ETV Bharat / state

ଓଡ଼ିଆ ନାମଫଳକ ନେଇ ଶାସକ-ବିରୋଧୀ ମେଳି, ଖିଲାପିଙ୍କ ବିରୋଧରେ ହେଉ ଦୃଢ କାର୍ଯ୍ୟାନୁଷ୍ଠାନ - ଓଡ଼ିଆ ନାମଫଳକ ବାଧ୍ୟତାମୂଳକ

ରାଜ୍ୟରେ ଓଡ଼ିଆ ଭାଷାରେ ନାମଫଳକ ବାଧ୍ୟତାମୂଳକ କରାଯାଇଛି । ଚଳିତ ମାସରୁ ଖିଲାପକାରୀଙ୍କୁ 7 ଦିନିଆ ନୋଟିସ ଦିଆଯିବ । ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା/ ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମଥର ଖିଲାପକାରୀଙ୍କୁ 5000 ଟଙ୍କା ଜୋରିମାନା ଦେବାକୁ ପଡିବ । ଦ୍ୱିତୀୟଥର ଖିଲାପକାରୀଙ୍କୁ 25000 ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ଅଧିକ ପଢନ୍ତୁ

http://10.10.50.80:6060/reg-lowres/07-April-2023/od-bbsr-03-name-plate-issue-7209787_07042023182218_0704f_1680871938_904.mp4

author img

By

Published : Apr 8, 2023, 7:33 AM IST

ଓଡିଆ ନାମଫଳକ ନେଇ ଶାସକ, ବିରୋଧୀ ମେଳି, ଖିଲାପିଙ୍କ ବିରୋଧରେ ହେଉ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଏଣିକି ବ୍ୟବସାୟିକ ଅନୁଷ୍ଠାନ ଓ ଦୋକାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ । ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛି ଓଡ଼ିଆ, ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ । ଏହାକୁ ନେଇ ଶାସକ ଓ ବିରୋଧୀ ମେଳି ହୋଇଛନ୍ତି । ଆଇନକୁ କଡାକଡି ପାଳନ ସହିତ କଡା କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି ଶାସକ ଓ ବିରୋଧୀ ଦଳ ।

ରାଜ୍ୟରେ ଓଡ଼ିଆ ଭାଷାରେ ନାମଫଳକ ବାଧ୍ୟତାମୂଳକ କରାଯାଇଛି । ଚଳିତ ମାସରୁ ଖିଲାପକାରୀଙ୍କୁ 7 ଦିନିଆ ନୋଟିସ ଦିଆଯିବ । ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା/ ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମଥର ଖିଲାପକାରୀଙ୍କୁ 5000 ଟଙ୍କା ଜୋରିମାନା ଦେବାକୁ ପଡିବ । ଦ୍ୱିତୀୟଥର ଖିଲାପକାରୀଙ୍କୁ 25000 ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ନିୟମର କଡାକଡି ପାଳନ ହେଉଛି ନା ନାହିଁ ତାହାର ତଦାରଖ କରିବ ଶ୍ରମ ବିଭାଗ । ଏହି ନିର୍ଦ୍ଦେଶ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ନାମଫଳକକୁ ନେଇ ବିଜ୍ଞପ୍ତି ପରେ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସେପଟେ ଜବାବ ରଖିଛି ଶାସକ ଦଳ ।

ଓଡ଼ିଆରେ ନାମଫଳକ ନେଇ ବିରୋଧୀ କହିଛନ୍ତି ଯେ, ଏହାକୁ ମିଶାଇ ବହୁବାର ନିୟମ ବାହାରିଲାଣି । ଏଗୁଡା ସବୁ ପ୍ରହସନ । ପ୍ରଶାସନିକ କ୍ଷେତ୍ରରେ ନିୟମ କାର୍ଯ୍ୟକାରୀ ହେଉନାହିଁ । ଯେଉଁଥିପାଇଁ ସରକାରଙ୍କୁ ବାରମ୍ବାର ନୋଟିସ ବାହାର କରିବାକୁ ପଡୁଛି । ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ସେହିପରି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଡ଼. ସୁବ୍ରତ କୁମାର ପୃଷ୍ଟି କହିଛନ୍ତି ଯେ, ସରକାରଙ୍କ ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ଏହା ହୋଇପାରିଲେ ରାଜ୍ୟ ସରକାରଙ୍କ ଲାଗି ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ହୋଇପାରିଲା ବୋଲି ପ୍ରମାଣିତ ହୋଇଯିବ । 1956 ମସିହାରୁ ହୋଇଥିବା ଆଇନ କାର୍ଯ୍ୟକାରୀ ହୋଇପାରି ନାହିଁ । 2017 ମସିହାରେ ସରକାର ସ୍ୱତନ୍ତ୍ର ଆଇନ ଆଣିବା ସହ 25 ହଜାର ଫାଇନ ବ୍ୟବସ୍ଥା କରିଥିଲେ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି । ରାଜ୍ୟ ସରକାର 2ଟି କଥା ସ୍ପଷ୍ଟ କରିନାହାନ୍ତି । ନାମଫଳକ କେବଳ ଓଡ଼ିଆରେ ଲେଖାଯିବ ନା ଅନ୍ୟାନ୍ୟ ଭାଷା ମଧ୍ୟ ରହିବ । ଯଦି ଅନ୍ୟାନ୍ୟ ଭାଷା ରହିବ, ତେବେ ଲେଖାର ଆକାର କେତେ ରହିବ । ଯେଉଁ ଭାଷାରେ ଲେଖା ଯାଇଛି, ତାହା ଓଡ଼ିଆରେ ନା ଅନୁବାଦ କରି ଲେଖାଯିବ ।

ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ କହିଛନ୍ତି ଯେ, ଯଦି ଆଇନ ତିଆରି କରି ଆଇନ ଭାଙ୍ଗିବା, ତାହାଲେ ଆମେ ନିଶ୍ଚିତ ଭାବେ ସବୁବେଳେ ସରକାରଙ୍କୁ ଦୋଷ ଦେବା । କାହିଁକି ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ପ୍ରଶ୍ନ କରିବା । ଗଣତାନ୍ତ୍ରିକ ରାଷ୍ଟ୍ରରେ ଆମେ ଅଟୋକାର୍ଟ ହୋଇପାରିବା ନାହିଁ । ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ସ୍ୱୀକୃତି ଦେଇଥିଲେ । ଆମେ ଓଡ଼ିଆ ପଢିବା, କହିବା ଓ ଲେଖିବା କଥା କଣ ନବ ବାବୁ ଆମକୁ କହିବେ । ଆମ ପରିଚୟ ଆମ ଭାଷା । ଯେଉଁମାନେ ଅବହେଳା କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ହେଲେ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

ଅଣ ଓଡ଼ିଆ ଗ୍ରାହକ ଓ ପର୍ଯ୍ୟଟକ ଓଡ଼ିଆ ଲେଖା ପଢିପାରିବେ ନାହିଁ ବୋଲି ବ୍ୟବସାୟୀ ବାହାନା କରୁଛନ୍ତି । ପ୍ରଥମେ ମାତୃଭାଷାକୁ ଗୁରୁତ୍ୱ ଦେବ । ଓଡ଼ିଆ ଭାଷାରେ ଆଗେ ଲେଖିବ । ତାପରେ ଜାତୀୟ ଭାଷା ହିନ୍ଦୀରେ ଲେଖିବ । ଶେଷରେ ଭାବ ଆଦାନପ୍ରଦାନ ଭାଷା ଇଂରାଜୀରେ ଲେଖିବ । ପଣ୍ଡିତ ନେହେରୁଙ୍କ 3 ଭାଷା ଫର୍ମୁଲା ସମସ୍ତେ ମାନିବା ଉଚିତ । ଓଡ଼ିଶାରେ ଓଡ଼ିଆ ଭାଷା ବାଧ୍ୟତାମୂଳକ ଭାବେ ବ୍ୟବହାର କରିବା ଉଚିତ । ବିଶ୍ୱରେ ପ୍ରାୟ 10 ହଜାର ଭାଷା ରହିଛି । ପ୍ରତି 50 ବର୍ଷରେ କିଛି ଭାଷା ଲୋପ ପାଇବାରେ ଲାଗିଛି । ଯଦି ଆମେ ଆମ ଭାଷାକୁ ବ୍ୟବହାର ନକରିବା, ନଲେଖିବା ଆଜି ନହେଲେ କିଛି ବର୍ଷ ପରେ ଏହା ଲୋପ ପାଇଯିବ । ଯେଉଁମାନେ ଏହାକୁ ଅବଜ୍ଞା କରୁଛନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.