ETV Bharat / state

ଜାନୁୟାରୀରେ ମୁଖ୍ୟ ଶାସନ ସଚିବ ସମ୍ମିଳନୀ, ରାଜ୍ୟଙ୍କୁ ପ୍ରସ୍ତାବ ଓ ମତାମତ ମାଗିଲା କେନ୍ଦ୍ର

author img

By

Published : Oct 30, 2022, 7:21 AM IST

ଆସନ୍ତାବର୍ଷ ଜାନୁୟାରୀରେ ଦ୍ୱିତୀୟ ମୁଖ୍ୟ ଶାସନ ସଚିବ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ବିଭିନ୍ନ ରାଜ୍ୟକୁ ପ୍ରସ୍ତାବ ଓ ମତାମତ ମାଗିଲା କେନ୍ଦ୍ର । ଅଧିକ ପଢନ୍ତୁ

ଜାନୁୟାରୀରେ ମୁଖ୍ୟ ଶାସନ ସଚିବ ସମ୍ମିଳନୀ: ରାଜ୍ୟଙ୍କୁ ପ୍ରସ୍ତାବ ଓ ମତାମତ ମାଗିଲା କେନ୍ଦ୍ର

ଭୁବନେଶ୍ବର: ଆସନ୍ତାବର୍ଷ ଜାନୁୟାରୀ ମାସରେ ଅନୁଷ୍ଠିତ ହେବ ଦ୍ବିତୀୟ ମୁଖ୍ୟ ଶାସନ ସଚିବସ୍ତରୀୟ ସମ୍ମିଳନୀ । ଜାନୁୟାରୀ 5ରୁ 7 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ । ଏଥିପାଇଁ କେନ୍ଦ୍ର ସରକାର ଓ ନୀତି ଆୟୋଗ ବିଭିନ୍ନ ରାଜ୍ୟ ସହିତ ଆଲୋଚନା ଆରମ୍ଭ କରିଛନ୍ତି । ଦ୍ବିତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀର ବିଷୟବସ୍ତୁ ରହିଛି 'ବିକଶିତ ଭାରତ, ଶେଷ ସ୍ଥାନରେ ପହଞ୍ଚିବା' । ବୈଠକରେ ଦୁଇଟି ପର୍ଯ୍ୟାୟ ରହିଛି । ପ୍ରତ୍ୟେକ ପର୍ଯ୍ୟାୟରେ 3ଟି ଉପ ବିଷୟବସ୍ତୁ ରହିବା ପାଇଁ ସ୍ଥିର ହୋଇଛି । ଏନେଇ କେନ୍ଦ୍ର କ୍ୟାବିନେଟ ସଚିବ ଭିସି ଜରିଆରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଉକ୍ତ ବୈଠକରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଦକ୍ଷତା ବିକାଶ, ମହିଳା ଓ ଶିଶୁ ବିକାଶ ଏବଂ ଶିଳ୍ପ ପ୍ରୋତ୍ସାହନ ଓ ଆନ୍ତଃବାଣିଜ୍ୟ ମନ୍ତ୍ରାଳୟର ସଚିବମାନେ ଉପସ୍ଥିତ ଥିଲେ । ପ୍ରସ୍ତାବିତ ସମ୍ମିଳନୀରେ 3 କ୍ଷେତ୍ର ଉପରେ 6ଟି ବିଷୟବସ୍ତୁକୁ ନେଇ ଆଲୋଚନା ହେବ । 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ କାର୍ଯ୍ୟ ଗୋଷ୍ଠି ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ମତ ରଖିବେ । ବିଷୟବସ୍ତୁ ମଧ୍ୟରେ ଶିଳ୍ପ କ୍ଷେତ୍ରର ଉତ୍ପାଦନ, ସେବା ଏବଂ ଦର ନିୟନ୍ତ୍ରଣ ଆଦି ସ୍ଥାନ ପାଇବ । ସେହିଭଳି ଭିତ୍ତିଭୂମି ଏବଂ ନିବେଶ କ୍ଷେତ୍ରରେ ସହରାଞ୍ଚଳ ଭିତ୍ତିଭୂମି, ପରିବହନ, ସଡକ, ଶକ୍ତି, ଡିଜିଟାଲ ଭିତ୍ତିଭୂମି, ସାମାଜିକ ଏବଂ ଶିଳ୍ପ ଭିତ୍ତିଭୂମି ସହିତ ଉତ୍ପାଦନ କ୍ଷେତ୍ରରେ ଘରୋଇ ନିବେଶ, ଗୃହ ଏବଂ ରିୟଲ ଇଷ୍ଟେଟ ଏବଂ ସେବା କ୍ଷେତ୍ର ଆଦି ରହିବ ।

