ETV Bharat / state

ପ୍ରଦୀପଙ୍କ ବୟାନରେ ତଦନ୍ତ ବାଟବଣା ହେବ କହିଲେ ଦାମ, ତଦନ୍ତ ଉପରେ ଭରସା ନଥିବା କହିଲେ ରାଜନୀତି ସମୀକ୍ଷକ

author img

By

Published : Feb 9, 2023, 6:45 PM IST

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିଜେଡିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ନେତା ହିଁ ନବ ଦାସଙ୍କ ହତ୍ୟାକାରୀ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ସରଗରମ । ବରିଷ୍ଠ ରାଜନେତା ଦାମ ରାଉତ କହିଲେ ଏଭଳି ମନ୍ତବ୍ୟ ତଦନ୍ତକୁ ବାଟବଣା କରିବ । ସେପଟେ ଦଳରେ ଆହୁରି ୩-୪ ଆଶାୟୀ ରହିଛନ୍ତି । ସେମାନଙ୍କୁ ବି କଣ ମାରିଦେବେ କି ବୋଲି ପ୍ରଶ୍ନ କରିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢ଼ନ୍ତୁ

ପ୍ରଦୀପ ପୁରୋହିତଙ୍କ ନବ ଦାସଙ୍କ ହତ୍ୟାକାରୀ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜାରି ରହିଛି ରାଜନୈତିକ ବୟାନବାଜି । ବିରୋଧି ଏନେଇ ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରୁଥିବାବେଳେ ଗତ କାଲି ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେଡିରେ ନବୀନଙ୍କ ଅବର୍ତ୍ତମାନରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ସିଏ ହିଁ ନବ ଦାସଙ୍କ ହତ୍ୟାକାରୀ ବୋଲି କହିଥିଲେ ପ୍ରଦୀପ । ଏଭଳି ମନ୍ତବ୍ୟ ତଦନ୍ତକୁ ବାଟବଣା କରିବ ବୋଲି କହିଛନ୍ତି ବରିଷ୍ଠ ନେତା ଦାମ ରାଉତ । ସେପଟେ ଦଳରେ ଆହୁରି ୩-୪ ଆଶାୟୀ ରହିଛନ୍ତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବିଦାସ ।

ଶାସକ ଦଳକୁ ବିରୋଧିଙ୍କ ଟାର୍ଗେଟ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଯେଉଁଭଳି ଭାବରେ ଗୁଳିକରି ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ହତ୍ୟାକଲେ, ତାହା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହା ପରଠାରୁ ହିଁ ବିରୋଧି ଓ ଶାସକ ଦଳ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । କଂଗ୍ରେସ ବାରମ୍ବାର ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବାରୁ ଏନେଇ ଏସ୍‌ଆଇଟି ତଦନ୍ତ ଦାବି କରିଆସୁଛି । ସେହିଭଳି ବିଜେପି ମଧ୍ୟ ନବ ଦାସ ହତ୍ୟାକାଣ୍ଡ ପଛରେ ବିଜେଡି ନେତାଙ୍କ ହାତ ଥିବା ବାରମ୍ବାର ଅଭିଯୋଗ କରିଆସୁଛି । ଏହାର ସିବିଆଇ ତଦନ୍ତ ଦାବିରେ ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟ ଘେରିଛି ବିଜେପି । ତେବେ ଏହି ଘଟଣା ନେଇ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି ।

"ଏପରି ମନ୍ତବ୍ୟ ତଦନ୍ତକୁ ବାଟବଣା କରିବ": ନବଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଗତକାଲି (ବୁଧବାର) ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ବିଜେଡିରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ସିଏ ହିଁ ନବ ଦାସଙ୍କୁ ହତ୍ୟା କରିଛନ୍ତି ବୋଲି କହିଥିଲେ ବିଜେପି ନେତା ପ୍ରଦୀପ ପୁରୋହିତ । ପ୍ରଦୀପଙ୍କ ଏହି ବାକ୍ୟକୁ ନେଇ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଛି । ତେବେ ଏନେଇ ଇଟିଭି ଭାରତରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ସେ କହିଛନ୍ତି, "ଏପରି ମନ୍ତବ୍ୟ ତଦନ୍ତକୁ ବାଟବଣା କରିବ । ଏହା କପୋଳ କଳ୍ପିତ । ତଦନ୍ତ ଠିକଣା ବାଟରେ ଚାଲିଛି । ଅପେକ୍ଷା କରିବାକୁ ପଡ଼ିବ । କ୍ରାଇମବ୍ରାଞ୍ଚ ତାର କାମ କରୁଛି ।" ବ୍ୟସ୍ତ ହେବାର କାରଣ ନାହିଁ ବୋଲି କହିଛନ୍ତି ଦାମ ।

