ETV Bharat / state

ଶୀତଳ ଷଷ୍ଠୀରେ ସବୁ ରୁଟରେ ଲାଗିବ ସିସିଟିଭି: ସମ୍ବଲପୁର ଜିଲ୍ଲାପାଳ

author img

By

Published : May 20, 2023, 8:55 AM IST

ଶୀତଳ ଷଷ୍ଠୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ । DRDA ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଶେଷ । ଅଧିକ ପଢ଼ନ୍ତୁ

ଶୀତଳ ଷଷ୍ଠୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ

ସମ୍ବଲପୁର: ଶୀତଳ ଷଷ୍ଠୀକୁ ରହିଲା ଆଉ କେଇଟା ଦିନ । ଶୀତଳ ଷଷ୍ଠୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସମ୍ବଲପୁର DRDA ଜିଲ୍ଲା ପରିଷଦ ସମ୍ମିଳନୀକକ୍ଷରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମ୍ବଲପୁର ଜିଲ୍ଲାର 2 ଜଣ ଅତିରିକ୍ତ ଜିଲ୍ଲପାଳ, ଉପଜିଲ୍ଲାପାଳ, SMC କମିଶନର, ବରିଷ୍ଠ ଜିଲ୍ଲା ପ୍ରଶାସନିକ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ବିଭିନ୍ନ ଶୀତଳ ଷଷ୍ଠୀ ଯାତ୍ରା କମିଟିର କର୍ମକର୍ତ୍ତା ସାମିଲ ହୋଇଥିଲେ ।

ଏହି ଅବସରରେ ଶୀତଳ ଷଷ୍ଠୀ ଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେନେଇ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାର ପ୍ରସେସନର ସବୁ ରୁଟରେ ସିସିଟିଭି ଲଗାଯିବ ଓ ନଜର ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ପ୍ରତ୍ୟେକ ଛକରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସହ ଯାତ୍ରା ସମୟରେ ଯେମିତି ନିରବିଚ୍ଛିନ୍ନ ବିଦ୍ୟୁତ ସରବରାହ ଜାରି ରହିବ ସେନେଇ TPWODL ସଂସ୍ଥାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବା ସହ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର କରିବା ସହ ଅଂଶୁଘାତ ମୁକାବିଲା ୟୁନିଟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପ୍ରସେସନ ସମୟରେ ବିଭିନ୍ନ ସ୍ଥାନରେ ଅଗ୍ନିଶମ ବିଭାଗର ଟିମ ମୁତୟନ ରହିବେ ଓ ଜିଲ୍ଲା ବାହାରୁ ମଧ୍ୟ ଟିମ ଆସିବେ ବୋଲି ସୂଚନା ଦିଆଯାଇଛି । ସଠିକ ଭାବେ ଟ୍ରାଫିକ ପରିଚାଳନା ପାଇଁ ଏଥର ଭେଇକିଲ ପାସର ବ୍ୟବସ୍ଥା କରାଯିବ ଟ୍ରାଫିକ ପରିଚାଳନାକୁ କଡାକଡି କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାରେ 7 ହଜାର କଳାକାର ସାମିଲ ହେବେ । ଚଳିତ ବର୍ଷ ସମ୍ବଲପୁରର ଶୀତଳ ଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି ଯେ ଏଥର 3ଟି ପ୍ରମୁଖ ଯାତ୍ରା କମିଟିର ମୋଟ ବଜେଟ 1 କୋଟି 14 ଲକ୍ଷ ରହିଛି । ଅନ୍ୟପଟେ ଗତକାଲି ରାଜ୍ୟ ସରକାର ପକ୍ଷରୁ ସମ୍ବଲପୁର ଶୀତଳ ଷଷ୍ଠୀ ଜଏଣ୍ଟ କୋଡିନେସନ କମିଟିକୁ 35 ଲକ୍ଷ ଟଙ୍କା ଅନୁଦାନ ଦିଆ ଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.