MSME କ୍ଷେତ୍ରରେ ଉତ୍ପାଦନର ବିକାଶ, ପ୍ରୋତ୍ସାହନ, ପ୍ୟାକେଜିଂ, ଦର ନିର୍ଦ୍ଧାରଣ, ନିଯୁକ୍ତି, ଦକ୍ଷତା ବୃଦ୍ଧି ଏବଂ ଗ୍ରାମ୍ୟ ଏବଂ କୁଟୀର ଶିଳ୍ପର ବିକାଶ ଆଦି ସ୍ଥାନ ପାଇବ । ଅନୁରୂପ ଭାବେ ମହିଳା ସଶକ୍ତିକରଣ, ସୁରକ୍ଷା, ସଶକ୍ତିକରଣ କ୍ଷେତ୍ରରେ ସାମାଜିକ ଆଇନଗତ ବ୍ୟବସ୍ଥା ଆଦି ମହିଳା ଓ ଶିଶୁ ବିକାଶ ବିଭାଗ କ୍ଷେତ୍ରରେ ରହିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଷୟବସ୍ତୁରେ ମାନବ ବିକାଶର ଅର୍ନ୍ତଭୁକ୍ତିକରଣ, ରକ୍ତହୀନତା ଦୂରୀକରଣ, ପୁଷ୍ଟିହୀନତା ଦୂରୀକରଣ, ଅଣ ସଂକ୍ରାମକ ରୋଗ ପରିଚାଳନା ଆଦି ସ୍ଥାନ ପାଇବ । ଦକ୍ଷତା ବିକାଶ ବିଷୟବସ୍ତୁରେ ଦକ୍ଷତା ବିକାଶର ସମ୍ପ୍ରସାରଣ, ପ୍ରତିଯୋଗିତାମୂଳକ ଦକ୍ଷତା ବିକାଶ ଏବଂ ଭବିଷ୍ୟତର ଦକ୍ଷତା ବିକାଶ ଆଦି ରହିବ ।

ଏହାମଧ୍ୟ ପଢନ୍ତୁ: ଡିଜିଟାଲ ମିଡିଆ ମାର୍ଗଦର୍ଶିକା: ସୋସିଆଲ ମିଡିଆ ଉପରେ ରହିବ ସରକାରଙ୍କ ନିୟନ୍ତ୍ରଣ, ଜାରି ହେଲା ନୂଆ ବିଜ୍ଞପ୍ତି

ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ପାଇଁ ଆସନ୍ତା ନଭେମ୍ବର 5 ତାରିଖ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ମତାମତ ଓ ପ୍ରସ୍ତାବ ପଠାଇବାକୁ କୁହାଯାଇଛି । ରାଜ୍ୟମାନଙ୍କ ମତାମତ ଆଧାରରେ କେନ୍ଦ୍ରୀୟ ମନ୍ତ୍ରାଳୟଗୁଡିକ ବୈଠକ ପାଇଁ ଖସଡା ପ୍ରସ୍ତୁତ କରିବେ । ଦ୍ବିତୀୟ ମୁଖ୍ୟ ସଚିବ ସ୍ତରୀୟ ବୈଠକ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରୀୟ ମନ୍ତ୍ରାଳୟ ସହିତ ନିୟମିତ ଆଲୋଚନା ଜାରି ରହିବ । ଏଥିପାଇଁ ରାଜ୍ୟ ସରକାରମାନେ ପ୍ରମୁଖ ସଚିବ କିମ୍ବା ସଚିବ ପାହ୍ୟାର ଜଣେ ଅଧିକାରୀଙ୍କୁ ପ୍ରତ୍ୟେକ କାର୍ଯ୍ୟ ଗୋଷ୍ଠୀର ନୋଡାଲ ଅଫିସର ଭାବେ ନିଯୁକ୍ତ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ନୋଡାଲ ଅଧିକାରୀମାନଙ୍କ ସହିତ ରାଜ୍ୟସ୍ତରର ନୋଡାଲ ଅଫିସରମାନେ ଯୋଗାଯୋଗ କରିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.