ETV Bharat / state

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା, ଏବେ ବି 2 ଲକ୍ଷ ସିଟ ଖାଲି

author img

By

Published : Jul 19, 2023, 7:31 AM IST

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି । ଆଜି ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଅଧିକ ପଢନ୍ତୁ

second phase plus two cut off list
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ 8 ହଜାର 328 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଏବେ ବି 2 ଲକ୍ଷ ସିଟ ଖାଲି ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇବ ।

ଚଳିତ ବର୍ଷ ଶିକ୍ଷାବର୍ଷରେ ରାଜ୍ୟର ୨ ହଜାର ୧୬୬ ଯୁକ୍ତ ଦୁଇ କଲେଜରେ ୫ ଲକ୍ଷ ୯ ହଜାର ୨୪୫ ସିଟ ପାଇଁ ନାମଲେଖା ଚାଲିଛି। ଏହାରି ମଧ୍ୟରୁ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାଇଁ ଆବେଦନ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ ଜଣଙ୍କୁ ସିଟ ଆଲଟମେଣ୍ଟ କରାଯାଇଥିଲା । କଳା ବିଭାଗରେ ୨ ଲକ୍ଷ ୫୩ ହଜାର ୧୭୮, ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ବାଣିଜ୍ୟରେ ୨୫ ହଜାର ୧୬୮ଜଣ, ସଂସ୍କୃତରେ ୭ ହଜାର ୭୭୯ ଓ ଧନ୍ଦାମୂଳକ ବିଭାଗରେ ୫ ହଜାର ୨୨୦ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ 8 ହଜାର 328 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଆହୁରି 2 ଲକ୍ଷ 917 ଟି ସିଟ ବଳକା ରହିଛି । ଆଜି ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବା ପରେ ଖାଲି ପଡିଥିବା ସିଟ ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ସାମ୍ସ ତଥ୍ୟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ 15566 ସର୍ବାଧିକ ସିଟ ବଳକା ରହିଥିବା ବେଳେ ଖୋର୍ଦ୍ଧାରେ 15027 ଟି ସିଟ, କଟକରେ 13164 ସିଟ, ବାଲେଶ୍ଵରରେ 11679 ସିଟ, ମୟୂରଭଞ୍ଜରେ 11071 ସିଟ ଏବଂ ସୁନ୍ଦରଗଡ଼ରେ 10216 ସିଟ ବଳକା ରହିଛି । ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ପରେ ଆସନ୍ତାକାଲି ଠାରୁ ୨୨ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ । ଏହା ପରେ ଜୁଲାଇ ୨୭ ତାରିଖରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୨୯ ତାରିଖ ରୁ ୩୧ ତାରିଖ ମଧ୍ୟରେ ସ୍ପଟ ଚୟନରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ । ନାମଲେଖା ସାମ୍ସରେ ଅପଡେଟ ହେବ । ଅଗଷ୍ଟ ଆରମ୍ଭରୁ ଏକାଦଶ ପାଠପଢା ଆରମ୍ଭ ହେବ ।

ଏହା ବି ପଢନ୍ତୁ...ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା

ପ୍ରକାଶଥାଉ କି, ଗତ ଜୁଲାଇ 6 ତାରିଖରେ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଥିଲା । ବିଜ୍ଞାନ, କଳା ଓ ବାଣିଜ୍ୟରେ ରେଭେନ୍ସା କଲେଜ ଆଗରେ ରହିଥିଲା । ବିଜ୍ଞାନରେ ୯୧.୬୭ ପ୍ରତିଶତ, ବାଣିଜ୍ୟରେ ୭୯.୨୦ ପ୍ରତିଶତ ଓ କଳାରେ ୮୦ ପ୍ରତିଶତ ସହ ରେଭେନ୍ସା ଆଗରେ ଥିଲା । ଜୁଲାଇ 7 ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ହୋଇଥିଲା । ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ନାମଲେଖା ପାଇଁ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ୪ ଲକ୍ଷ ୧୨ ହଜାର ୩୬୮ଜଣ ପିଲା ମନୋନୀତ ହୋଇଥିଲେ । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩ ଜଣ ମନୋନୀତ ହୋଇଥିଲେ ।

ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.