ETV Bharat / state

ମୋବାଇଲ ଝାମ୍ପିବାକୁ ମରଣାନ୍ତକ ଆକ୍ରମଣ, ଲୁଟେରାଙ୍କୁ ୧୦ବର୍ଷ ସଜ୍ଜା

author img

By ETV Bharat Odisha Team

Published : Sep 11, 2023, 10:00 PM IST

Updated : Sep 12, 2023, 11:02 AM IST

ରକ୍ତମୁଖା ଲୁଟେରାଙ୍କୁ କଡ଼ା ଜେଲ ଦଣ୍ଡ । ମୋବାଇଲ ଝାମ୍ପିବାକୁ ମରଣାନ୍ତକ ଆକ୍ରମଣ କରିଥିବାରୁ ୧୦ବର୍ଷ ଜେଲ ଦଣ୍ଡ ଓ ୫୦ ହଜାର‌ ଫାଇନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

dreadful attack while snatching cell phone

ଭୁବନେଶ୍ବର: ମହଙ୍ଗା ପଡିଲା ମୋବାଇଲ ଝାମ୍ପିବା ସହ ଆକ୍ରମଣ । ମୋବାଇଲ ଲୁଟେରାଙ୍କୁ କୋର୍ଟଙ୍କ କଡ଼ା ଦଣ୍ଡାଦେଶ । ସଶ୍ରମ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ବର କୋର୍ଟ । ବାଲିଅନ୍ତା ଥାନାରେ ଜଣେ ଯୁବକର ମୋବାଇଲ ଝାମ୍ପିବା ପାଇଁ ମରଣାନ୍ତକ ଆକ୍ରମଣ ମାମଲାରେ‌ 2 ମୋବାଇଲ ଲୁଟେରାଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବସ୍ତ୍ୟ ସହ ଜେଲ ଦଣ୍ଡ ମିଳିଛି । ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଅନିଲ କୁମାର ପୁହାଣ ଓ ବିଶ୍ବନାଥ ବିଶ୍ବାଳଙ୍କୁ ଜେଲଦଣ୍ଡ ମିଳିଛି । ଯଥାକ୍ରମେ ଜଣଙ୍କୁ 10 ବର୍ଷ ଓ ଅନ୍ୟ ଜଣଙ୍କୁ 5 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଦ୍ବିତୀୟ ଆଡିସିନାଲ ସେସନ କୋର୍ଟ । ଅପରାଧ ଦୁନିଆରେ ପାଦ ଦେଉଥିବା ଅପରାଧୀଙ୍କ ବିରୋଧରେ ଏହା ଏକ କଡ଼ା ଚେତାବନୀ ।

ସୂଚନା ମୁତାବକ, ଗତ ବର୍ଷ 24ଏପ୍ରିଲରେ ବାଲିଅନ୍ତା ଥାନା ଖମଙ୍ଗ ବଜାର ନିକଟରେ ସେହି ଅଞ୍ଚଳର ସିପୁନ ପଣ୍ଡା ନିଜ ଘରକୁ ଫୋନ ଯୋଗେ କଥା ହୋଇ ଫେରୁଥିଲେ । ଏହି ସମୟରେ ହଠାତ 2 ଜଣ ଲୁଟେରା ଅନିଲ ପୁହାଣ ଓ ବିଶ୍ବନାଥ ବିଶ୍ବାଳ ଦୁହେଁ ଦ୍ରୁତ ଗତିରେ ଏକ ବାଇକ ଯୋଗେ ଆସି ସିପୁନଙ୍କ ମୋବାଇଲ ଝାମ୍ପିଥିଲେ । ସେହି ସମୟରେ ସିପୁନ ତାଙ୍କ ଉପସ୍ଥିତ ବୁଦ୍ଧିରେ ତାଙ୍କୁ ଗୋଡ଼ାଇ ଲୁଟେରାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ।

