ETV Bharat / state

ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ, ୭ ସହରରେ ସ୍ଥିତି ଅତି ସାଙ୍ଘାତିକ

author img

By ETV Bharat Odisha Team

Published : Jan 9, 2024, 5:13 PM IST

Pollution in Odisha: ଓଡ଼ିଶାରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ । ୭ ସହରରେ ସ୍ଥିତି ଅତି ସାଙ୍ଘାତିକ । ଅଧିକ ପଢନ୍ତୁ

Pollution in Odisha
Pollution in Odisha
୭ ସହରରେ ସ୍ଥିତି ଅତି ସାଙ୍ଘାତିକ

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ । ୭ ସହରରେ ପ୍ରଦୂଷଣ ମାତ୍ରା ଅତି ସାଙ୍ଘାତିକ ସ୍ଥିତିରେ ରହିଛି । ଦେଶର ୧୩୧ଟି ସହରରୁ ଓଡ଼ିଶାର 6ଟି ସହରରେ ବାୟୁ ପ୍ରଦୂଷଣ ବଢ଼ିଛି । ଏହାର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଯାନବାହାନ ଚଳାଚଳ ଓ ରାସ୍ତାର ଧୂଳି ତଥା ଅନବରତ ଚାଲୁଥିବା ନିର୍ମାଣ କାର୍ଯ୍ୟ । ଏନେଇ ସଂପୃକ୍ତ କମିଶନରମାନଙ୍କୁ ଚିଠି ଲେଖାଯାଇଛି ।

ସାଧାରଣତଃ ଡିସେମ୍ବରରୁ ଜାନୁଆରୀ ମାସରେ ପ୍ରଦୂଷଣ ବଢେ। ଆଜି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ, ଅତି ସାଙ୍ଘାତିକ ସ୍ଥିତିରେ ଦେଶର ୧୬ଟି ସହର ଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାର ୭ ସହର ରହିଛି । ଅନୁଗୋଳରେ ବାୟୁ ପ୍ରଦୂଷଣ ମାତ୍ରା ସର୍ବାଧିକ ୩୫୨ ରହିଛି, ଯାହାକି ଦିଲ୍ଲୀର ୩୪୫ ତୁଳନାରେ ଅଧିକ । ସେହିପରି କଟକରେ ବାୟୁ ପ୍ରଦୂଷଣ ମାତ୍ରା ୩୪୦ ଥିଲା ବେଳେ ବାଲେଶ୍ବରରେ ୩୩୪, ଭୁବନେଶ୍ଵରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪ ରହିଛି ।

ଏହା ବି ପଢନ୍ତୁ- ବିଷ ବଳୟରେ ଶିଳ୍ପ ନଗରୀ ! ବାୟୁ ପ୍ରଦୂଷଣ ପାଇଁ ଅନୁଗୋଳରେ ଉତ୍କଟ ସ୍ଥିତି

ସେହିପରି ରାଇରଙ୍ଗପୁରରେ ବାୟୁ ପ୍ରଦୂଷଣ ମାତ୍ରା ୩୦୦ ଓ ବଡ଼ବିଲରେ ୨୯୨ ରହିଛି, ଯାହାକି ସାଙ୍ଘାତିକ ସ୍ଥିତିରେ ରହିଛି । ତେବେ ରାଜ୍ୟର ୬ ସହରରେ ପ୍ରଦୂଷଣ ମାତ୍ରା ଅତି ସାଙ୍ଘାତିକ ସ୍ତରରେ ରହିବା ପ୍ରସଙ୍ଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଡକ୍ଟର କେ. ମୁରୁଗେସନଙ୍କ ସଫେଇ ଦେଇଛନ୍ତି ।

ମୁଖ୍ୟ କାରଣ:- ଦୀପାବଳି ପରେ ଶୀତ ଋତୁରେ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ସାମାନ୍ୟ ବାୟୁ ପ୍ରଦୂଷଣ ବଢ଼ିଥାଏ । କୁହୁଡ଼ି ତଥା ଗାଡ଼ି ମୋଟର ଚଳାଚଳ ଓ ନିର୍ମାଣ କାମ ଜନିତ ଧୂଳି ପ୍ରଦୂଷଣ ଭଳି ଲୋକାଲ କାରଣ ଯୋଗୁଁ ପ୍ରଦୂଷଣ ବଢ଼ୁଛି । ଶିଳ୍ପ କାରଣରୁ ବା ସଲଫର କିମ୍ବା ନାଇଟ୍ରୋଜେନ ପାଇଁ ଆମର ବାୟୁ ପ୍ରଦୂଷଣ ବଢ଼ୁନି । ଆମେ ଲଗାତାର ବାୟୁ ମାନ ନିୟନ୍ତ୍ରଣ କରୁଛୁ । ଏହାଛଡ଼ା ଆମର ପ୍ରାୟ ଏୟାର କ୍ୱାଲିଟି ମନିଟର ଷ୍ଟେସନ ପାଖରେ ନିର୍ମାଣ କାମ ଚାଲୁଥିବାରୁ ଏହା ଅଧିକ ପ୍ରଦୂଷଣ ଦେଖାଉଛି ।

ଏହା ବି ପଢନ୍ତୁ- ଧୂଆଁ ଧୂଆଁ ଷ୍ଟିଲ ସିଟି, ମାନିଲେନି କଟକଣା ବଢିଲା ବାୟୁ ପ୍ରଦୂଷଣ

ପ୍ରତିଷେଧକ ପଦକ୍ଷେପ:- ଏବେ ବଢ଼ି ଚାଲିଥିବା ବାୟୁ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନେବାକୁ ସବୁ ମୁନିସିପାଲକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ମାଣ କାମ ଚାଲିଥିବା ସ୍ଥାନରେ ପାଣି ସିଞ୍ଚିବାକୁ କୁହାଯାଇଛି । ରାସ୍ତାରେ ଯେଉଁଠି ଧୂଳି ବାହାରୁଛି, ନିୟମିତ ପାଣି ସିଞ୍ଚିବା ସହ ମେକାନିକାଲ ସ୍ଵିପର ବ୍ୟବହାର ପାଇଁ ମଧ୍ଯ କୁହାଯାଇଛି । ଶୀତ ଯୋଗୁଁ ଲୋକମାନେ ନିଆଁ ଜଳାଇବା ପରେ ଛାଡ଼ି ଦେଇଥିବା ନିଆଁ ଲିଭାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏବେ ରାଜ୍ୟରେ ମାସ୍କ ପିନ୍ଧିବା ଭଳି ପ୍ରଦୂଷଣ ହୋଇନି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.