ETV Bharat / state

ଅସହାୟ ଗରିବଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍କୁଲ ଛାତ୍ରଛାତ୍ରୀ - ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ

ବିଶେଷ ଭାବରେ ଲକଡାଉନରେ ଅଧିକ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ଓ ଗରିବ ଖଟିଖିଆ । ଏମାନଙ୍କ ଏଭଳି ଦୁର୍ଦ୍ଦଶା ଦେଖି ଏମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକର କିଛି ସ୍କୁଲ ଛାତ୍ରଛାତ୍ରୀ । ଖାଦ୍ୟ ବାଣ୍ଟିବା ସହ ସମସ୍ତଙ୍କୁ କୋରୋନା ବିଷୟରେ ସଚେତନ କରିଛନ୍ତି । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

ଅସହାୟ ଗରିବଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍କୁଲ ଛାତ୍ରଛାତ୍ରୀ

author img

By

Published : Apr 18, 2020, 12:04 PM IST

ଖୋର୍ଦ୍ଧା: କୋରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ଓ ଗରିବ ଖଟିଖିଆ । ରୋଜଗାର କରିବାକୁ ନା ସେମାନେ ଘରୁ ବାହାରକୁ ବାହାରି ପାରୁଛନ୍ତି ନା ସେମାନଙ୍କୁ କେଉଁଠାରେ କାମ ମିଳୁଛି ।

ଅସହାୟ ଗରିବଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍କୁଲ ଛାତ୍ରଛାତ୍ରୀ

ଏମିତି ସ୍ଥିତିରେ ଏହି ଖଟିଖିଆ ଦିନ ମଜୁରିଆମାନେ ଅତ୍ୟନ୍ତ ଦୟନୀୟ ସ୍ଥିତି ଭିତରେ ଜୀବନ ବିତାଉଛନ୍ତି । ଏମାନଙ୍କ ଏଭଳି ଦୁର୍ଦ୍ଦଶା ଦେଖି ଏମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକର କଛି ଛାତ୍ରଛାତ୍ରୀ । ଅସହାୟ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସାମାଜିକ ଦୂରତା ରକ୍ଷା କୋରୋନା ମହାମାରୀ ପାଇଁ ରାମବାଣ ସଦୃଶ୍ୟ ବୋଲି ବୁଝାଇଥିଲେ । ଏହିପରି ଅସହାୟଙ୍କ ପାଇଁ କାର୍ଯ୍ୟ କରି ଆତ୍ମସନ୍ତୋଷ ପାଉଥିବା କହିଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.