ETV Bharat / state

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଛାତ୍ରଛାତ୍ରୀମାନେ ଲେଖିବେ 'ମୋ କଥା ମୋ କାହାଣୀ'

author img

By ETV Bharat Odisha Team

Published : Jan 8, 2024, 10:25 PM IST

1st World Odia Language Conference: ଫେବୃଆରୀ ୩ ତାରିଖରୁ ୫ ତାରିଖ ଯାଏ 'ବିଶ୍ବ ଓଡି଼ଆ ଭାଷା ସମ୍ମିଳନୀ' ଅନୁଷ୍ଠିତ ହେବ । ସ୍କୁଲ ପିଲାଙ୍କ ସୃଜନଶୀଳତା ଓ ଭାଷା ପ୍ରୀତି ବଢାଇବାକୁ ଆରମ୍ଭ ହେବ 'ମୋ କଥା ମୋ କାହାଣୀ' । ଅଧିକ ପଢନ୍ତୁ

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଛାତ୍ରଛାତ୍ରୀମାନେ ଲେଖିବେ 'ମୋ କଥା ମୋ କାହାଣୀ'
ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଛାତ୍ରଛାତ୍ରୀମାନେ ଲେଖିବେ 'ମୋ କଥା ମୋ କାହାଣୀ'

ଭୁବନେଶ୍ବର: ବିଦ୍ୟାଳୟ ସ୍ତରରେ ଆୟୋଜିତ ହେବ ରାଜ୍ୟ ସରକାରଙ୍କ ମହତ୍ବକାଂକ୍ଷୀ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ନୂତନ ପର୍ଯ୍ୟାୟ । ଛାତ୍ରଛାତ୍ରୀମାନେ ନିଜ ପ୍ରତିଭାର ବିକାଶ କରିବା ସହ ଓଡି଼ଆ ଭାଷାରେ କିପରି ନିଜକୁ ଶ୍ରେଷ୍ଠ କରି ଗଢି଼ ତୋଳିବେ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଉଛି ଅଭିନବ ପଦକ୍ଷେପ । ନିଜ ଅଞ୍ଚଳର ଭାଷା ଏବଂ ମନର ଭାବନାକୁ ଛାତ୍ରଛାତ୍ରୀମାନେ ପୁସ୍ତକ ଆକାରରେ ପ୍ରକାଶ କରିବେ । ଏନେଇ ଉଚ୍ଚ ବିଦ୍ୟାଳୟସ୍ତରରେ ଜାନୁଆରୀ ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଏବଂ ପ୍ରାଥମିକ ବିଦ୍ୟାଳୟସ୍ତରରେ ଫେବ୍ରୁଆରି ୩ ତାରିଖରୁ ୫ ତାରିଖ ମଧ୍ୟରେ ଆରମ୍ଭ ହେବ ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ ।

ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ସହିତ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମ୍ବଲପୁରୀ, କୁଇ, ସାନ୍ତାଳୀ ଦେଶିଆ ଭଳି ବିଭିନ୍ନ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ 'ମୋ କଥା ମୋ କାହାଣୀ' ନାମରେ ଏକ ପୁସ୍ତକ ରଚନା କରିବା ସହିତ ବିଦ୍ୟାଳୟ ସ୍ତରୀୟ ପୁସ୍ତକ ମେଳାରେ ଏହାର ପ୍ରଦର୍ଶନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ଉଚ୍ଚ ବିଦ୍ୟାଳୟ ଗୁଡି଼କରେ ଆକାଂକ୍ଷୀ ପାଠ୍ୟକ୍ରମ ଆଧୀନରେ ପ୍ରଚଳିତ କ୍ଲବ ସିଷ୍ଟମ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଓଡି଼ଆ ଭାଷାର କିମ୍ବଦନ୍ତୀ ଲେଖକମାନଙ୍କ ଦ୍ବାରା ଲିଖିତ ପୁସ୍ତକ, ଗଦ୍ୟ, କାବ୍ୟ, କବିତା ଏବଂ ଉପନ୍ୟାସକୁ ପଠନ କରିପାରିବେ ।

ଏହା ମଧ୍ୟ ପଢନ୍ତୁ ... ଫେବୃଆରୀ ୩ରୁ ୫ ପର୍ଯ୍ୟନ୍ତ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ସେହିପରି ବିଦ୍ୟାଳୟ ରୂପାନ୍ତରଣ ସହିତ ବର୍ଷର ଚର୍ଚ୍ଚିତ ଘଟଣାବଳୀକୁ ନେଇ କୌଶଳୀ କ୍ଲବର ଶିକ୍ଷାର୍ଥୀମାନେ ସ୍କ୍ରାଚ୍ ପ୍ରକଳ୍ପ ପ୍ରଦର୍ଶନ କରିବେ । ଏହା ବ୍ୟତୀତ ସ୍ଥାନୀୟ ଲୋକକଥା, ଲୋକଗୀତ, ଲୋକନୃତ୍ୟକୁ ନେଇ ଆନିମେସନ୍ କାହାଣୀ ପ୍ରଦର୍ଶନ କରାଯିବ । କ୍ରୀଡ଼ାଙ୍ଗନ କ୍ଲବର ଛାତ୍ରଛାତ୍ରୀମାନେ ସେମାନେ ଦେଖିଥିବା ଜୀବନ କୌଶଳ ପ୍ରଦର୍ଶନ କରିବା ସହିତ ନିଜ ଅନୁଭୂତି ସମ୍ପର୍କରେ ମତାମତ ରଖିବେ । ଜିଜ୍ଞାସା କ୍ଲବ ଅଧୀନରେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରାଯିବ । ଛାତ୍ରଛାତ୍ରୀମାନେ ନିଜ ଆଞ୍ଚଳିକ ଭାଷାରେ ସ୍ଥାନୀୟ ସଂସ୍କୃତି, ଇତିହାସ, ଜଳବାୟୁ ପରିବର୍ତ୍ତନ, ପରିବେଶ, ବର୍ଜ୍ୟବସ୍ତୁର ପରିଚାଳନା ଓ ପୁନଃ ବ୍ୟବହାର ଉପରେ ପ୍ରକଳ୍ପ କରିବେ ।

ଫେବୃଆରୀ ୩ ତାରିଖରୁ ୫ ତାରିଖ ଯାଏ 'ବିଶ୍ବ ଓଡି଼ଆ ଭାଷା ସମ୍ମିଳନୀ' ଅନୁଷ୍ଠିତ ହେଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ପାଇଁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଫେବୃଆରୀ ୩ ତାରିଖ ଦିନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାର ଯୋଜନା କରାଯାଇଛି । ଫେବୃଆରୀ ୪ ତାରିଖ ଓ ୫ ତାରିଖରେ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା କରାଯାଇଛି । ଅପରାହ୍ଣରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବର୍ଷର ଶ୍ରେଷ୍ଠ ହାଉସ ଏବଂ ଅନ୍ୟାନ୍ୟ ପୁରସ୍କାର ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.