ETV Bharat / state

ଦିଅର ଉପରେ ଗରମ ପେଜ ଢାଳିଲା ଭାଉଜ, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା ଜିଲ୍ଲାରେ ବାଣପୁର ଥାନାରେ ଦିଅର ଉପରେ ଗରମ ପେଜ ଢାଳି ଚର୍ଚ୍ଚାରେ ଭାଉଜ । ତେବେ ମହିଳାଙ୍କ ଏଭଳି କରିବାର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ...

Sister-in-law poured hot water on brother-in-law in Khordha
ଦିଅର ଉପରେ ଗରମ ପେଜ ଢାଳିଲା ଭାଉଜ, କାରଣ ଅସ୍ପଷ୍ଟ
author img

By

Published : Nov 13, 2020, 1:39 PM IST

ଖୋର୍ଦ୍ଧା: ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ବର ପଞ୍ଚାୟତରେ ଗତ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଭାଉଜ ଦିଅର ଉପରେ ଗରମ ପେଜ ଢାଳିବା ଦ୍ବାରା ଦିଅର ଗୁରୁତର ଆହତ ହୋଇଛନ୍ତି । ତେବେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଆହତଙ୍କ ମା' ଥାନାରେ ଦାବି କରିଛନ୍ତି ।

ଦିଅର ଉପରେ ଗରମ ପେଜ ଢାଳିଲା ଭାଉଜ, କାରଣ ଅସ୍ପଷ୍ଟ

ମିଳିଥିବା ସୂଚନା ଅନୁଯାୟୀ ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ବର ଗ୍ରାମର ଆହତ ଅନୁ ପଲେଇ ଗୁରୁବାର ରାତିରେ ଘରର ପାହାଚ ଉପରେ ବସିଥିବା ସମୟରେ ତାଙ୍କ ଭାଉଜ ଗରମ ପେଜପାଣି ଅନୁଙ୍କ ଉପରେ ଢ଼ାଳିଦେଇଥିଲେ। ଗରମ ପେଜ ଦ୍ବାରା ଅନୁଙ୍କ କାନ୍ଧ ଓ ମୁହଁ ପାଖରେ ଗଭୀର ଭାବେ ଆଘାତ ଲାଗିଛି । ସ୍ଥାନୀୟ ଲୋକେ ଖବର ପାଇବା ପରେ ଅନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି ।

ତେବେ ମହିଳା ଜଣକ ପେଜ ଢାଳିବାର କାରଣ ସଂପର୍କରେ ଜଣାପଡିନଥିବା ବେଳେ ଅନୁଙ୍କ ମା' ମହିଳାଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ସେପଟେ ବାଣପୁର ପୋଲିସ ଘଟଣାକୁ ଗୁରୁତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.