ETV Bharat / state

ଖୋର୍ଦ୍ଧାର ବିଭିନ୍ନ ଶୈବାଳୟରେ ଜାରି ହେଲା 144 ଧାରା

author img

By

Published : Jul 5, 2020, 1:20 PM IST

ସୋମବାର ଠାରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହେଉଛି । କୋରେନା ସଂକ୍ରମଣ ପାଇଁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ କଟକଣା ଜାରି କରିଛନ୍ତି । ଅଧିକ ପଢନ୍ତୁ...

ଖୋର୍ଦ୍ଧାର ବିଭିନ୍ନ ଶୈବାଳୟରେ ଜାରି ହେଲା 144 ଧାରା
ଖୋର୍ଦ୍ଧାର ବିଭିନ୍ନ ଶୈବାଳୟରେ ଜାରି ହେଲା 144 ଧାରା

ଖୋର୍ଦ୍ଧା: ଶ୍ରାବଣ କଟକଣା ଜାରି କଲେ ଜିଲ୍ଲାପ୍ରଶାସନ । ଆସନ୍ତାକାଲି ଠାରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହେଉଥିବାରୁ କାଉଡିଆଙ୍କୁ ମନ୍ଦିର ଓ ଜଳାଶୟ ବାରଣ କରାଯାଇଛି । ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠକୁ କାଉଡିଆ ଭକ୍ତଙ୍କ ଲମ୍ବା ସୁଅ ଛୁଟେ । ହେଲେ ଚଳିତ ବର୍ଷ କୋରୋନା ମହାମାରୀ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପ୍ରଶାସନ କଟକଣା ଲଗାଇଛନ୍ତି ।

ସମସ୍ତ ଶୈବପୀଠ,ଜଳାଶୟ ଏପରିକି ରାସ୍ତାଘାଟରେ କାଉଡିଆ ଭକ୍ତମାନେ ପାଣି ଭାର ନେଇ ଯାଇପାରିବେ ନାହିଁ । ଏଥିପାଇଁ ଜିଲ୍ଲାର ସମସ୍ତ ଶିବାଳୟରେ 144 ଧାରା ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର କୋରୋନା ପାଇଁ ରାଜ୍ୟ ସମସ୍ତ ଶୈବପୀଠରେ ଜଳାଭିଷେକ ଉପରେ ରୋକ ଲଗାଇଥିଲେ । ଦେବାଳୟ ବନ୍ଦ ରଖିବା ସହ ପାଖ ପୁଷ୍କରଣୀରୁ ପାଣି ଉଠାଇପାରିବେ ନାହିଁ ଶିବ ଭକ୍ତ । ମହାମାରୀ କୋରୋନା ଯୋଗିଁ ଏଥର ଜଳଲାଗି କରାଯିବ ନାହିଁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.