । ତାଲା ଭଙ୍ଗା ଯାଇନାହିଁ ତେଣୁ ଚୋରି ହୋଇଛି ବୋଲି କେହି କହିପାରିବେ ନାହିଁ । କିନ୍ତୁ ଚୋରି କରିବା ପାଇଁ ବିଭିନ୍ନ ଉପାୟ ଅଛି । ଏମରା ମଠରୁ ରୁପା ଇଟା ଚୋରି ହୋଇଥିଲା, ବାହାରୁ ଜଣାପଡୁନଥିଲା । ଖୋଲିଲା ପରେ ଜଣାପଡିଲା । ତେଣୁ ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି । ଭକ୍ତଙ୍କୁ ସନ୍ଦେହ ମୁକ୍ତ କରିବାର ଆବଶ୍ୟକତା ରହିଛି । ରତ୍ନଭଣ୍ଡାର ଖୋଲନ୍ତୁ । ଗଣତି କରନ୍ତୁ । ମରାମତି କରନ୍ତୁ । ତାପରେ କୁହନ୍ତୁ ସବୁ ଠିକ ଅଛି । ସରକାରଙ୍କ ଅନ୍ତରାତ୍ମା ବାବଦରେ କହିପାରୁନାହୁଁ । କିନ୍ତୁ ସତ୍ୟପାଠରୁ ଜଣାପଡୁଛି ସରକାର କିଛି ଲୁଚେଇବାକୁ ଚାହୁଁଛନ୍ତି ।

ଏହାବି ପଢନ୍ତୁ- ରତ୍ନଭଣ୍ଡାରରେ ଅଳଙ୍କାର ସୁରକ୍ଷିତ ନାଁ ଅସୁରକ୍ଷିତ, ଶୁଣନ୍ତୁ କଣ କହୁଛନ୍ତି ଆଇନଜୀବୀ

ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ରତ୍ନଭଣ୍ଡାର ପ୍ରସଙ୍ଗରେ ଏଏସଆଇ କୋର୍ଟକୁ ବଲ ଫିଙ୍ଗିଲା ବିଜେଡ଼ି । ବିଜେଡି ବିଧାୟକ ଭୁପିନ୍ଦର ସିଂ କହିଛନ୍ତି, ମରାମତି କାର୍ଯ୍ୟ ପ୍ରତ୍ନତତ୍ତ୍ଵ ବିଭାଗର ଦାୟିତ୍ବ । ପ୍ରତ୍ନତତ୍ତ୍ଵ ବିଭାଗ ଭାରତ ସରକାରଙ୍କ ଅଧିନରେ ଅଛି । ବିରୋଧୀ ସେମାନଙ୍କ କାମ କରୁଛନ୍ତି । ସରକାର ନିଜ କାମ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.