ETV Bharat / state

ଡାକୋଟାକୁ ପୁରୀରେ ରଖିଲେ ଲକ୍ଷ ଲକ୍ଷ ଲୋକ ଦେଖିବେ କହିଲା ଶ୍ରୀଜଗନ୍ନାଥ ସେନା - ଭୁବନେଶ୍ୱର ବିମାନବନ୍ଦରରେ ଡାକୋଟା ବିମାନକୁ ପୂଜା

ଡାକୋଟାକୁ ପୂଜା କଲା ଶ୍ରୀଜଗନ୍ନାଥ ସେନା । ପତିତପାବନ ବାନା ଲଗାଇବା ସମେତ ମହାଦୀପ ଜାଳି ସ୍ବାଗତ ଜଣାଇଲେ । ଅଧିକ ପଢ଼ନ୍ତୁ

biju patnaiks iconic dakota aircraft
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା ବିମାନ
author img

By

Published : Mar 17, 2023, 5:04 PM IST

ଡାକୋଟାକୁ ପୂଜା କଲେ ଶ୍ରୀଜଗନ୍ନାଥ ସେନା

ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦରରେ ଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା ବିମାନକୁ ପୂଜା କଲେ ଶ୍ରୀଜଗନ୍ନାଥ ସେନା ସଦସ୍ୟ । ମହାଦୀପ ଜାଳି ଏବଂ ପତିତପାବନ ବାନା ଦେଇ ଜଗନ୍ନାଥ ସେନା ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଡାକୋଟାର ରଙ୍ଗକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଏହାର ରଙ୍ଗ ପରିବର୍ତ୍ତନ କରାଯାଇ ପ୍ରକୃତ ରଙ୍ଗ ଦେବାକୁ ସେ ଦାବି କରିଛନ୍ତି ।

ଏନେଇ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ସଫଳ ହେଲା ଶ୍ରୀଜଗନ୍ନାଥ ସେନାର ଆନ୍ଦୋଳନ। ବିଜୁବାବୁଙ୍କ ପ୍ରିୟ ଐତିହାସିକ ଡାକୋଟା ଓଡ଼ିଶା ଫେରିଛି । ହେଲେ ଏହି ଡାକୋଟା ବିମାନ ନୀଳବର୍ଣ୍ଣ ଶୃଗାଳ ଭଳି ଦେଖା ଯାଉଛି । ଏହା ବିଜୁ ବାବୁଙ୍କ ଡାକୋଟା ଭଳି ଦେଖା ଯାଉନି । ଏୟାରଫୋର୍ସ ବିମାନ ଭଳି ରଙ୍ଗ ଦେଇ ଥୋଇ ଦେଇଛନ୍ତି ବୋଲି କହିଛି ଜଗନ୍ନାଥ ସେନା । ଏପଟେ ଓଡ଼ିଶାକୁ ଡାକୋଟା ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଜଗନ୍ନାଥ ସେନା ଦାବି କରିଥିଲା । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଠାରେ ଦାବି କରିଥିଲା । ରାଜ୍ୟ ସରକାରଙ୍କ ସହ ମିଶି ଡାକୋଟା ନେଇ ଯିବାକୁ ଏୟାରପୋର୍ଟ ଅଧିକାରୀ ମଧ୍ୟ ଜଗନ୍ନାଥ ସେନାକୁ ଜବାବରେ କହିଥିଲେ । ରାଜ୍ୟକୁ ଐତିହାସିକ ଡାକୋଟା ଆସିଲା, କିନ୍ତୁ ଜଗନ୍ନାଥ ସେନାକୁ ନିମନ୍ତ୍ରଣ କରାଯାଇନଥିବା ନେଇ ପ୍ରିୟଦର୍ଶନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "କେତେକ ନେତା ମନ୍ତ୍ରୀ ମାନେ ଆଜି କହୁଛନ୍ତି ଦୀର୍ଘ ଦିନ ହେଲା ସେମାନେ ଦାବି କରି ଆସୁଥିଲେ । ମାତ୍ର କେବେ ସେମାନେ ଆନ୍ଦୋଳନ କରିନାହାନ୍ତି । ଯେତେବେଳେ ଡାକୋଟାର ଶୁଭାରମ୍ଭ ହେଲା ସମସ୍ତେ ଉପସ୍ଥିତ ରହିଥିଲେ । ହେଲେ ଆମକୁ ନିମନ୍ତ୍ରଣ କରାଗଲା ନାହିଁ । ବିଜୁଙ୍କ ଡାକୋଟା ଏହି ରଙ୍ଗ ନଥିଲା । କଳିଙ୍ଗ ଏୟାର ଲାଇନ୍ସର ଲୋଗୋ ଏବଂ ହରିଣ ସାଙ୍ଗକୁ ହଳଦିଆ ରଙ୍ଗ ଥିଲା । ତେଣୁ ସେହି ରଙ୍ଗ କରାଯାଉ । ବିଜୁ ବାବୁଙ୍କୁ ହରେକୃଷ୍ଣ ମହତାବ ଭଳି ଭଳିଆ କଲେ କଣ ହେବ ? ଏହି ଡାକୋଟାକୁ ଆମେ ପୁରୀରେ ସ୍ଥାପନା କରିବାକୁ ଦାବି କରିଥିଲୁ । କାରଣ ବିଜୁ ଶେଷ ନିଶ୍ବାସ ପୁରୀରେ ତ୍ୟାଗ କରିଥିଲେ । ପୁଣି ପୁରୀକୁ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି । ସେଠି ଦେଖିଲେ ସମସ୍ତେ ଡାକୋଟା ସମ୍ପର୍କରେ ଜାଣି ପାରିବେ ।" ଯଦି ସରକାର ଏହା ନ କରନ୍ତି, ତାହା ହେଲେ ପରବର୍ତ୍ତୀ ସରକାରଙ୍କ ଠାରେ ପୁରୀ ନେବାକୁ ଦାବି କରିବୁ ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.