ETV Bharat / state

ବରମୁଣ୍ଡା ପଡ଼ିଆରେ ଜାନୁଆରୀ 6ରୁ ଜମିବ ଶିଶିର ସରସ

author img

By ETV Bharat Odisha Team

Published : Dec 27, 2023, 8:39 AM IST

Sisira Sarasa Mela Preparatory Meeting: ଭୁବନେଶ୍ବର ୟୁନିଟ-8 ମନରେଗା ସମ୍ମିଳୀନ କକ୍ଷରେ ଶିଶିର ସରସ-2024 ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ 6ରୁ 15 ତାରିଖ ପର୍ଯ୍ୟନ୍ତ ଏହି ମୋଳ ଚାଲିବାକୁ ଥିବା ବେଳେ ଏଥିରେ ମୋଟ 400ଟି ଷ୍ଟଲ ଖୋଲାଯିବ । ଅଧିକ ପଢନ୍ତୁ

sisira sarasa mela preparation meeting
sisira sarasa mela preparation meeting

ଭୁବନେଶ୍ବର: ଶିଶିର ସରସ-2024 ପାଇଁ ଭୁବନେଶ୍ବର ୟୁନିଟ-8 ମନରେଗା ସମ୍ମିଳୀନ କକ୍ଷରେ ଆୟୋଜିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ଏହି ମେଳା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ବାରା ଆୟୋଜନ କରାଯାଉଛି । ତେବେ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆସନ୍ତା ଜାନୁଆରୀ ୬ ରୁ ୧୫ ପର୍ଯ୍ୟନ୍ତ ଏହି ମେଳା ଆୟୋଜନ ହେବ ।

ତେବେ ଚଳିତବର୍ଷ ମୋଟ 400ଟି ଷ୍ଟଲ୍‌ ଖୋଲାଯିବ । ଏଥିରେ ଓଡ଼ିଶାର ସମସ୍ତ 30ଟି ଜିଲ୍ଲାରୁ ମହିଳା SHG ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀମାନଙ୍କ ସହିତ 26ଟି ରାଜ୍ୟର ମହିଳା ଏସ୍‌.ଏଚ୍‌.ଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲ୍‌ରେ ବିକ୍ରି ହେବ । ସେହିପରି 20ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍‌କୋର୍ଟ ସହ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଜୀବନଜୀବିକା ଓ ଦକ୍ଷତା ବିକାଶ ଆଦି ବିଷୟକୁ ନେଇ ସ୍ୱତନ୍ତ୍ର ଥିମ୍‌ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି କହିଛନ୍ତି ଓରମାସର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁନମ ଟି. ଗୁହା ।

ସେହିପରି ସରକାରୀ ଫ୍ଲାଗସିପ ପ୍ରୋଗ୍ରାମ ଏବଂ ସ୍କିମ ସମ୍ବନ୍ଧରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ମେଳାରେ ପାନୀୟ ଜଳ, ଗୃହ, ସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ପରିବହନ ବିଭାଗ ଆଦି ତରଫରୁ ଆଇ.ଇ.ସି ଷ୍ଟଲ ଖୋଲାଯିବାକୁ ମଧ୍ୟ ଯୋଜନା ରଖାଯାଇଛି । ଏଥିସହ ମେଳାରେ ମନୋରଞ୍ଜନ ପାଇଁ ପ୍ରଖ୍ୟାତ କଳାକାରମାନେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେହିପରି ବରିଷ୍ଠ ନାଗରିକଙ୍କ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥା କରାଯାଉଛି । ମେଳାକୁ ଯଥା ସମ୍ଭବ ପଲିଥିନ ମୁକ୍ତ ନିଷିଦ୍ଧାଞ୍ଚଳ କରିବା ପାଇଁ ଉଦ୍ୟମ ହେବ ବୋଲି ମେଳା ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ରାଉରକେଲାରେ ଜମୁଛି ସରସ ମେଳା, ଚାହିଦାରେ ବାରିପଦା ମୁଢ଼ିମାଂସ ଓ କେନ୍ଦୁଝର ପତ୍ରପୋଡା

ଓପନ କୁଇଜ, ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ମେଳା ସମୟରେ ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ ଲାଗି ପୋଲିସ ଏବଂ ଟ୍ରାଫିକ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି । ତେବେ ଏହି ପ୍ରସ୍ତୁତି ବୈଠକରେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ନିର୍ଦ୍ଦେଶକ ସୁରେନ୍ଦ୍ର ମିନାଙ୍କ ସହ କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ, ବିଏମ୍‌ସି, ବିଡିଏ ଏବଂ ଘରୋଇ ବ୍ୟାଙ୍କିଂ ସଂସ୍ଥାର ଅଧିକାରୀ ସହ ବିଭିନ୍ନ ସରକାରୀ ସଂସ୍ଥା ଅଧିକାରୀ ଏବଂ ପ୍ରତିନିଧିମାନଙ୍କ ସହ ଓରମାସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.