ETV Bharat / state

ସ୍ବାଦିଷ୍ଟ ନନ୍‌ଭେଜ୍‌ ଦହିବରା, ନୂତନ ଟେଷ୍ଟ୍‌ ପାଉଛନ୍ତି ଜଳଖିଆ ସଉଖିନିଆ

author img

By

Published : May 8, 2023, 2:46 PM IST

ନନ୍‌ଭେଜ୍‌ ଦହିବରା । କେବେ ଖାଇଛନ୍ତି କି ? ଯଦି ଖାଇବା ପାଇଁ ଚାହୁଁଛନ୍ତି ତାହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଫାୟାର ଷ୍ଟେସନ ଛକରେ ଶିବ ନାୟକଙ୍କ ଦୋକାନରେ ମିଳେ ଏହି ଦହିବରା । ଯିଏ ଏହି ଦହିବରା ଖାଉଛି ସିଏ ଏହାର ଗୁଣଗାନ କରିବାରୁ ପଛାଉ ନାହିଁ । ଅଧିକ ପଢ଼ନ୍ତୁ

nonveg dahibara
nonveg dahibara
ନୂତନ ଟେଷ୍ଟ୍‌ ପାଉଛନ୍ତି ଜଳଖିଆ ସଉଖିନିଆ

ଖୋର୍ଦ୍ଧା: ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୋଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସହ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ୱାଦ କେତେ ଭଲ । ହେଲେ ଆପଣ କେବେ ନନ୍‌ଭେଜ୍‌ ଦହିବରା କଥା ଶୁଣିଛନ୍ତି କି ? ଖୋର୍ଦ୍ଧା ଜିଲ୍ଲା ଜଟଣୀ ଫାୟାର ଷ୍ଟେସନ ଛକରେ ଶିବ ନାୟକଙ୍କ ଦୋକାନରେ ମିଳେ ଏହି ନନ୍‌ଭେଜ୍‌ ଦହିବରା । ସ୍କୁଲ୍‌ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ୀ ପର୍ଯ୍ୟନ୍ତ, ସମସ୍ତେ ଏହି ଦହିବରାକୁ ପସନ୍ଦ କରୁଥିବା ବେଳେ ଏହାର ସ୍ବାଦ ବହୁତ ଭଲ ବୋଲି କହିଛନ୍ତି ।

ଦହିବରା ଆଳୁଦମ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ପଲଟିଗଲାଣି । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ । ସାଧାରଣତଃ ରାସ୍ତା କଡରେ ଏହାର ବିକ୍ରି ହେଉଥିବା ଦେଖାଯାଇଥାଏ । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଫାୟାର ଷ୍ଟେସନ ଛକରେ ଶିବ ନାୟକଙ୍କ ଦୋକାନରେ ନନ୍‌ଭେଜ୍‌ ଦହିବରା ଟିକେ ନିଆରା । ଦହିବରାରେ ଆଳୁଦମ ସ୍ଥାନରେ ଚିକେନ୍, ମଟନ, ଇଲିସି ଓ ଚିଙ୍ଗୁଡ଼ି ଦହିବରା କରନ୍ତି ଶିବ । କିଛି ନୂଆ ରୋଷେଇ କରି ଗ୍ରାହକଙ୍କୁ ଚଖେଇବା ପାଇଁ ଏଭଳି ନିଆରା ପ୍ରୟାସ କରିଥିବା କୁହନ୍ତି ଶିବ ନାୟକ । ଯେପରି ପକେଟକୁ ସୁହାଇଲା ଭଳି ଦରରେ ଲୋକ ଖାଇ ପାରିବେ ସେନେଇ ଦର ମଧ୍ୟ ଧାର୍ଯ୍ୟ କରିଛନ୍ତି ।

ମଟନ ଦହିବରା 130ଟଙ୍କା, ଚିକେନ୍ ଦହିବରା 70, ଇଲିସି ଦହିବରା 300 ଏବଂ ଚିଙ୍ଗୁଡ଼ି ଦହିବରା 120 ଟଙ୍କାରୁ ଆରମ୍ଭ ହୋଇଥାଏ । କେବଳ ଦହିବରା ନୁହେଁ ତା ସାଙ୍ଗକୁ ଗ୍ରାହକଙ୍କ ରୁଚି ଅନୁଯାଇ ଚକୁଳି ମଟନ, ଚିକେନ୍ ଓ ମାଛ ମଧ୍ୟ ପରସିଥାନ୍ତି । ବିଶେଷ କରି ନିକଟରେ ଥିବା ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ବେସ ପସନ୍ଦ ପାଲଟିଛି ଶିବ ଭାଇଙ୍କ ନନ୍‌ଭେଜ୍‌ ଦହିବରା । ତାଙ୍କ ଦହିବରାର ନିଆରା ଟେଷ୍ଟ ତାଙ୍କୁ ଏଠାକୁ ଟାଣି ଆଣୁଥିବା କିଛି ଛାତ୍ର କହିଥିବା ବେଳେ ଶିବ ଭାଇଙ୍କ ପ୍ରସ୍ତୁତି ପ୍ରଣାଳୀ ଓ ସ୍ୱାଦ ବେସ ନିଆରା ବୋଲି କହିଛନ୍ତି ଗ୍ରାହକ । ସେପଟେ ପ୍ରତିଦିନ ଗ୍ରାହକଙ୍କୁ ସୁସ୍ୱାଦୁ ଆମିଷ ଦହିବରା ପରସି ଭଲ ଦୁଇ ପଇସା ରୋଜଗାର କରି ବେସ ଖୁସି ଥିବା କହିଛନ୍ତି ଶିବ ନାୟକ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.