ETV Bharat / state

ରାଜଧାନୀରେ ଶିଶିର ସରସ ମେଳା ଉଦଘାଟିତ

author img

By ETV Bharat Odisha Team

Published : Jan 7, 2024, 9:27 AM IST

Sisira Sarasa Fair: ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହୋଇଛି ଜାତୀୟ ସ୍ତରୀୟ ଶିଶିର ସରସ ମେଳା 2024 । ମନ୍ତ୍ରୀ ପ୍ରଦୀପ ଅମାତ ଏହି ମେଳାକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

Sisira Sarasa Fair
ଶିଶିର ସରସ ମେଳା
ଶିଶିର ସରସ ମେଳା

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ଜାତୀୟ ସ୍ତରୀୟ ଶିଶିର ସରସ ମେଳା 2024 । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ଏହି ମେଳାକୁ ଶନିବାର ମନ୍ତ୍ରୀ ପ୍ରଦୀପ ଅମାତ ଉଦଘାଟନ କରିଛନ୍ତି । ତେବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ୍ ଏହି ମେଳା ଆୟୋଜନ କରିଛି । ଶନିବାରଠାରୁ ଆରମ୍ଭ ହୋଇ ଶିଶିର ସରସ ମେଳା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଶିଶିର ସରସ ମେଳା ପ୍ରତିଦିନ ସକାଳ ୧୧.୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ଏଥର ମେଳାରେ ଓଡ଼ିଶା ସମେତ ୨୬ଟି ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ କାରିଗରମାନଙ୍କ ହାତ ତିଆରି ଜିନିଷର ଭଲ ବିକ୍ରିବଟା ହେବା ସହ ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆସିବା ନେଇ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ୱାରା ପ୍ରାୟୋଜିତ ଏହି ମେଳାରେ ଏଥର ମୋଟ ୪୦୦ଟି ଷ୍ଟଲ ଖୋଲାଯାଇଛି । ରାଜ୍ୟର ସମସ୍ତ 30ଟି ଜିଲ୍ଲାରୁ ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ରହିବେ । ଏଥିସହ 26ଟି ରାଜ୍ୟର ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀମାନଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲରେ ବିକ୍ରି ହେଉଛି ।

ସେହିପରି ମେଳାରେ ମନୋରଞ୍ଜନ ପାଇଁ ପ୍ରଖ୍ୟାତ କଳାକାରମାନେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏଥିସହ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥା ମଧ୍ୟ ରହିଛି । ମେଳା ସମୟରେ ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ ଲାଗି ପୋଲିସ ଏବଂ ଟ୍ରାଫିକ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି । ଅନ୍ୟପଟେ ମେଳାକୁ ଆସୁଥିବା ପରିଦର୍ଶକଙ୍କ ପାଇଁ ଓପନ କୁଇଜ, ଛାତ୍ରଛାତ୍ରୀଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଏହା ମଧ୍ୟ ପଢନ୍ତୁ- ଆସନ୍ତାକାଲିଠୁ ରାଜଧାନୀରେ ଶିଶିର ସରସ ମେଳା, ଖେଲିବ 400 ଷ୍ଟଲ

ତେବେ ମେଳାରେ ପଣ୍ଡିଚେରୀର କାଗଜରୁ ତିଆରି ସାମଗ୍ରୀ, ଛତିଶଗଡ଼ର ଟସର ଲୁଗା, ଆସାମର ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ, ଗୁଜୁରାଟର ଘର ସାଜସଜ୍ଜା ସାମଗ୍ରୀ ଏବଂ କାଠ ଉପକରଣ ଆଦି ବିଭିନ୍ନ ସାମଗ୍ରୀ ସହିତ ଓଡ଼ିଶାର ଆଦିବାସୀ ଅଳଙ୍କାର, ଡୋକ୍ରା ଜିନିଷ, ଟେରାକୋଟା, ଅଦରକାରୀ କାଗଜରୁ ତିଆରି ଘର ସାଜସଜ୍ଜା ସାମଗ୍ରୀ, ଖାଦ୍ୟ ଓ ମସଲା ଆଦି ଜିନିଷ ବିକ୍ରିବଟା କରାଯାଉଛି । ମେଳାର ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ସୁଶୀଲ କୁମାର ଲୋହାନି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.