ETV Bharat / state

ଚଳିତବର୍ଷଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ଖୁବ୍‌ଶୀଘ୍ର ଚୟନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଚଳିତବର୍ଷଠାରୁ ଆରମ୍ଭ ହେବ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' । ଖୁବ୍‌ଶୀଘ୍ର ଆରମ୍ଭ ହେବ ଚୟନ ପ୍ରକ୍ରିୟା । ପୁରସ୍କାର ସମ୍ବନ୍ଧିତ ସମସ୍ତ ପ୍ରକ୍ରିୟାର ପରିଚାଳନା 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୱେବପୋର୍ଟାଲ୍‌' ମାଧ୍ୟମରେ କରାଯିବ । ଅଧିକ ପଢ଼ନ୍ତୁ

ଚଳିତବର୍ଷଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

author img

By

Published : Aug 5, 2023, 10:15 PM IST

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡି଼କର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ ଓ ପୁରସ୍କୃତ କରି ପ୍ରୋତ୍ସାହନ ଦେବା ପାଇଁ ଚଳିତବର୍ଷଠାରୁ ଆରମ୍ଭ ହେବ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' । ଖୁବ୍‌ଶୀଘ୍ର ଏଥିପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ପୁରସ୍କାର ପାଇଁ ସମସ୍ତ ପ୍ରକ୍ରିୟାର ପରିଚାଳନା 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୱେବପୋର୍ଟାଲ୍‌' ମାଧ୍ୟମରେ କରାଯିବ । ଏଥିପାଇଁ 'ମୋ ସ୍କୁଲ ଅଭିଯାନ' ପକ୍ଷରୁ ୱେବ୍‌ସାଇଟ୍ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏବଂ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଶଣା ପ୍ରଶିକ୍ଷଣ ପରିଷଦ (SCERT) ସମ୍ମିଳନୀ କକ୍ଷରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ, ପ୍ରତ୍ୟେକ ଜିଲ୍ଲାର ଜଣେ ଲେଖାଏଁ ଶିକ୍ଷକ ପ୍ରଶିକ୍ଷକ, ଏମ୍‌ଆଇଏସ୍ ଏବଂ ଯୋଜନା ସଂଯୋଜକମାନେ ଯୋଗଦେଇ ୱେବ୍‌ସାଇଟ୍‌ରେ ପୁରସ୍କାର ସମ୍ପର୍କିତ ସମସ୍ତ ବ୍ୟବସ୍ଥା ସମ୍ବନ୍ଧରେ ପ୍ରଶିକ୍ଷଣ ନେଇଛନ୍ତି । ୱେବ୍‌ସାଇଟ୍ କିପରି କାର୍ଯ୍ୟ କରିବ, ଏହି କାର୍ଯ୍ୟକ୍ରମରେ ତାହାର ଡେମୋ ଦେଖାଯାଇଥିଲା । ଏହି ପୁରସ୍କାର କ’ଣ, କିପରି ଦିଆଯାଏ, କେଉଁମାନଙ୍କୁ ଦିଆଯାଏ, ଏହାର ଚୟନ ପ୍ରକ୍ରିୟା କିପରି ରହିଛି ଆଦି ସମସ୍ତ ବିଷୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପରୁସ୍କାରର ଆଭିମୁଖ୍ୟ ହେଉଛି, ଶିକ୍ଷା ବ୍ୟବସ୍ଥା ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷଙ୍କ ସଫଳତାକୁ ଅଧିକ ପ୍ରୋତ୍ସାହନ ହେବା । ସେମାନଙ୍କର ଉତ୍ତମ ପ୍ରଦର୍ଶନ ପାଇଁ ସେମାନଙ୍କୁ ପ୍ରେରଣା ଯୋଗାଇବା । ତେବେ ଏହି କାର୍ଯ୍ୟକ୍ରମକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଉଛି ବ୍ୟକ୍ତିଗତ ପୁରସ୍କାର ବା ଇଣ୍ଡିଭିଜୁଆଲ୍ ଆୱାର୍ଡ ଓ ଅନ୍ୟଟି ଆନୁଷ୍ଠାନିକ ପୁରସ୍କାର ବା ଇନ୍‌ଷ୍ଟିଚ୍ୟୁସନାଲ୍ ଆୱାର୍ଡ ।

ଏହା ମଧ୍ୟ ପଢ଼ନ୍ତୁ...ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲର ରୂପାନ୍ତରଣ: ଖର୍ଚ୍ଚ ହେବ ୫୨୯.୫୬ କୋଟି

ବ୍ୟକ୍ତିଗତ ପୁରସ୍କାରରେ ଛାତ୍ରଛାତ୍ରୀଙ୍କୁ ଷ୍ଟୁଡେଣ୍ଟ ଏକାଡେମିକ୍ ଆୱାର୍ଡ, ଷ୍ଟୁଡେଣ୍ଟ ଲିଡରସିପ୍ ଆୱାର୍ଡ ଓ ଷ୍ଟୁଡେଣ୍ଟ ମେରିଟ୍‌- କମ୍‌- ସ୍କଲାରସିପ୍ ଆୱାର୍ଡ ଦିଆଯିବ । ଏହା ସହ ବ୍ୟକ୍ତିଗତ ପୁରସ୍କାରରେ ଶିକ୍ଷକ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ସିଆର୍‌ସିସି ପୁରସ୍କାର, ବିଇଓ ଏବଂ ଡିଇଓ ପୁରସ୍କାର ରହିଛି । ଅନ୍ୟପକ୍ଷରେ ଆନୁଷ୍ଠାନିକ ପୁରସ୍କାରରେ ମାଧ୍ୟମିକ ସ୍କୁଲଗୁଡ଼ିକୁ ଜିଲ୍ଲା, ବ୍ଲକ୍‌, ସ୍କୁଲ ଓ ଗ୍ରାମପଞ୍ଚାୟତସ୍ତରରେ ପୁରସ୍କୃତ କରାଯିବ । ଶ୍ରେଷ୍ଠ ଏସ୍‌ଏମ୍‌ସି ପୁରସ୍କାର, ଶ୍ରେଷ୍ଠ ପୁରାତନ ଛାତ୍ର କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର ମଧ୍ୟ ଏହି ବିଭାଗର ଅନ୍ତର୍ଭୁକ୍ତ । ଏହା ସହିତ ପ୍ରାଥମିକ ସ୍କୁଲ ଓ ତିନୋଟି ଶ୍ରେଷ୍ଠ ଡି.ଆଇ.ଇ.ଟିକୁ ମଧ୍ୟ ପୁରସ୍କୃତ କରାଯିବ । ତେବେ ଏହି ପୁରସ୍କାର ପାଇଁ କିଭଳି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ, ସିଆର୍‌ସିସି, ବିଇଓ ଏବଂ ଡିଇଓଙ୍କୁ ଚୟନ କରାଯିବ, ସେନେଇ ସବିଶେଷ ତଥ୍ୟ ଉପସ୍ଥିତ ଡିଆଇଇଟିର ଅଧ୍ୟକ୍ଷ, ଶିକ୍ଷକ ପ୍ରଶିକ୍ଷକ ଏବଂ ଏମ୍‌ଆଇଏସ୍‌ଙ୍କୁ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଭଳି ଏକ ଅଭିନବ ପଦକ୍ଷେପ ସାରା ଦେଶରେ ପ୍ରଥମ ବୋଲି ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ମନୋଜ ପାଢୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.