ଭୁବନେଶ୍ବର: ଜାନୁୟାରୀ 26 ରୁ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ‘‘ହାତ ସେ ହାତ ଯୋଡ’’ ଅଭିଯାନ । ହେଲେ ତା ପୂର୍ବରୁ ରାଜ୍ୟ କଂଗ୍ରେସର ହାତରୁ ଖସିଯାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ । କିଛି ମାସ ତଳେ ଦଳୀୟ ପଦ ପଦବୀରୁ ଇସ୍ତଫା ଦେଇଥିବା ସତ୍ୟ ଆଜି ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।
-
“ Change is hard, but so is staying somewhere you and your values are not appreciated… with a heavy heart I am resigning from INC. @SaratPatINC @DrAChellaKumar @kharge @RahulGandhi pic.twitter.com/2xAGTF8Ecf
— Satya Prakash Nayak (@SatyaPrNayak) January 17, 2023 " class="align-text-top noRightClick twitterSection" data="
">“ Change is hard, but so is staying somewhere you and your values are not appreciated… with a heavy heart I am resigning from INC. @SaratPatINC @DrAChellaKumar @kharge @RahulGandhi pic.twitter.com/2xAGTF8Ecf
— Satya Prakash Nayak (@SatyaPrNayak) January 17, 2023“ Change is hard, but so is staying somewhere you and your values are not appreciated… with a heavy heart I am resigning from INC. @SaratPatINC @DrAChellaKumar @kharge @RahulGandhi pic.twitter.com/2xAGTF8Ecf
— Satya Prakash Nayak (@SatyaPrNayak) January 17, 2023
ନିଜ ଟ୍ବିଟର ହ୍ୟାଣ୍ଡେଲରେ ସତ୍ୟ ଲେଖିଛନ୍ତି, ‘‘ପରିବର୍ତ୍ତନ କରିବା କଠିନ । କିନ୍ତୁ କେଉଁଠାରେ ରହିବା ବି କଠିନ । ଆପଣଙ୍କୁ ଆପଣଙ୍କର ମୂଲ୍ୟକୁ ପ୍ରଂଶସା କରାଯାଇ ପାରିବା ନାହିଁ । ଅତ୍ୟନ୍ତ କଠିନ ହୃଦୟ ସହିତ ମୁଁ କଂଗ୍ରେସ ଛାଡୁଛି ।’’ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଲେଖିଥିବା ଚିଠିରେ ସତ୍ୟ ପ୍ରକାଶ କହିଛନ୍ତି ଆଶା କରୁଛି ଆପଣ ଭଲରେ ଥିବେ । ମୋ କ୍ୟାରିୟର ଏକ ବଡ ନିଷ୍ପତ୍ତି ନେବାର କାରଣ ସମ୍ପର୍କରେ ଆପଣଙ୍କୁ କହିବାକୁ ଚାହୁଁଛି । ବର୍ତ୍ତମାନ ଦଳର ସ୍ଥିତି ଭଲ ନାହିଁ । ଦଳୀୟ ସ୍ଥିତି ସୁଧାରିବାକୁ କୌଣସି ପଦକ୍ଷେପ ନିଆଯାଉନାହିଁ ।
ବିଶେଷ କରି ରାଜ୍ୟ ପିସିସି ତାଳିକାରୁ ମୋର ନା ବାଦ ଦେବା ମତେ କଷ୍ଟ ଦେଇଥିଲା । ଏଆଇସିସି ସଭାପତି ନିର୍ବାଚନ ବେଳେ ପିସିସି ସଭ୍ୟ ତାଲିକାରୁ ମୋତେ ବାଦ ଦିଆଗଲା । ମୁଁ ଭୋଟ ଦେଇପାରିଲି ନାହିଁ । ବର୍ତ୍ତମାନ ଦଳ ଦେଇଥିବା 9 ରୁ 90 ଆହ୍ବାନ ଏକ ସ୍ଲୋଗାନରେ ପରିଣତ ହୋଇଛି । ଦଳରେ ତୃତୀୟ ପୀଢିର ନେତାଙ୍କୁ ସୁଯୋଗ ଦିଆଯାଉନାହିଁ । ଦଳକୁ ଶକ୍ତିଶାଳୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ । କୃଷକ, ଯୁବ, ମହିଳା, ଆଦିବାସୀ ଓ ସାଧାରଣ ଲୋକ କଂଗ୍ରେସ ସହ ନାହାଁନ୍ତି । କିଏ ଅଛି ଏବେ କଂଗ୍ରେସ ସହ । ଦଳୀୟ କାର୍ଯ୍ୟଧାରାକୁ ନେଇ କାର୍ଯ୍ୟକର୍ତ୍ତା ପ୍ରଶ୍ନ କରୁଛନ୍ତି । ଓଡିଶା କଂଗ୍ରେସ ପକ୍ଷରୁ ରାଜ୍ୟବାସୀଙ୍କ ସ୍ବଳ୍ପ ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ଖୁସି ।
ଦୀର୍ଘଦିନ ଧରି ରାଜ୍ୟ କଂଗ୍ରେସ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଥିଲେ ସତ୍ୟ । କୌଣସି ସଭା ସମିତି ହେଉକି, ପିସିସି ବୈଠକ କୌଣସି ଥିରେ ସାମିଲ ହେଉନଥିଲେ । ଗତ ଏଆଇସିସି ସଭାପତି ନିର୍ବାଚନ ପରେ ପରେ ସତ୍ୟ ପ୍ରକାଶ କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ଥିଲେ । ତେବେ ବର୍ତ୍ତମାନ ସତ୍ୟ ପ୍ରକାଶ କଂଗ୍ରେସ ଛାଡିବା ପରେ ତାଙ୍କର ପରବର୍ତ୍ତୀ ଆଭିମୁଖ୍ୟ କଣ ହେବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।
ସୂଚନାଯୋଗ୍ୟ ଯେ ଜଣେ ପ୍ରବୀଣ ରାଜନେତା ଭାବେ ପରିଚିଚ ସତ୍ୟ ପ୍ରକାଶ ସାମ୍ବାଦିକତା ଜଗତରୁ କଂଗ୍ରେସ ଆଦର୍ଶକୁ ଗ୍ରହଣ କରି 2019 ସାଧାରଣ ନିର୍ବାଚନର ଯଥେଷ୍ଟ ପୂର୍ବର ତତ୍କାଳୀନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ । ଦଳରେ ସାମିଲ ହେଉ ହେଉ ରାଜ୍ୟ କଂଗ୍ରେସ ତାଙ୍କୁ ମିଡିଆ ସେଲର ମୁଖ୍ୟ କରିଥିଲା ଦଳ । ମିଡିଆ ସେଲ ମୁଖ୍ୟ ହେବା ପରେ ସତ୍ୟ ରାଜ୍ୟ ସରକାରଙ୍କୁ ତଥ୍ୟ ଭିତ୍ତିକ ଆକ୍ରମଣ କରି ଅଡୁଆରେ ପକାଉଥିଲେ । ପରେ 2019 ସାଧାରଣ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରରୁ ଲୋକସଭା ପ୍ରାର୍ଥୀ ହୋଇଥିଲେ । ହେଲେ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ । ପରେ ପରେ ଦଳ ତାଙ୍କୁ ମିଡିଆ ସେଲରୁ ହଟାଇ ଦେଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର