ETV Bharat / state

ସଚିବସ୍ତରୀୟ ବୈଠକ: ଜିଲ୍ଲା ଗସ୍ତ ବେଳେ ଧାନ ମଣ୍ଡି ବୁଲି ଅନୁଧ୍ୟାନ କରିବେ ସଚିବ

author img

By ETV Bharat Odisha Team

Published : Nov 4, 2023, 10:16 AM IST

ଖରିଫ ଧାନ ସଂଗ୍ରହ ଆରମ୍ଭ ହେବାକୁ ଯାଉଛି । ତେବେ ଜିଲ୍ଲା ଗସ୍ତ ବେଳେ ସଚିବ ଧାନ ମଣ୍ଡି ବୁଲି ଅନୁଧ୍ୟାନ କରିବେ ବୋଲି ସଚିବ ସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆାଯାଇଛି । ଅଧିକ ପଢନ୍ତୁ

ଜିଲ୍ଲା ଗସ୍ତ ବେଳେ ଧାନ ମଣ୍ଡି ବୁଲି ଅନୁଧ୍ୟାନ କରବେ ସଚିବ

ଭୁବନେଶ୍ବର: ଜିଲ୍ଲା ଗସ୍ତ ବେଳେ ଧାନ ମଣ୍ଡି ବୁଲି ଅନୁଧ୍ୟାନ କରିବେ ସଚିବ । ଗତକାଲି(ଶୁକ୍ରବାର) ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଶୁକ୍ରବାର ଖାରବେଳ ଭବନରେ ସଚିବସ୍ତରୀୟ ବୈଠକ ବସିଥିଲା । ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ପ୍ରମୁଖ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ। ସେହିପରି ଜିଲ୍ଲା ଗସ୍ତ ବେଳେ ସଚିବମାନେ ଧାନ ମଣ୍ଡି ବୁଲି ଅନୁଧ୍ୟାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ଅକ୍ଟୋବର ଶେଷ ସୁଦ୍ଧା ବିଭିନ୍ନ ବିଭାଗ ସହିତ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ଆଲୋଚନା କରାଯାଇଥିଲା । ସମସ୍ତ ବିଭାଗରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ପ୍ରଦର୍ଶନ ହୋଇଥିବା କଥା କୁହାଯାଇଛି । ତେବେ ଯେଉଁ ଅନୁସାରେ ବିଭିନ୍ନ ବିଭାଗକୁ ଅର୍ଥ ଅନୁମୋଦନ କରାଯାଇଛି, ସେ ଦିଗରେ ଅଗ୍ରୀମ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଅଗ୍ରଗତି ହାର ତଥା ବିତ୍ତୀୟ ପ୍ରଦର୍ଶନକୁ ବୃଦ୍ଧି କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଆଗାମୀ ନଭେମ୍ବରରେ ହେବାକୁ ଥିବା ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ଉପରେ ରାଜ୍ୟର ପ୍ରସ୍ତୁତି ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସିଏସଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ: ସ୍ୱତନ୍ତ୍ର ସହାୟତା ଅର୍ଥ ଖର୍ଚ୍ଚ ଉପରେ ଗୁରୁତ୍ୱ

ଅନ୍ୟପଟେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମସ୍ତ ସଚିବମାନଙ୍କୁ ସେମାନଙ୍କ ବିଭାଗୀୟ କାର୍ଯ୍ୟରେ ଜିଲ୍ଲା ଗସ୍ତ କଲାବେଳେ ଧାନ ମଣ୍ଡି ଗୁଡିକର ପ୍ରସ୍ତୁତି କିପରି ରହିଛି, ସେ ସଂପର୍କରେ ଅନୁଧ୍ୟାନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ନଭେମ୍ବର ୯ ଓ ୧୦ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ଅକ୍ଟୋବର ମାସରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ଟି ସୁପର ସ୍ପେସିଆଲିଟି ହସ୍ପିଟାଲ ପାଇଁ ଏମଓୟୁ, ପରିବହନ ବିଭାଗ ତରଫରୁ ଲକ୍ଷ୍ମୀ ବସ ସେବା ଶୁଭାରମ୍ଭ, ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ, ଛେଳିଗଡ ପ୍ରକଳ୍ପକୁ ପରିବେଶ ମନ୍ତ୍ରଣାଳୟର ସବୁଜ ସଙ୍କେତ, ବିଭିନ୍ନ ଜିଲ୍ଲା ପାଇଁ ନୂଆ ଜଳସେଚନ ପ୍ରକଳ୍ପ ଅନୁମୋଦନ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର କାର୍ଯ୍ୟ ପ୍ରଦର୍ଶନ ଗତବର୍ଷ ତୁଳନାରେ ୧୪୫ ପ୍ରତିଶତ ଅଧିକ ରହିଛି । ରାଜ୍ୟର ଜିଏସଟି ସଂଗ୍ରହ ହାର ଅଧିକ ହୋଇଛି । ଲଘୁ ଖଣିଜ ଦ୍ରବ୍ୟ ପରିଚାଳନାରେ ରାଜସ୍ୱ ବୃଦ୍ଧି ଘଟିଛି । ମିଶନ ଶକ୍ତି ସ୍କୁଟର ଯୋଜନାରେ ୧୫୦୦୦ ସ୍କୁଟର ଦିଆଯାଇ ଏ ବାବଦରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ୩ ବର୍ଷ ପୂର୍ବେ ପୁରୀର ଆରମ୍ଭ ହୋଇଥିବା ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ପାନୀୟ ଜଳ ଯୋଗାଣ ୩ ବର୍ଷ ପୂରଣ କରିଛି । ଇତି ମଧ୍ୟରେ ଏହି ଯୋଜନାରେ ୨୪ଟି ସହରକୁ ଜଳ ଯୋଗାଣ କରାଯାଉଥିବା ବିଭାଗୀୟ ପ୍ରମୁଖ ଶାସନ ସଚିବ କହିଛନ୍ତି । ସେହିପରି ଅନ୍ୟ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦତ୍ତ ସଫଳତା ସଂପର୍କରେ ଉପସ୍ଥାପନ କରାଯାଇଛି । ମୁଖ୍ୟ ଶାସନ ସଚିବ ଏହି ସଫଳତାର ଧାରାକୁ ଆହୁରି ଅଧିକ ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଅନୁମୋଦିତ ଖର୍ଚ୍ଚ କରାଯିବା ସଂପର୍କରେ ଆବଶ୍ୟକ ପରାମର୍ଶ ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.