ଏହା ବି ପଢନ୍ତୁ- ମୋବାଇଲ ଚୋରି ଘଟଣାରେ ୪ ନାବାଳକ ଗିରଫ, ଜବତ ହେଲା 35 ଦାମୀ ମୋବାଇଲ

ହେଲେ ଲୁଟେରା ତାଙ୍କ ପାଖରେ ଥିବା ଏକ ଛୁରୀରେ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରିଥିଲେ । ଏହାପରେ ସିପୁନ ଆହତ ସତ୍ତ୍ବେ ଲୁଟେରାଙ୍କ ବାଇକର ଚାବି ଛଡ଼ାଇ ଦେଇଥିଲେ । ଦୁଇ ଲୁଟେରା ସେଠାରୁ ଖସିବା ପାଇଁ ଚାବି ନେବା ଲାଗି ଆହତ ଅବସ୍ଥାରେ ଥିବା ସିପୁନର ପେଟକୁ ମରଣାନ୍ତକ ଆକ୍ରମଣ କରି ଗାଡ଼ିର ଚାବି ନେଇ ବାଇକ୍‌ରେ ଚମ୍ପଟ୍‌ ମାରିଥିଲେ । ଗୁରୁତର ଅବସ୍ଥାରେ ସେଠାରେ ପଡ଼ିଥିବା ସିପୁନଙ୍କୁ କିଛି ସ୍ଥାନୀୟ ଲୋକ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ସେତେବେଳେ କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାତାରାତି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଏହା ବି ପଢନ୍ତୁ- ମାତିଛନ୍ତି ନିଶା ସ୍ପ୍ରେ' ଲୁଟେରା, ଦିନ ଦ୍ୱିପ୍ରହରରେ ବ୍ୟବସାୟୀ ଦମ୍ପତିଙ୍କୁ ଟଙ୍କା ମୋବାଇଲ ଲୁଟ୍‌

ତେବେ ମୋବାଇଲ ଝାମ୍ପିବା ଓ ମରଣାନ୍ତକ ଆକ୍ରମଣ କରିବା 307, ଡକାୟତି ବା ଝାମ୍ପିବା ଉଦେଶ୍ୟରେ ଆକ୍ରମଣ କରିବା 397 ଓ ମୋବାଇଲ ଲୁଟ୍‌ କରିବା ୩୯୪ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ବାଲିଅନ୍ତା ଥାନା ପୋଲିସ । ପରେ‌ ଏହି ଘଟଣାରେ ଅପରାଧୀଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ସହ କମ ଦିନ ମଧ୍ୟରେ କେସ୍‌ର ଚାର୍ଜସିଟ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଦାଖଲ ପରେ ଏହାର ବିଚାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ପରେ ଲୁଟ୍‌ ପାଇଁ ରକ୍ତମୁଖା ଲୁଟେରାଙ୍କୁ କୋର୍ଟରେ 8ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ଦସ୍ତାବିଜ୍‌ ପ୍ରମାଣ ଆଧାରରେ କୋର୍ଟରେ ଅପରାଧୀଙ୍କୁ କଡ଼ା ଦଣ୍ଡ ପାଇଁ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ ସଲିଳ କୁମାର‌ ପ୍ରଧାନ । ପରେ କୋର୍ଟ ଏହାର ସମ୍ବେଦନଶୀଳତା ଦେଖି ଅପରାଧୀଙ୍କୁ ଦୋଷୀ ସାବସ୍ତ କରିବା ସହ 10ବର୍ଷ ଜେଲ ଦଣ୍ଡ ଓ 50 ହଜାର‌ ଫାଇନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଦ୍ବିତୀୟ ଆଡିସିନାଲ ସେସନ କୋର୍ଟ ଦୋଷୀଙ୍କୁ କଡ଼ା ଜେଲ ଦଣ୍ଡ ଶୁଣାଇଛନ୍ତି ‌।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 12, 2023, 11:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.