ETV Bharat / state

ରାଜ୍ୟରେ ଶିକ୍ଷା ହାର ବୃଦ୍ଧି ଲକ୍ଷ୍ୟ, ପୁଣି ସ୍କୁଲ ଯିବେ ଅଧାରୁ ପାଠପଢା ଛାଡିଥିବା ପିଲା

author img

By ETV Bharat Odisha Team

Published : Aug 29, 2023, 10:58 PM IST

ଅଧାରୁ ପାଠ ପଢା ଛାଡିଥିବା ପିଲାମାନେ ପୁଣିଥରେ ପାଠ ପଢ଼ିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କରାଯାଇଛି ବ୍ୟବସ୍ଥା। ଅଧିକ ପଢ଼ନ୍ତୁ

ପୁଣି ସ୍କୁଲ ଯିବେ ଅଧାରୁ ପାଠପଢା ଛାଡିଥିବା ପିଲା

ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ହାର ବୃଦ୍ଧି କରିବା ପାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବଡ ପଦକ୍ଷପ ନିଆଯାଇଛି। ଏଣିକି ଅଧାରୁ ପାଠପଢା ଛାଡିଥିବା ପିଲାମାନେ ପୁଣିଥରେ ପାଠ ପଢ଼ିପାରିବେ। ପ୍ରାୟତଃ ପିଲାମାନେ ଅଧାରୁ ପାଠପଢା ଛାଡିବା ପରେ ସେମାନଙ୍କ ପାଠ ପଢାରେ ବେଡି ପଡିଥାଏ। କିନ୍ତୁ ଏଥର ଦଶମ ଫେଲ୍ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ଯୋଡିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ତେବେ ଅଧାରୁ ପାଠ ପଢା ଛାଡିଥିବା ପିଲା ମାନଙ୍କୁ ଶିକ୍ଷାରେ ଯୋଡିବା ପାଇଁ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଆଇଓଏସ୍‌)ରେ ଜୁଲାଇ ଶେଷ ସପ୍ତାହରୁ ମାଗଣାରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏସ୍‌ଆଇଓଏସ୍ ମାଗଣା ନାମଲେଖା ପ୍ରକ୍ରିୟା ଶେଷ ହେବ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୯୬୦୦ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟା ମାଧ୍ୟମରେ ନାମ ଲେଖାଇ ସାରିଲେଣି । ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖି ନାହାନ୍ତି ସେମାନେ ଆସନ୍ତା ଅଗଷ୍ଟ ୩୧ ତାରିଖ ମଧ୍ୟରେ ମାଗଣାରେ ନାମ ଲେଖିପାରିବେ।

ଏହା ମଧ୍ୟ ପଢ଼ନ୍ତୁ....ଅତିଥି ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ, ହାଇସ୍କୁଲରେ ନିଯୁକ୍ତ ହେବେ ୪୦୦୦ରୁ ଅଧିକ

ରାଜ୍ୟରେ ଅଧାରୁ ପାଠଛାଡିଥିବା ୩୯୨୫ ଏବଂ ଅନୁପସ୍ଥିତ ଥିବା ୧୦ ହଜାର ୮୯୬ ଜଣ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ଯୋଗାଇ ଦେବା ଉଦେଶ୍ୟରେ ଏହି ମାଗଣା ନାମଲେଖା ଚାଲିଛି । ଏହି ପର୍ଯ୍ୟାୟରେ ନାମଲେଖିଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ମିଳିବା ସହ ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ । ଏହାସହ ଛାତ୍ରଛାତ୍ରୀମାନେ ବିନା କୌଣସି ଶୁଳ୍କରେ ପରୀକ୍ଷା ମଧ୍ୟ ଦେବେ। ଏସ୍‌ଆଇଓଏସ୍‌ରେ ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଛି ।

ତେବେ ରାଜ୍ୟର ପ୍ରତ୍ୟକ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ନାମଲେଖା ପାଇଁ କ୍ୟାମ୍ପର ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପ୍‌କୁ ଆସି ସୁବିଧାରେ ନାମ ଲେଖାଇପାରୁଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଘର ଯାଇ କାଉନ୍‌ସେଲିଂ କରୁଛନ୍ତି । ରାଜ୍ୟ ବାହାରେ ଥିବା ପିଲାମାନେ ଯେପରି ନାମ ଲେଖିପାରିବେ, ସେଥିପାଇଁ ଶିକ୍ଷକମାନେ ତାଙ୍କୁ ମୋବାଇଲ୍ ମାଧ୍ୟମରେ ଯୋଗାଯୋଗ କରି ନାମ ଲେଖାଇବାକୁ ବୁଝାଉଛନ୍ତି । ଅଧିକ ସଚେତନତା ସୃଷ୍ଟି କରିବାକୁ ଲିଫ୍‌ଲେଟ୍ ବା ସଚେତନ ପତ୍ରିକା ବଣ୍ଟାଯିବା ସହ ଅଟୋରିକ୍ସାରେ ମାଇକ୍ ଯୋଗେ ପ୍ରଚାର କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.