ETV Bharat / state

ରାଜଧାନୀରେ ବିଷାକ୍ତ ଖାଦ୍ୟ ଖାଇ ୬ କୁକୁରଙ୍କ ମୃତ୍ୟୁ, ଥାନାରେ ଏତଲା - ୬ କୁକୁରଙ୍କ ମୃତ୍ୟୁ

ଭୁବନେଶ୍ବରରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଖାଦ୍ୟରେ ବିଷ ଦେଇ କୁକୁରଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି । ୬ କୁକୁରଙ୍କ ମୃତ୍ୟୁ ପରେ ମୈତ୍ରୀ ବିହାର ଥାନାରେ ମାମଲା ରୁଜୁ ହୋଇଛି । ଅଧିକ ପଢ଼ନ୍ତୁ

ବିଷାକ୍ତ ଖାଦ୍ୟ ଖାଇ ୬ କୁକୁରଙ୍କ ମୃତ୍ୟୁ
ବିଷାକ୍ତ ଖାଦ୍ୟ ଖାଇ ୬ କୁକୁରଙ୍କ ମୃତ୍ୟୁ
author img

By

Published : Apr 3, 2023, 10:21 PM IST

ଭୁବନେଶ୍ବର: ରାଜଧାନୀରେ ବିଷାକ୍ତ ଖାଦ୍ୟ ଖାଇ ୬ କୁକୁରଙ୍କ ମୃତ୍ୟୁ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ ଘଟଣା । ଖାଦ୍ୟରେ ବିଷ ଦିଆଯାଇ କୁକରଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରାଜଧାନୀରେ ଏବେ ବିପଦରେ ବୁଲା କୁକୁର । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି । ଏନେଇ ମୈତ୍ରୀ ବିହାର ଥାନାରେ ଏକ ମାମଲା ରୁଜୁ ହୋଇଛି । ଆଉ ଏହି ଅମାନବିକ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ତେବେ ଆଜିର ଏହି ଘଟଣାକୁ ଦେଖିଲେ ବିଶ୍ଵାସୀ ପଶୁ କୁକୁର ସହ ମଣିଷ ରୂପୀ ପଶୁ କିପରି ବିଶ୍ଵାସଘାତକତା କରୁଛି ତାହା ସ୍ପଷ୍ଟ ଅନୁମେୟ । ଖାଦ୍ୟର ଲୋଭ ଦେଖାଇ ବିଷ ଦେଇ କୁକୁରମାନଙ୍କୁ କରାଯାଉଛି ହତ୍ୟା । ରାଜଧାନୀ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ସ୍ଥାନୀୟ ଶ୍ରମିକ ବସ୍ତି ଅଞ୍ଚଳରେ ଗତ କିଛି ଦିନ ହେବ ୬ଟି କୁକରଙ୍କ ଅସ୍ଵାଭାବିକ ଭାବେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟକିଛି କୁକୁର ଅସୁସ୍ଥ ହୋଇ ପଡିଛନ୍ତି । ଆଉ କିଛି ପାଗଳଙ୍କ ପରି ଇତସ୍ତତଃ ହୋଇ ବୁଲୁଛନ୍ତି । ତେବେ ଏହି କୁକୁର ମାନଙ୍କୁ ବିଷ ଦେଇ ହତ୍ୟା କରାଯାଉଥିବା କିଛି ପଶୁପ୍ରେମୀ ଅଭିଯୋଗ ଆଣିବା ସହିତ ଥାନାରେ ଏତଲା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଏବଂ ପଶୁପ୍ରେମୀ ଏବଂ ପିପୁଲ ଫର ଆନିମଲ ପକ୍ଷରୁ ମୈତ୍ରୀ ବିହାର ଥାନାରେ ଅଭିଯୋଗ ଫାଇଲ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଷ୍ଟମର୍ଟମ ସହ CCTV ଯାଞ୍ଚ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଗତ କିଛିଦିନ ହେବ ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ବିଏମ୍‌ସି ଏଥିପ୍ରତି କୌଣସି ପଦକ୍ଷେପ ନେଉନାହିଁ । ବୁଲା ପଶୁ ମାନଙ୍କ ପାଇଁ ବହୁ ନିୟମ ରହିଛି, ବିଏମ୍‌ସି ତୁରନ୍ତ ଏହି ଘଟଣାରେ ତଦନ୍ତ କରି କୁକରଙ୍କୁ ହତ୍ୟା କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି ଉଠିଛି । ଆଉ ଏନେଇ ବିଏମ୍‌ସି ମେୟର ମଧ୍ୟ ଚୁପ ରହିଥିବା ଅଭିଯୋଗ ହୋଇଛି । ବିଏମ୍‌ସିର ଏହି ନିସ୍କ୍ରିୟତାକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ତେଣୁ ବିଶ୍ୱାସ ନାଁରେ ଧୋକା ଦେଇ ଏହି ନିରୀହ ପ୍ରାଣୀଙ୍କୁ ଖାଦ୍ୟ ଲୋଭରେ ବିଷ ଦେଇ ହତ୍ୟା ପଛରେ କିଏ ସେ ନିଷ୍ଠୁର ମଣିଷ, ତାର ପର୍ଦ୍ଦାଫାଶ ହେବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.