ETV Bharat / state

SJTA Affidavit: ରାଜ୍ୟ ସରକାର ହାଇକୋର୍ଟରେ ମିଥ୍ୟାପାଠ ଦାଖଲ କରିଛନ୍ତି: ବିଜେପି

ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ବଦଳରେ ମିଥ୍ୟାପାଠ ଦାଖଲ କରିଛନ୍ତି । ହାଇକୋର୍ଟଙ୍କ ଆଗରେ ସରକାର ଯେତେବେଳେ ସତ୍ୟପାଠ ଦେଉଛନ୍ତି, ସେଥିରେ ସମସ୍ତ ପ୍ରକାର ସତ୍ୟର ଅବତାରଣା କରିବାର ଆବଶ୍ୟକତା ଅଛି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ରାଜ୍ୟ ସରକାର ସବୁ ଘଟଣାରେ ମିଥ୍ୟାର ଅବତାରଣା କରନ୍ତି ।" ଅଧିକ ପଢନ୍ତୁ

author img

By

Published : Aug 1, 2023, 7:28 PM IST

ରାଜ୍ୟ ସରକାର ହାଇକୋର୍ଟରେ ମିଥ୍ୟାପାଠ ଦାଖଲ କରିଛନ୍ତି: ବିଜେପି

ଭୁବନେଶ୍ବର: ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ବଦଳରେ ମିଥ୍ୟାପାଠ ଦାଖଲ କରିଛନ୍ତି । ହାଇକୋର୍ଟଙ୍କ ଆଗରେ ସରକାର ଯେତେବେଳେ ସତ୍ୟପାଠ ଦେଉଛନ୍ତି, ସେଥିରେ ସମସ୍ତ ପ୍ରକାର ସତ୍ୟର ଅବତାରଣା କରିବାର ଆବଶ୍ୟକତା ଅଛି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ରାଜ୍ୟ ସରକାର ସବୁ ଘଟଣାରେ ମିଥ୍ୟାର ଅବତାରଣା କରନ୍ତି। ଗତକାଲି ରତ୍ନଭଣ୍ଡାର ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠ ପ୍ରସଙ୍ଗରେ ଏଭଳି କହିଛି ବିଜେପି ।

ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ବଦଳରେ ମିଥ୍ୟାପାଠ ଦାଖଲ କରିଛନ୍ତି । ହାଇକୋର୍ଟଙ୍କ ଆଗରେ ସରକାର ଯେତେବେଳେ ସତ୍ୟପାଠ ଦେଉଛନ୍ତି, ସେଥିରେ ସମସ୍ତ ପ୍ରକାର ସତ୍ୟର ଅବତାରଣା କରିବାର ଆବଶ୍ୟକତା ଅଛି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ରାଜ୍ୟ ସରକାର ସବୁ ଘଟଣାରେ ମିଥ୍ୟାର ଅବତାରଣା କରନ୍ତି । 1978 ମସିହା ଯାହା ଗଣତି ହୋଇଥିଲା, ତାପରେ ଆଉ ଥରେ ଅଳଙ୍କାର ଗୁଡ଼ିକର ଗଣତି କରାଯାଇ ନାହିଁ କି ଇନଭେଣ୍ଟରି ତିଆରି ହୋଇନାହିଁ । ତେଣୁ ରାଜ୍ୟ ସରକାରଙ୍କୁ କଣ ସ୍ବପ୍ନାଦେଶ ହେଲା, ଯେ କେତେ ପରିମାଣର ରୂପା ଓ କେତେ ପରିମାଣର ସୁନା ଗଚ୍ଛିତ ଅଛି, କେତେ ଅଳଙ୍କାର ଅଛି । ନା ରାଜ୍ୟ ସରକାର ସେଥିରେ ମାଇକ୍ରୋସ୍କୋପିକ ଭ୍ୟୁରେ ଆଉ କେଉଁ ରାସ୍ତାରେ ଦେଖି ଦେଲେ ।"

