ETV Bharat / state

ବଡ ଡକାୟତି ଯୋଜନା ପଣ୍ଡ, ୭ କୁଖ୍ୟାତ ଡକାୟତ ଗିରଫ - ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ

ଡକାୟତି ଯୋଜନାକୁ ପଣ୍ଡ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ଖୋର୍ଦ୍ଧା-ଜଟଣୀ ବାଇପାସ ଗୋଶାଳା ପଡିଆ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ୭ ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରିଲା ପୋଲିସ । ଅଧିକ ପଢନ୍ତୁ

୭ କୁଖ୍ୟାତ ଡକାୟତ ଗିରଫ
୭ କୁଖ୍ୟାତ ଡକାୟତ ଗିରଫ
author img

By

Published : Dec 12, 2022, 10:41 AM IST

ଖୋର୍ଦ୍ଧା: ଆଦର୍ଶ ଥାନା ପୋଲିସକୁ ସଫଳତା । ଡକାୟତ ଯୋଜନା ପଣ୍ଡ କରି ୭ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ । ଗିରଫ ପରେ ଅପରାଧୀଙ୍କ କୋର୍ଟ ଚାଲାଣ କରାଯାଇଥିବା ସୂଚନା ।

ଖବର ମୁତାବକ, ଗତକାଲି(ରବିବାର) ବିଳମ୍ବିତ ରାତ୍ରିରେ ଟାଉନ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ଜଟଣୀ ବାଇପାସ ଗୋଶାଳା ପଡିଆ ନିକଟରେ କିଛି ଦୁର୍ବୃତ୍ତ ଏକ ବଡ ଡକାୟତି ଯୋଜନା କରୁଥିବାର ସୂଚନା ପାଇଥିଲା ପୋଲିସ । ଏହାପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମଦଙ୍କ ତତ୍ତ୍ବାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆବଶ୍ୟକୀୟ ଫୋର୍ସ ସହ ଉକ୍ତ ସ୍ଥାନରେ ରାତି ଅଧିଆ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ପୋଲିସ ୭ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟରୁ ଲୁହା ରଡ଼, ପ୍ଲାଷ୍ଟିକ ପାଇପ ଓ ବାଡ଼ି ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ: ଜଷ୍ଟିସ ଦୀପଙ୍କର ଦତ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି

ଅଭିଯୁକ୍ତମାନେ ହେଲେ ଅବଦୁଲ ମୁବାରକ, ଶେଖ ମଜିଦ, ଆବିଦ ଖାନ, ସାଗର ବରାଳ, ଶେଖ ସୁରଜ, ଅନିଲ କୁମାର ରାୟ ଏବଂ ମହେଶ୍ୱର ସ୍ୱାଇଁ । ଉକ୍ତ ଅପରାଧୀଙ୍କ ନାମରେ ପୂର୍ବରୁ ଆଦର୍ଶ ଥାନାରେ ଏକାଧିକ ମାମଲା ଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଟାଉନ ଥାନାରେ କେସ ନମ୍ବର ୬୬୫/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.