ETV Bharat / state

ଖୋର୍ଦ୍ଧାରେ ଏସଏଚଜି ଗ୍ରୁପ ସାମଗ୍ରୀର ବଜାରୀକରଣ ଆରମ୍ଭ - ଖୋର୍ଦ୍ଧାରେ ଏସଏଚଜି ଗ୍ରୁପ ସାମଗ୍ରୀର ବଜାରିକରଣର

ଖୋର୍ଦ୍ଧାରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ପ୍ରସ୍ତୁତ କରିଥିବା ସାମଗ୍ରୀର ବଜାରୀକରଣ ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ଏକ ମିନିମେଳା ମାଧ୍ୟମରେ ପ୍ରସ୍ତୁତ ସାମଗ୍ରୀର ବଜାରୀକରଣ କରାଯାଉଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ ଏସଏଚଜି ଗ୍ରୁପ ସାମଗ୍ରୀର ବଜାରିକରଣର ଆରମ୍ଭ

author img

By

Published : Nov 18, 2020, 5:43 PM IST

Updated : Nov 18, 2020, 6:31 PM IST

ଖୋର୍ଦ୍ଧା: ଜିଲ୍ଲାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବଜାରୀକରଣ ଆରମ୍ଭ ହୋଇଯାଇଛି । ଜିଲ୍ଲାସ୍ତରୀୟ ମିନିମେଳା ଓ କୋଭିଡ୍‌ କିଓସ୍କ ଜରିଆରେ ମିଶନ ଶକ୍ତି ମହିଳା ଗୋଷ୍ଠୀମାନେ ପ୍ରସ୍ତୁତ କରିଥିବା ସାମଗ୍ରୀକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି ।

ଖୋର୍ଦ୍ଧାରେ ଏସଏଚଜି ଗ୍ରୁପ ସାମଗ୍ରୀର ବଜାରୀକରଣ ଆରମ୍ଭ

ସେହିପରି ସାଧାରଣ ଲୋକଙ୍କୁ କୋରୋନା ସଚେତନତା କର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ଆସନ୍ତା ଡିସେମ୍ୱର ଏକ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲୁ ରହିବ । ଚଳିତ ବର୍ଷ କୋରୋନା କଟକଣା ଭିତରେ ମାତ୍ର ଆଠଟି ଷ୍ଟଲରେ ହୋଇଛି ଏହି ମିନିମେଳା । ସେପଟେ ଜିଲ୍ଲା ପ୍ରଶାସନର ଏହି ମେଳାକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ସେହିପରି ଦୀର୍ଘ ଆଠମାସ ଘରେ ବସିବା ପରେ ମିଶନ ଶକ୍ତିର ମହିଳାଙ୍କ ମୁହଁରେ ହସ ଫୁଟାଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିନିମେଳା । ତେବେ ଏଥିରୁ ବେସ୍ କିଛି ବ୍ୟବସାୟ କରି କୋରୋନାରେ ପାଇଥିବା କଷ୍ଟକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି ମିଶନ ଶକ୍ତିର ମହିଳାମାନେ । ସେହିପରି ଆଗକୁ ମହିଳାମାନେ ଭଲ ବ୍ୟବସାୟର ଆଶା ମଧ୍ୟ ରଖିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 18, 2020, 6:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.