ଏହାବି ପଢନ୍ତୁ- ରତ୍ନଭଣ୍ଡାରରେ ଅଳଙ୍କାର ସୁରକ୍ଷିତ ନାଁ ଅସୁରକ୍ଷିତ, ଶୁଣନ୍ତୁ କଣ କହୁଛନ୍ତି ଆଇନଜୀବୀ

ତେଣୁ ଓଡିଶାବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କ ଦାବି ଅନୁସାରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲାଯାଇ ତାହାର ଇନଭେଣ୍ଟରି କରି 1978 ମସିହାର ତାଲିକା ସହ ମ୍ୟାଚ କରାଯାଉ । ଲୋକଙ୍କ ଆଗରେ ସବୁ ଖୁଲସା ହେବାର ଆବଶ୍ୟକତା ଅଛି । ହେଲେ ରାଜ୍ୟ ସରକାର ସେ କଥା ନକରି ନିଜର ଦୋଷ ଘୋଡାଇବା ପାଇଁ ଚାବି ହଜିବା ଭଳି ବାହାନା କରୁଛନ୍ତି । ହାଇକୋର୍ଟଙ୍କ ପାଖରେ ବି ମିଛ କହୁଛନ୍ତି। ତେଣୁ ମିଥ୍ୟା ସୌଦାଗର ଭୂମିକା କରିବା ବନ୍ଦ କରନ୍ତୁ । ମହାପ୍ରଭୁ ଓ ସାଧାରଣ ଲୋକଙ୍କ ଭିତରେ ଥିବା ଧର୍ମୀୟ ଭାବନା ସହ ଖେଳିବା ବନ୍ଦ କରନ୍ତୁ ରାଜ୍ୟ ସରକାର ।

ସୂଚନା ଅନୁସାରେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟରେ ଆଗତ ଏକ ଜନସ୍ବାର୍ଥ ମାମଲାର ସତ୍ୟପାଠ ଆକରରେ ଜବାବ ଦାଖଲ କରିଛନ୍ତି ନୀତି ପ୍ରଶାସକ । ସତ୍ୟପାଠରେ 1978 ମସିହାର ତଥ୍ୟ ଦିଆଯାଇଛି । ସେତେବେଳେର ତଥ୍ୟ ଅନୁସାରେ ରତ୍ନଭଣ୍ଡାରରେ ତିନୋଟି ଗୃହ ରହିଛି । ମୋଟ ୧୪୯ କେଜି ୪୬୯ ଗ୍ରାମ ସୁନା ଓ ୧୮୪ କେଜି ରୁପା ରହିଛି । ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ପାଇଁ ବାହାର ରତ୍ନଭଣ୍ଡାରରେ ଅଳଙ୍କାର ବ୍ୟବହାର ହେଉଥିବା ଦର୍ଶାଯାଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ନିୟମ ଅନୁସାରେ ପ୍ରତି ତିନିବର୍ଷରେ ଥରେ ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରର ଗଣତି ହେବା ନିୟମ ରହିଛି। ହେଲେ ଦୀର୍ଘ ୪୫ ବର୍ଷ ହେଲା ଆଉ ରତ୍ନଭଣ୍ଡାର ଖୋଲାଯାଇ ନାହିଁ କି ରତ୍ନ ଅଳଙ୍କାର ଗଣତି ହୋଇନାହିଁ । ଯାହାକୁ ନେଇ ଏବେ ଭକ୍ତ ମହଲାରେ ଅସନ୍ତୋଷ ବଢିଚାଲିଛି । ଏହାସହ ରତ୍ନ ଭଣ୍ଡାର ର ସ୍ଥିତି କଣ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାହାକୁ ନେଇ ମଧ୍ୟ ସନ୍ଦେହ ବଢୁଛି । କାରଣ ଗତ ବର୍ଷ ଅଗଷ୍ଟ ମାସରେ ଏଏସଆଇ ରତ୍ନ ଭଣ୍ଡାର ମରାମତି ନେଇ ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ଚିଠି ଲେଖିଥିଲା । ହେଲେ ଆଜି ଯାଏଁ ପରିଚାଳନା କମିଟି କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.