ETV Bharat / state

ଆସନ୍ତାକାଲିଠୁ ରାଜଧାନୀରେ ଶିଶିର ସରସ ମେଳା, ଖେଲିବ 400 ଷ୍ଟଲ

author img

By ETV Bharat Odisha Team

Published : Jan 5, 2024, 9:53 AM IST

Sisira Sarasa Fair: ଆସନ୍ତାକାଲିଠୁ ରାଜଧାନୀରେ ଜମିବ ଶିଶିର ସରସ ମେଳା । ଏଥର ମେଳାରେ ପଡିବ 400 ଷ୍ଟଲ । ଅଧିକ ପଢନ୍ତୁ

Sisira Sarasa in Bhubaneswar
Sisira Sarasa
ଶିଶିର ସରସ ମେଳା

ଭୁବନେଶ୍ବର: ଶନିବାରଠାରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ଶିଶିର ସରସ ମେଳା 2024 । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଏହା ଆରମ୍ଭ ହେବାକୁ ଯାଉଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଏହି ମେଳା ଆୟୋଜନ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ମେଳାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲିଠୁ ଆରମ୍ଭ ହୋଇ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ । ଚଳିତ ଥର ମେଳାରେ ମୋଟ ୪୦୦ଟି ଷ୍ଟଲ ଖୋଲାଯିବ । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଓ ଓରମାସର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ।

ସୁଶୀଲ କୁମାର ଲୋହାନିଙ୍କ ସୂଚନା ଅନୁସାରେ, ଶିଶିର ସରସ ମେଳାରେ ରାଜ୍ୟର ସମସ୍ତ 30ଟି ଜିଲ୍ଲାରୁ ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ରହିବେ । ଏଥିସହ 26ଟି ରାଜ୍ୟର ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀମାନଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲରେ ବିକ୍ରି ହେବ । ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଆସାମ, ଗୋଆ, ଗୁଜରାଟ, ହରିଆଣା, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ପ୍ରମୁଖ ରାଜ୍ୟରୁ ଉଦ୍ୟୋଗୀ ଏହି ମେଳାରେ ସାମିଲ ହେବେ । ସେମାନଙ୍କ ଲାଗି ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବରମୁଣ୍ଡା ପଡ଼ିଆରେ ଜାନୁଆରୀ 6ରୁ ଜମିବ ଶିଶିର ସରସ

ମେଳା ଭିତରେ ରହିବ 24ଟି ସ୍ୱତନ୍ତ୍ର ଫୁଡ ଷ୍ଟଲ । ଫୁଡ କୋର୍ଟ ସହ ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଲାଇଭଲି ହୁଡସ ରହିବ । ସେହିପରି ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଥିମ ଷ୍ଟଲ ଲାଗି ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ମକା ମିଶନ, କୋରାପୁଟର ଲେମନ ଗ୍ରାସ ମିଶନ, ଗ୍ରାମାଞ୍ଚଳ ଇଣ୍ଡଷ୍ଟ୍ରିଆଲ ପାର୍କ, ଅନଲାଇନ ମାର୍କେଟିଂ ଆଦିର ପ୍ରଚାର ପ୍ରସାର ପାଇଁ ଓରମାସ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାରଙ୍କ ୧୯ଟି ଯୋଜନାର ଷ୍ଟଲ ମଧ୍ୟ ମେଳାରେ ଲଗାଯାଉଛି । ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ଗୁରୁତ୍ୱ ଦିଆଯାଇଛି । ପ୍ରତ୍ୟେକ ଦିନ ମେଳାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ମେଳା ପରିସରକୁ ପରିଷ୍କାର ପରିଚ୍ଛନତା ଉପରେ ବିଏମସି ଅଧିକାରୀ ସ୍ବତନ୍ତ୍ର ଧ୍ୟାନ ଦେବେ । ମେଳାକୁ ଯଥା ସମ୍ଭବ ପଲିଥିନ ମୁକ୍ତ ନିଷିଦ୍ଧାଞ୍ଚଳ କରିବା ପାଇଁ ଉଦ୍ୟମ ହେବ ବୋଲି ମେଳା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ଜୋନର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ବରିଷ୍ଠ ଓ ଭିନ୍ନକ୍ଷମ ଦର୍ଶକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଘରୋଇ ତଥା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପକ୍ଷରୁ ମେଳା ପରିସରରେ ଏଟିଏମ ମେସିନର ସୁବିଧା କରାଯାଇଛି । ଗତବର୍ଷ ମେଳାରେ ୨୩ କୋଟିର ବ୍ୟବସାୟ ହୋଇଥିଲା । ଏଥର ତା'ଠାରୁ ଅଧିକ ବ୍ୟବସାୟ ହେବ ବୋଲି ଆଶା । ମେଳା ପ୍ରତିଦିନ ସକାଳ ସାଢ଼େ ୧୧ରୁ ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.