"ତଦନ୍ତ ଉପରୁ ଲୋକଙ୍କ ଭରସା ଉଠିଗଲାଣି": ସେପଟେ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ନବୀନଙ୍କ ଅବର୍ତ୍ତମାନରେ ବିଜେଡି ରହିବ କି ନାହିଁ ଆମେ କହିପାରିବା ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିଲେ ବୋଲି ଯେ ନବ ଦାସଙ୍କୁ ହତ୍ୟା କରାଗଲା ଏହା କହିବା ଠିକ୍ ହେବ ନାହିଁ । ତେବେ ତଦନ୍ତକୁ ନେଇ କେଉଁଠି ନା କେଉଁଠି ସନ୍ଦେହ ସୃଷ୍ଟି ହୋଇଛି । ଦୁଇଟି ପର୍ଯ୍ୟାୟ ରିମାଣ୍ଡରେ ପଚରାଉଚରା, ଆଉଥରେ ରିମାଣ୍ଡରେ ନେଇ ନାର୍କୋ ଟେଷ୍ଟ । ତେଣୁ ତଦନ୍ତ ଉପରୁ ଲୋକଙ୍କ ଭରସା ଉଠିଗଲାଣି । ହତ୍ୟା କଥା ଗୋପାଳ ମାନିଛି, କିନ୍ତୁ ହତ୍ୟା ପଛର କାରଣ ଆମକୁ ଖୋଜି ବାହାର କରିବାକୁ ପଡ଼ିବ । ଜଣେ ସାମ୍ବାଦିକ ହିସାବରେ ପ୍ରଦୀପ ପୁରୋହିତଙ୍କ କଥା ଗ୍ରହଣ କରିବାକୁ ହେଲେ ପ୍ରମାଣ ଦରକାର ।" ଯଦି ପ୍ରଦୀପଙ୍କ କଥା ସତ ହୁଏ, ତେବେ ବିଜେଡିରେ ଥିବା ଆଉ ୩-୪ ଆଶାୟୀଙ୍କୁ କଣ ମାରିଦେବେ କି ବୋଲି ପ୍ରଶ୍ନ କରିଛନ୍ତି ରବି ଦାସ ।

ତେବେ ନବ ଦାସ ହତ୍ୟାକାଣ୍ଡ ଘଟଣା ଆଜିକୁ ୧୨ ଦିନ ବିତିଛି । ଏବେ ମଧ୍ୟ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ । ଏବେ ମଧ୍ୟ ଅନ୍ଧାରରେ କ୍ରାଇମବ୍ରାଞ୍ଚ୍ ଅଧିକାରୀ । ଗୋପାଳ ହତ୍ୟା କରିଥିବା ସ୍ବୀକାର କରିଥିଲୋ ମଧ୍ୟ ଏହାର କାରଣ ଖୋଜି ପାଉନାହିଁ କ୍ରାଇମବ୍ରାଞ୍ଚ । ଗୋପାଳ ସୁଟର, କିନ୍ତୁ ହ୍ୟାଣ୍ଡଲର କିଏ ଖୋଜିବା ଦରକାର ବୋଲି ଗତକାଲି କହିଥିଲେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ସେପଟେ ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗିକୁ ଟାର୍ଗେଟ କରି ଉଭୟଙ୍କ ପାଖରେ ଯଦି କିଛି ତଥ୍ୟ ଅଛି, ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି କହିଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏବେ ଦେଖିବାର କଥା, କେବେ ଏହି ରହସ୍ୟ ଉପରୁ ପରଦା ହଟୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.