ETV Bharat / state

ଆହୁରି 3 ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, 21ରେ ଭିଜିବ ଓଡ଼ିଶା - heatwave continue till next three says

କେବେ ମୌସୁମୀ ଆସିବ, ତାହା ସଠିକ ଭାବେ ସ୍ପଷ୍ଟ ହୋଇପାରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ତାତିରେ ସୁଧାର ଆସୁନାହିଁ । ଏହାରି ଭିତରେ ଆଶ୍ବସ୍ତିକର ଖବର ଦେଇଛି ପାଣିପାଗ ବିଭାଗ । ଆସନ୍ତା 3 ଦିନ ପରେ ବର୍ଷା ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ

ଆହୁରି ୩ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଆହୁରି ୩ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
author img

By

Published : Jun 18, 2023, 7:31 PM IST

ଆହୁରି ୩ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ବର: ଡହଡହ ଖରା ଓ ଗୁଳୁଗୁଳିରେ ସିଝୁଛି ଓଡ଼ିଶା । ଆହୁରି ୩ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଗରମ ଓ ଗୁଳୁଗୁଳି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏକ ଆଶ୍ବସ୍ତିକର ଖବର ଦେଇଛି ପାଣିପାଗ ବିଭାଗ । ୨୦ ତାରିଖରୁ ତାତି କମିବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଆସନ୍ତା ୨୦ ତାରିଖରୁ ୨ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି । କାରଣ ସ୍ଵାଭାବିକ ଭାବରେ ଜୁନ୍‌ ୧୧ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁଥାଏ କିନ୍ତୁ ଚଳିତବର୍ଷ ୧୯ରୁ ୨୨ ତାରିଖ ମଧ୍ୟରେ ଅର୍ଥାତ୍ ବିଳମ୍ବରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା ୨୧ ତାରିଖରୁ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରିକି ୨୧ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୨୨ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ତାତିର ପ୍ରକୋପ ବଢି ଚାଲିଥିବା ବେଳେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ପାଇଁ ୧୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ମାଲକାନଗିରି, କୋରାପୁଟ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର, ରାୟଗଡା, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ ଯାଜପୁର ଆଦି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତା ୨୦ ତାରିଖ ଯାଏଁ ଏହିଭଳି ୱାର୍ଣ୍ଣିଂ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି । ଏଥିସହ ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୫.୪ ଡ଼ିଗ୍ରୀ ତାପମାତ୍ରା ରହିଥିଲା । ସେହିପରି ଝାରସୁଗୁଡାରେ ୪୪.୪ ଡ଼ିଗ୍ରୀ, ହୀରାକୁଦରେ ୪୪.୨ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୦ ଡ଼ିଗ୍ରୀ , କେନ୍ଦୁଝରରେ ୩୯ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୮ ଡ଼ିଗ୍ରୀ , ବାଲେଶ୍ୱରରେ ୩୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୮ ଡ଼ିଗ୍ରୀ , ପୁରୀରେ ୩୩.୬ ଡ଼ିଗ୍ରୀ ପାରାଦୀପରେ ୩୩.୪ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ଅପରପକ୍ଷେ, ଶନିବାର ଅପରାହ୍ନରେ କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଢେଙ୍କାନାଳରେ ୭୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସୋନପୁରରେ ସର୍ବାଧିକ ୪୫.୭ ଡ଼ିଗ୍ରୀ ରେକର୍ଡ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.