ETV Bharat / state

ମଶା ବଂଶବୃଦ୍ଧି ରୋକିବାକୁ ଡ୍ରାଇଭ୍‌, ଦ୍ୱିତୀୟ ଦିନରେ ଡ୍ରୋନ ସର୍ଭେ

author img

By

Published : Dec 18, 2022, 10:08 PM IST

ମଶା ବଂଶବୃଦ୍ଧି ରୋକିବାକୁ ଚାଲିଥିବା ଡ୍ରୋନ ସର୍ଭେର ଦ୍ୱିତୀୟ ଦିନରେ ସାମିଲ ହେଲେ ବିଏମସି ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ । ୧୪ ନମ୍ବର ୱାର୍ଡରୁ ଆରମ୍ଭ ହୋଇଥିବା ଏହି ସର୍ଭେ ପର୍ଯ୍ୟାୟକ୍ରମେ ବିଏମସିର ସବୁ ୱାର୍ଡରେ କରାଯିବ । ଅଧିକ ପଢ଼ନ୍ତୁ

ମଶା ବଂଶବୃଦ୍ଧି ରୋକିବାକୁ BMCର ଡ୍ରୋନ ସର୍ଭେ
ମଶା ବଂଶବୃଦ୍ଧି ରୋକିବାକୁ BMCର ଡ୍ରୋନ ସର୍ଭେ
ମଶା ବଂଶବୃଦ୍ଧି ରୋକିବାକୁ BMCର ଡ୍ରୋନ ସର୍ଭେ

ଭୁବନେଶ୍ବର: ଦ୍ୱିତୀୟ ଦିନରେ ମଶା ବଂଶବୃଦ୍ଧି ରୋକିବାକୁ ହୋଇଛି ଡ୍ରୋନ ସର୍ଭେ । ଦୁଇ ଦିନ ଧରି ଡ୍ରୋନ ସର୍ଭେ କରାଯାଇଥିବା ବେଳେ ଏହାଦ୍ବାରା କେଉଁ ସ୍ଥାନରେ ସେମାନେ ବଂଶ ବିସ୍ତାର କରୁଛନ୍ତି ତାହା ଚିହ୍ନଟ ହୋଇପାରୁଛି । ପରେ ଏହି ଅଭିଯାନରେ ଚିହ୍ନଟ ସ୍ଥାନରେ କେମିକାଲ ସିଞ୍ଚନ କରାଯାଇଛି । ୧୪ ନମ୍ବର ୱାର୍ଡରେ ଏହି ଦୁଇ ଦିନ ଡ୍ରୋନ୍‌ ସର୍ଭେ କରାଯାଇଛି । ଦ୍ୱିତୀୟ ଦିନରେ ଏହି ସର୍ଭେରେ ବିଏମସି ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଟିଫା ମେସିନ ଯାଇପାରୁନଥିବା ଇଲାକାରେ ମୁଖ୍ୟତଃ ଏହି ସର୍ଭେ ହୋଇଛି । ବିଶେଷ ଭାବେ ନିଳାଦ୍ରୀବିହାର ଅଞ୍ଚଳରୁ ଆରମ୍ଭ ହୋଇଛି ଏହି ଅଭିଯାନ । ସୋମବାରଠାରୁ ରାଜଧାନୀର ଡେଙ୍ଗୁ ବ୍ୟାପିଥିବା ସମ୍ବେଦନଶୀଳ ଅଞ୍ଚଳ ସହ ପର୍ଯ୍ୟାୟକ୍ରମେ ବିଏମସିର ସବୁ ୱାର୍ଡରେ ହେବ ଡ୍ରୋନ୍‌ ସର୍ଭେ । ଏହାସହ ଧୂଆଁ ସ୍ପ୍ରେ ବା କେମିକାଲ ସିଞ୍ଚନ ମଧ୍ୟ କରାଯିବ । ମଶା ଦମନ ପାଇଁ ଏହି ଅଭିଯାନରେ ବେଇଟ ଲୋଜିଟେକ ଆଣ୍ଡ ସ୍ନାୟୁ ହେଲ୍‌ଥ କେୟାର କନ୍‌ସାର୍ଟିୟମ ସହ ବିଏମସିର ଏମଓୟୁ ସ୍ୱାକ୍ଷରିତ ହୋଇଛି । ଆଉ ଏଥିପାଇଁ କୋଲକାତାର ସଂସ୍ଥା ସହ ବିଏମସିର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଡ୍ରୋନ୍‌ ସର୍ଭେ ଓ କେମିକାଲ ସିଞ୍ଚନ ପାଇଁ ୬ଟି ଟିମ୍‌ ଗଠନ କରାଯାଇଛି । ଏହା ୬୭ ୱାର୍ଡକୁ ପ୍ରତିଦିନ ୬ଟି ସ୍ଥାନକୁ ଯାଇ ୧୧ରୁ ୧୨ ଦିନ ଭିତରେ ସେମାନଙ୍କର କାମ କରିବେ ।

ଅନ୍ୟପଟେ ଏହି ଅଭିଯାନରେ ଆଜି ବିଏମସି ମେୟର ସାମିଲ ହୋଇଛନ୍ତି । ଏନେଇ ସେ କହିଛନ୍ତି, "ଏହି ପଦ୍ଧତି ପୂର୍ବରୁ ଭଲ ଫଳପ୍ରଦ ବୋଲି ପ୍ରମାଣିତ ହୋଇଛି । ତେଣୁ ଭୁବନେଶ୍ବରରେ ମଧ୍ୟ ମଶାର ଦମନ ଦିଗରେ ସଫଳ ରୂପାୟନ ଦେଖିବାକୁ ମିଳିବ । ଏନେଇ ଲୋକଙ୍କ ମତାମତ ନେବୁ ଆଉ ଆବଶ୍ୟକ ସ୍ଥଳେ ଆଉ ଏକ ଡ୍ରୋନ ବ୍ୟବହାର ପାଇଁ ଅଣାଯିବ ।" ତେବେ ଏହି ଅଭିଯାନରେ କେବଳ ଧୂଆଁ ସ୍ପ୍ରେ ନୁହେଁ, ମଶାର ଉତ୍ପତିସ୍ଥଳରେ ରସାୟନିକ ତେଲ ମଧ୍ୟ ପକାଯାଉଛି । ଏହାସହ ଗଣ ସଫେଇ ମଧ୍ୟ କରାଯାଉଛି । ଏଥିପାଇଁ ପୂର୍ବରୁ ୬ଟି ଟିମ୍‌ ନିୟୋଜିତ ଥିବାବେଳେ ଏବେ ଆଉ ୧୦ଟି ଟିମ୍‌ ନିୟୋଜିତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.