ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଲାଣି ଦଳଡିଆଁ ରାଜନୀତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଳିପଡ଼ା, ନପୁଟ ଓ ନରସିଂହପୁର ଗ୍ରାମପଞ୍ଚାୟତର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ପୂର୍ବତନ ସାଂସଦ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା ଏବଂ ଜିଲ୍ଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ସାମିଲ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ରବୀନ୍ଦ୍ର ଓ ବିଭୂତି ଦଳକୁ ସ୍ୱାଗତ କରିଛନ୍ତି । ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି ଉଭୟ ନେତା କହିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ଶଙ୍ଖ ଭବନରେ ମିଶ୍ରଣ ପର୍ବ, ବିଜେଡିରେ ମିଶିଲେ ପୂର୍ବତନ ଅତିରିକ୍ତ ଏସପି ନୃପଚରଣ ଦଣ୍ଡସେନା
ଅନ୍ୟପଟେ ବିଜେଡ଼ିରେ ସାମିଲ ହେବା ବିଜେପି ନେତା କହିଛନ୍ତି, "ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏକାଠି ହୋଇ ଦଳକୁ ମଜବୁତ କରିବୁ ।"
ମିଶ୍ରଣ ପର୍ବରେ ମଳିପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ସୁନୀଲ ମୁଦୁଲି, ନାଏବ ସରପଞ୍ଚ ମମତା ବଡ଼ଜେନା, ୱାର୍ଡ଼ମେମ୍ବର ଶ୍ୟାମସୁନ୍ଦର ଦେହୁରୀ, ସୁରେନ୍ଦ୍ର ରାଉତରାୟ, ମନୋରଞ୍ଜନ ପ୍ରଧାନ, ନୃସିଂହ ଚରଣ ଜେନା, ଖୋକନ ମଙ୍ଗରାଜ, ନପୁଟ ଗ୍ରାମପଞ୍ଚାୟତର ସରପଞ୍ଚ ସୁଚିତ୍ରା ପାତ୍ର, କମ୍ଭୁପାଣୀ ପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ରାଜେଶ ପାତ୍ର, ବିଜେପି କର୍ମୀ ପ୍ୟାରୀ ମୋହନ ପରିଡ଼ା, ସୁଶୀଲ ପରିଡ଼ା, କୃପାସିନ୍ଧୁ ସାମନ୍ତରାୟ, ପ୍ରଦୀପ ପାଇକରାୟ, ନୀଳକଣ୍ଠ ଜେନା, ଟୁଟିଳ ଭାରିମଲ, ନବ ମଙ୍ଗରାଜ, ରାକେଶ ପାତ୍ର, ଅଜୟ ଜେନା, ପର୍ଶୁରାମ ପାଇକରାୟ, ରଣସିଂହପୁର ସରପଞ୍ଚ ବର୍ଷାରାଣୀ ନାୟକ, ୱାର୍ଡ଼ ସଭ୍ୟ ମିଲନ କୁମାର ବଡ଼ଜେନା, ସୁବାସ ଚନ୍ଦ୍ର ମହାପାତ୍ର, ମନୋଜ କୁମାର ରଥ, ମଦନ ମୋହନ ବେହେରା, ନାଲୁ ସେନାପତି, ପ୍ରିୟରଞ୍ଜନ ନାୟକଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ଜଟଣୀ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ କୈଳାସ ଚନ୍ଦ୍ର ପାତ୍ର, ଖୋର୍ଦ୍ଧା ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ମିଶ୍ର ଓ ଭୁବନେଶ୍ୱର ବ୍ଲକ ବିଜେଡ଼ି ସଭାପତି ମହେନ୍ଦ୍ର କୁମାର ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର