ETV Bharat / state

‘କାଳିଆ’ ପାଇଁ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ - kalia

କାଳିଆ ଯୋଜନା ପାଇଁ ଓଡ଼ିଶା ସରକାରଙ୍କୁ ସୁପ୍ରିମୋକୋର୍ଟଙ୍କ ନୋଟିସ । ନିର୍ବାଚନ ପୂର୍ବରୁ ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରାଯାଇଥିବା ନେଇ ଓଡିଶା ସମେତ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟକୁ ନୋଟିସ ଜାରି କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 2, 2019, 3:32 PM IST

ଭୁବନେଶ୍ବର: ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । କାଳିଆ ଯୋଜନାକୁ ନେଇ ସରକାରଙ୍କୁ ଏହି ନୋଟିସ ଜାରି ହୋଇଛି । ପ୍ରକାଶ ଯେ, ନିର୍ବାଚନ ପୂର୍ବରୁ ସରକାର କାଳିଆ ଯୋଜନାର ଶୁଭାରମ୍ଭ କରି କ୍ଷୁଦ୍ର ଓ ନାମମାତ୍ର କୃଷିକଙ୍କୁ ସିଧାସଳଖ ଅର୍ଥ ବଣ୍ଟନ କରିଥିଲେ ।

ଭିଡିଓ ସୌଜନ୍ୟ: ବ୍ୟୁର ଚିଫ, ଭୁବନେଶ୍ବର

ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ ଗଠିତ 3 ଜଣିଆ ଖଣ୍ଡପୀଠ ମଙ୍ଗଳବାର ଡ ପେଣ୍ଟାପତି ପୁଲେରାଓ ଦାଏର କରିଥିବା ଜନସ୍ବାର୍ଥ ଯାଚିକାର ଶୁଣାଣି କରି ଭାରତୀୟ ନିର୍ବାଚନ କମିଶନ, କେନ୍ଦ୍ର ସରକାର, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ ଏବଂ ତେଲେଙ୍ଗାନା ସରକାରଙ୍କୁ ଏ ନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆମେ ଓଡିଶା ସରକାର, କେନ୍ଦ୍ର ସରକାର, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡ ଏବଂ ତେଲେଙ୍ଗାନା ସରକାରଙ୍କ ବିରୋଧରେ ଏକ ଯାଚିକା ଦାଏର କରିଥିଲୁ । ନିର୍ବାଚନୀ ପୂର୍ବରୁ କାଳିଆ ଭଳି ଯୋଜନା ଶୁଭାରମ୍ଭ ହୋଇଥିବାରୁ ଏ ମାନଙ୍କ ବିରୋଧରେ ପିଟିସନ ଦାଏର କରିଥିଲୁ ବୋଲି ଯାଚିକା ଦାଏର କରିଥିବା ଓକିଲ କହିଛନ୍ତି ।

ଏହି ମାମଲାରେ ଅନ୍ୟଜଣେ ଓକିଲ ଶ୍ରବଣ କରୁମା କହିଛନ୍ତି, ନିର୍ବାଚନୀ ଆଚରଣ ବିଧି ଲାଗୁ ପୂର୍ବରୁ କନ୍ଦ୍ର ଏବଂ ରାଜ୍ୟ ସରାକର ଚାଷୀମାନଙ୍କୁ ସାଧାସଳଖ ଅର୍ଥ ପ୍ରଦାନ କରିଥିଲେ । ନିର୍ବାଚନକୁ ପ୍ରଭାବିତ କରିବାରୁ ଏହି ଯୋଜନା ଶୁଭାରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.