ETV Bharat / state

ମୃତକଙ୍କୁ ନ୍ୟାୟ ପାଇଁ ହାଇଡ୍ରାମା, ନବୀନ ନିବାସ ଆଗରେ 6 ଜଣଙ୍କ ଆତ୍ମାହୁତି ଉଦ୍ୟମ - ଆତ୍ମାହୁତି ଉଦ୍ୟମ କଲେ ପରିବାରର 6 ସଦସ୍ୟ

ନ୍ୟାୟ ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ଗୋଟିଏ ପରିବାରର 6 ସଦସ୍ୟ । ଦୈତ୍ୟରାଜ ନାୟକଙ୍କୁ ହତ୍ୟା କରାଯାଇଥିବାବେଳେ ଏଯାଏଁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ
ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ
author img

By ETV Bharat Odisha Team

Published : Aug 24, 2023, 5:00 PM IST

ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର: ନ୍ୟାୟ ପାଇଁ ନବୀନ ନିବାସ ଆଗରେ ହାଇଡ୍ରାମା ଦେଖିବାକୁ ମିଳିଛି । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ନବୀନ ନିବାସ ଆଗରେ ପ୍ରତିବାଦ କରିଛନ୍ତି ଗୋଟିଏ ପରିବାରର 6 ସଦସ୍ୟ । ୨୦୨୨ ମସିହାରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଦୈତ୍ୟରାଜ ନାୟକଙ୍କୁ ହତ୍ୟା କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଦୈତ୍ୟରାଜଙ୍କ ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ବଢିଛି ଅସନ୍ତୋଷ ।

ହତ୍ୟାକାଣ୍ଡକୁ ବର୍ଷେ ବିତି ଯାଇଥିଲେ ସୁଦ୍ଧା ନ୍ୟାୟ ମିଳିପାରିନାହିଁ । ଫଳରେ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ହାଇଡ୍ରାମା କରିଛନ୍ତି ମୃତକଙ୍କ ପରିବାର । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ଜଣ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୨୦୨୨ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ଯୁବକ ଦୈତ୍ୟରାଜ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ପୋଲିସ ବର୍ତ୍ତମାନ ସୁଦ୍ଧା କାହାକୁ ବି ଗିରଫ କରିନାହିଁ ।

ଏହା ବି ପଢନ୍ତୁ...ଡିଜି ଅଫିସ ଆଗରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, କାବୁ କଲା ପୋଲିସ

ଏନେଇ ବାରମ୍ବାର ପରିବାର ଲୋକ ଆନ୍ଦୋଳନ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶେଷରେ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ମୃତକଙ୍କ ପରିବାର । ତେବେ ପରିବାର ଲୋକଙ୍କ ପକ୍ଷରୁ ବାରମ୍ବାର ପ୍ରତିବାଦ କରାଯିବା ପରେ ପୋଲିସ ଗତ ୧୫ ତାରିଖରେ ଅଭିଯୁକ୍ତ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଥିଲା । ହେଲେ ଅନ୍ୟ ଅଭିଯୁକ୍ତମାନେ ଏବେବି ବାହାରେ ବୁଲୁଥିବାବେଳେ ପରିବାର ଲୋକଙ୍କୁ ଆକ୍ରମଣ କରୁଥିବା ନେଇ ଅଭିଯୋଗ ହୋଇଛି। ଏହା ବି ପଢନ୍ତୁ...ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଖାଲି ସେତିକି ନୁହେଁ, ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ଡ୍ରଗ୍ସ କାରବାରରେ ମଧ୍ୟ ସଂପୃକ୍ତ ଅଛନ୍ତି । ତଥାପି ପୋଲିସ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବାର ବର୍ଗ । ଅଭିଯୁକ୍ତମାନେ ଖୁଲମଖୁଲା ବୁଲିବା ସହ ଧଳାଜହର କାରବାର ଭଳି ଅପରାଧିକ ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ଆଣିଛନ୍ତି ଦୈତ୍ୟରାଜଙ୍କ ପରିବାର। ହେଲେ ପୋଲିସ ସବୁ ଜାଣିଶୁଣି ଚୁପ ରହୁଥିବା ନେଇ ଅଭିଯୋଗ ହୋଇଛି।

ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ସେମାନେ ନ୍ୟାୟ ପାଇଁ ନବୀନ ନିବାସ ଆସିଥିବା କହିଛନ୍ତି । ଏହାସହ ନ୍ୟାୟ ପାଇବା ପାଇଁ ସେମାନେ ନବୀନ ନିବାସ ସମ୍ମୁଖରେ ପରିବାରର 6 ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.